Odisha news

ଯଦି ଡିପ୍ରେସନ ଠାରୁ ଦୂରେଇ ରହିବାକୁ ଚାହୁଁଛନ୍ତି ତେବେ ଏହିସବୁ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ

0

ମେଣ୍ଟାଲ ହେଲ୍ଥ ଦ୍ରୁତ ଗତିରେ ବଢ଼ାଇଥାଏ ଶାରୀରିକ ସମସ୍ୟା l ଆଜିକାଲି ପ୍ରତ୍ୟେକ ଆୟୁ ବର୍ଗ ରେ ଏଂଗଜାଇଟି ଓ ଡିପ୍ରେସନ ର ଶିକାର ହେଉ ଥିବାର ଦେଖିବାକୁ ମିଳୁଛି l ଯଦି ଏହି ରୋଗ ଠାରୁ ଦୁରେଇ ରହିବାକୁ ଚାହୁଁଛନ୍ତି ତେବେ ନିୟମିତ ଯୋଗ, ବ୍ୟାୟାମ, ଔଷଧ ସହିତ ଖାଇବା ପିଇବା ର ମଧ୍ୟ ଧ୍ୟାନ ଦେବା ଆବଶ୍ୟକ l ଆପଣଙ୍କ ଡାଏଟ ର ଆପଣଙ୍କ ମେଣ୍ଟାଲ ହେଲ୍ଥ ଉପରେ ଗଭୀର ପ୍ରଭାବ ପଡିଥାଏ l ଆପଣ ଏପରି ଆହାର ଖାଇବା ଆବଶ୍ୟକ ଯାହା ଆପଣଙ୍କୁ ମାନସିକ ସ୍ତର ରେ ସୁସ୍ଥ ରଖିବେ l

ଆସନ୍ତୁ ଜାଣିବା ଡିପ୍ରେସନ ଠାରୁ ଦୂରେଇ ରହିବା ପାଇଁ କେଉଁସବୁ ଖାଦ୍ୟ ଠାରୁ ଦୁରେଇ ରହିବା ଆବଶ୍ୟକ -:

୧ – ଫଳରସ :
ଫଳ ଖାଇବା ଦ୍ୱାରା ଶରୀରକୁ ଫାଇବର ମିଳିଥାଏ ଓ ନେଚୁରାଲ ସୁଗାର ଏନର୍ଜି ଭାବରେ ମିଳିଥାଏ l ଅନ୍ୟ ପକ୍ଷରେ ଫଳରସ ରେ ସୁଗାର ୱାଟର ମିଳିଥାଏ l ଯାହାକୁ ସେବନ କରିବା ଦ୍ୱାରା ପେଟ ଭରି ରହିଥାଏ ଓ ଆଉ କିଛି ସମୟ ପରେ ଖାଲି ମଧ୍ୟ ହୋଇଯାଇଥାଏ l କାହିଁକି ନା ସେଥିରେ ଇଂସ୍ଟଣ୍ଟ ଏନର୍ଜି ମିଳିଥାଏ l ଯଦି ଭୋକ ଲାଗୁଛି ତେବେ ଫଳ ଖାଇବା ଆବଶ୍ୟକ ଫଳରସ ସେବନ କରିବା ଉଚିତ ନୁହେଁ l

୨-କୋଲ୍ଡ଼ ଡ୍ରିଂକ୍ସ :
ନର୍ମାଲ ସୋଡ଼ା ହେଉକି ଡାଏଟ ସୋଡ଼ା ହେଉ ପ୍ରତ୍ୟେକ କୋଲଡ଼ ଡ୍ରିଂକ୍ସ ଡିପ୍ରେସନ ହର୍ମୋନ କୁ ଆହୁରି ବୃଦ୍ଧି କରିଥାଏ l ଡାଏଟ ସୋଡ଼ା ରେ ସୁଗାର ନଥାଏ l କିନ୍ତୁ କାଫିନ ଖୁବ ଅଧିକ ମାତ୍ରାରେ ରହିଥାଏ l ଯାହା ଡିପ୍ରେସନ ର କାରଣ ହୋଇଥାଏ l

୩- ହ୍ୱାଇଟ ବ୍ରେଡ :
ମଇଦା ଯୁକ୍ତ ବ୍ରେଡ ଖାଇବା ଦ୍ୱାରା ଏଙ୍ଗଯାଇଟି ଓ ଡିପ୍ରେସନ ବୃଦ୍ଧି ପାଇଥାଏ l ମଇଦା ବ୍ରେଡ ପ୍ରୋସେସଡ଼ ଅଟା ରେ ପ୍ରସ୍ତୁତ ହୋଇଥାଏ ଓ ବ୍ରେଡ ମଧ୍ୟ ପ୍ରୋସେସଡ଼ ଫୁଡ ଅଟେ l ଏହାକୁ ଖାଇବା ଦ୍ୱାରା ଏନର୍ଜି ହାଇ କିମ୍ବା ଲୋ ହୋଇଥାଏ l

୪ – ଟମାଟୋ କେଚଅପ :
ଗୋଟିଏ ଚାମଚ ଟମାଟୋ କେଚଅପ ରେ ଚାରିଗ୍ରାମ ସୁଗାର ରହିଥାଏ l ଏହାଛଡା ଆର୍ଟିଫିସିଆଲ ସ୍ବୀଟନର ଓ କଲର ମଧ୍ୟ ମିଶା ଯାଇଥାଏ l ଯାହାକି ଡିପ୍ରେସନ କୁ ବୃଦ୍ଧି କରିଥାଏ l

୫ – ଆଲକୋହଲ :
ଅଧିକାଂଶ ସମୟରେ କୁହାଯାଇ ଥାଏ ଯେ ଆଲକୋହଲ ନର୍ଭସ କୁ କୁଲ କରିଥାଏ l କିନ୍ତୁ ଏହା ଭୁଲ ଅଟେ l ଏହାର ସିଧାସଳଖ ସାମଞ୍ଜସ୍ୟ ଡିପ୍ରେସନ ଓ ଏଙ୍ଗଜାଇଟି ସହିତ ରହିଥାଏ l ଯଦି ଆପଣ ଆବଶ୍ୟକତା ଠାରୁ ଅଧିକ ଆଲକୋହଲ ସେବନ କରିବେ ଆପଣଙ୍କ ଶରୀର ପକ୍ଷରେ କ୍ଷତିକାରକ ହୋଇପାରେ l

Nalco
Leave A Reply