ଭୁବନେଶ୍ୱର : ୨୯ ଅପ୍ରେଲ୍,୨୦୨୦: କୋଭିଡ୍-୧୯ ମହାମାରୀ ପରିପ୍ରେକ୍ଷୀରେ ମହିଳା, ଯୁବତୀ ଓ କିଶୋରୀମାନଙ୍କ ପ୍ରତି ଘରୋଇ ହିଂସା ପରିସ୍ଥିତିକୁ ଦୃଷ୍ଟିରେ ରଖି ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ତରଫରୁ ଓ୍ୱାନ୍ ଷ୍ଟପ୍ ସେଣ୍ଟର, ମହିଳା ସହାୟତା ନମ୍ବର ଏବଂ ପରିବାର ପରାମର୍ଶ କେନ୍ଦ୍ରଗୁଡ଼ିକରେ କାର୍ଯ୍ୟରତ କାଉନ୍ସେଲ ର ଏବଂ କ ମର୍ଚାରୀମାନ ଙ୍କ ପାଇଁ େଓ୍ୱବ -କର୍ମଶାଳା ଗତକାଲିଠାରୁ ଆରମ୍ଭ ହୋଇଛିା ୍ ଏଥିରେ ରାଜ୍ୟରୁ ୨୦୦ ଜଣ ଅଂଶଗ୍ରହଣ କରିଛନ୍ତିାୟୁନାଇଟେଡ୍ ନେସନ୍ସ ପପୁଲେସନ ଫଣ୍ଡ୍ ଏବଂ ଟାଟା ଇନ୍ଷଫିଚୁ୍ୟଟ୍ ଅଫ ସୋସିଆଲ ସାଇନ୍ସ୍ର ସହାୟତାରେ ଏହି େଓ୍ୱବ୍ ଭିତ୍ତିକ କର୍ମଶାଳାର ଆରମ୍ଭ ହୋଇଛି । ଏହି ପ୍ରଶିକ୍ଷଣ ସମୟରେ ସାମାଜିକ ଦୂରତ୍ୱ ଏବଂ ସ୍ୱଚ୍ଛତାର ଅନୁପାଳନ କରାଯାଉଛିା
ଏଥିରେ କର୍ମଚାରୀ ଓ କାଉନସେଲରମାନଙ୍କୁ ଲିଙ୍ଗଭିତ୍ତିକ ହିଂସାକୁ ପ୍ରତିହତ କରିବା ଦିଗରେ ମନସ୍ତାତ୍ତ୍ୱିକ ଏବଂ ସାମାଜିକ ସହାୟତା ପ୍ରଦାନ ପାଇଁ ବିଶେଷ କୌଶଳ ଅବଲମ୍ବନ ନିମନ୍ତେ ଆବଶ୍ୟକୀୟ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ଆହୁରୀ ମଧ୍ୟ ସ୍ୱାସ୍ଥ୍ୟ, ଚିକିତ୍ସା ଏବଂ ଆଇନଗତ ପ୍ରସଙ୍ଗ
ଉପରେ ପିଡୀତାଙ୍କୁ ଅଧିକ ସେବା ଓ ସହାୟତା ପ୍ରଦାନ ବିଷୟରେ ମଧ୍ୟ ତାଲିମ ପ୍ରଦାନ କରାଯିବ । ପ୍ରଥମ େଓ୍ୱବ ସେମିନାରର ବିଷୟବସ୍ତୁ ରହିଥିଲା “ମହିଳା ଓ କିଶୋରୀମାନଙ୍କ ବିରୋଧରେ ପାରିବାରିକ ହିଂସାର ପ୍ରତିରୋଧ ସଶକ୍ତିକରଣ’ । ପ୍ରକାଶ ଥାଉକି, ଯେ କୌଣସି ମହାମାରୀ ସମୟରେ ମହିଳା ଏବଂ କିଶୋରୀମାନଙ୍କ ବିରୁଦ୍ଧରେ ଘରୋଇ ହିଂସା ବୃଦ୍ଧି ପାଉଥିବାର ଆଶଙ୍କା ଥାଏ । ଏ ନେଇ ଜାତୀୟ ମହିଳା କମିଶନ ଉଦ୍ବେଗ ପ୍ରକାଶ କରିବା ସହ କୋଭିଡ-୧୯ ମହାମାରୀ ସମୟରେ ଦେଶରେ ଏହି ଭଳି ଘରୋଇ ହିଂସା ଘଟଣା ବୃଦ୍ଧି ପାଇଛି ବୋଲି ମତ ପ୍ରକାଶ କରିଥିଲେ ।