ରାୟଗଡା,୬ ।୫(Rabindra Patkhandal)- ଜିଲ୍ଲାକୁ ଧିରେ ଧିରେ ଗ୍ରାସୀବାରେ ଲାଗିଛି ଡ଼େଙ୍ଗୁ ଗୋଟିଏ ପରେ ଗୋଟିଏ ବ୍ଲକକୁ ମାଢିଚାଲିଛି ଡ଼େଙ୍ଗୁର କରାଳ ରୂପ ଗଡିଚାଲିଛି ମୁଣ୍ଡ ଦୁଇ ମାସରେ ଗଲା ୧୯ ଜୀବନ ତେବେ ରିପୋର୍ଟ କହୁଛି ଡ଼େଙ୍ଗୁ ସ୍ୱାସ୍ଥ୍ୟ ବିଭାଗ ମାନିବାକୁ ନାରାଜର । ଗତ ପାଞ୍ଚବର୍ଷ ଧରି ଡ଼େଙ୍ଗୁ ରାୟଗଡ଼ା ଜିଲ୍ଲାକୁ ଆଉଟୁ ପାଉଟୁ କରିହେଉଛି । ଏକ ନିୟମିତ ବ୍ୟବଧାନରେ ଜିଲ୍ଲାର ଗଳି କନ୍ଦିରୁ ଗୋଟିଏ ପରେ ଗୋଟିଏ ମୁଣ୍ଡ ଗଡ଼ାଇବାରେ ଲାଗିଛି ଡ଼େଙ୍ଗୁ । କେବଳ ସହରାଞ୍ଚଳ ନୁହେଁ ଗ୍ରାମାଞ୍ଚଳକୁ ମଧ୍ୟ ଏହି ଡ଼େଙ୍ଗୁ କବଳିତ କରିନେଇଛି । ଆଉ ଋତୁ ବଦଳିବା ସାଙ୍ଗରେ ଡ଼େଙ୍ଗୁ କାୟାମେଲେଇବାରେ ଲାଗିଛି । ପରିଣାମ ସ୍ୱରୁପ ରାୟଗଡା ଜିଲ୍ଲାର ମୁନିଗୁଡ଼ା, ରାୟଗଡ଼ା, ବିଷମକଟକ ବ୍ଲକ ମାନଙ୍କରେ ଅନବରତ ଭାବେ ଗୋଟିଏ ପରେ ଗୋଟିଏ ମୃତୁ୍ୟ ସ୍ୱାସ୍ଥ୍ୟ ବିଭାଗର ପାରିବା ପଣିଆକୁ ପଦାରେ ପକାଇ ଦେଇଛି ।
ତେବେ ଅଣାୟତ ହେଲାଣି ଜିଲ୍ଲାରେ ଡେଙ୍ଗୁ । ୪୯ ଡେଙ୍ଗୁ ରୋଗୀ ଚିହ୍ନଟ ପରେ ପୁଣି ଥଲେ ୧୨ ନୂଆ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇ୬୧ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ୧୨ ଡେଙ୍ଗୁ ରୋଗୀଙ୍କ ମଧ୍ୟରୁ ଜଣେ ରାୟଗଡା ସଦର ମହକୁମା ଠାରୁ ମାତ୍ର ୫ କି.ମି ଦୂର ସ୍ଥିତ ମାଲିଗାଁ ବୋଲି ଜଣା ପଡିଛି । ଯାହାକୁ ନେଇ ଏବେ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢିଯାଇଛି । ଚିହ୍ନଟ ହୋଇଥିବା ୧୨ ଜଣଙ୍କୁ ମଧ୍ୟରୁ ୯ ଜଣ ମୁନିଗୁଡା ବ୍ଲକ ଅନ୍ତର୍ଗତ ଟିକରପଡା ଗ୍ରାମର ହୋଇଥିବା ବେଳେ ୨ ଜଣ ବିଷମକଟକ ବ୍ଲକର ବୋଲି ଜଣାପଡିଛି । ତେବେ ଡଙ୍ଗୁର ଉତ୍ପିତ୍ତିସ୍ଥଳ ଟିକରପଡା ଗ୍ରାମରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଅସ୍ଥାୟୀ କ୍ୟାମ୍ପ କରାଯାଇ ଗ୍ରାମବାସୀ ମାନଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଉଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ଆର୍ତବନ୍ଧୁ ନାୟକ ଟିକିରପଡା ଗ୍ରାମ ପରିଦର୍ଶନ କରି ଅନୁଧ୍ୟାନ କରୁଛନ୍ତି । ଏକ ସ୍ୱତନ୍ତ୍ର ମେଡିକାଲ ଟିମ ଗଠନ କରି ଟିକରପଡା ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । ଏଥି ସହ ଗ୍ରାମବାସୀ ମାନଙ୍କୁ ଡେଙ୍ଗୁ ସଂପର୍କରେ ସଚେତନ କରାଯାଉଛି । ଗ୍ରାମବାସୀ ମାନକୁ ନିଜ ନିଜ ଅଂଚଳକୁ ସଫା ରଖିବା ପାଇଁ କୁହାଯିବା ସହ ଗୋଟିଏ ଜାଗାରେ ଯେପରି ପାଣି ନ ଜମି ରହେ ସେଥି ପାଇଁ ଧ୍ୟାନ ଦେବା ପାଇଁ କୁହାଯାଇଛି । ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ମାନଙ୍କୁ ମୁନିଗୁଡା ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖି ଚିକିତ୍ସା କରାଯାଉଛି । ଡେଙ୍ଗୁ ଯେପରି ଗୋଟିଏ ବ୍ଲକରୁ ଅନ୍ୟ ବ୍ଲକକୁ ନ ବ୍ୟାପେ ସେଥି ପ୍ରତି ସ୍ୱଚ୍ଛତା ଉପରେ ଯଥେଷ୍ଟ ଧ୍ୟାନ ଦିଆଯାଉଛି । ବର୍ତମାନ ରାୟଗଡା ସହରର ପରିମଳ ବ୍ୟବସ୍ଥାକୁ ଆହୁରି ସୁଦୃଢ କରାଯାଇଛି । ଗୋଟିଏ ସ୍ଥାନରେ ଜମି ରହୁଥିବା ପାଣିକୁ ତୁରନ୍ତ ନିଷ୍କାସନ କରାଯାଉଛି । ଫଗିଂ ସହ ଡ୍ରେନେଜ ଗୁଡିକରେ ମଶା ତେଳ ସିଂଚନ କରାଯାଉଛି । ପ୍ରକାଶଥାଉକି ଗତ ଦୁଇବର୍ଷରେ ସରକାରୀ ଚିକିତ୍ସାଳୟକୁ ଆସ୍ତା ହରାଇ ବିଭିନ୍ନ ବେସରକାରୀ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଧାଇଁ ବୁଲୁଛନ୍ତି । ସେଠାର ରିପୋର୍ଟ କହୁଛି ଯେ ସେମାନଙ୍କ ଦେହରେ ଡ଼େଙ୍ଗୁ ମଶା କାମୁଢିବା ଦ୍ୱାରା ଏଭଳି ରୋଗ ଗ୍ରାସିଛି । ତେବେ ଜିଲା୍ଲରେ ବେସରକାରୀ ଭାବରେ ୨୦୧୮ରେ ୨୩ଜଣ ୨୦୧୯ରେ ୧୪ଜଣଙ୍କ ମୃତୁ୍ୟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସହିତ କାମ କରୁଥିବା ସ୍ୱେଚ୍ଚାସେବୀ ଅନୁଷ୍ଠାନର ରିପୋର୍ଟ କହୁଛି । ତେବେ ୨୦୧୮ରେ ୮୭ଜଣ ୨୦୧୯ରେ ୪୫ଜଣ ଡ଼େଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କହୁଛି । ଯଦିଓ କୌଣସି ରୋଗର ଅଣାୟତ ହେଲେ ସେହି ଅଛଞ୍ଚଳକୁ ବିଭିନ୍ନ ସତେଚନା କାର୍ଯ୍ୟକ୍ରମ ନେଇଥାନ୍ତି । ଯଥା ମେଲେରିଆର ପାଦ୍ରୁଭାବ ହେଲେ ଦମନ କାର୍ଯ୍ୟକ୍ରମ କରାଯାଏ । ମିଳିମିଳା ଜନିତ ରୋଗ ବ୍ୟାପିଲେ ବିଭିନ୍ନ ଟିକା ପ୍ରଦାନ କରାଯାଏ । ତେବେ ରାୟଗଡ଼ା ସ୍ୱାସ୍ଥ୍ୟ ବିଭାଗ ଏହାକୁ ସ୍ୱିକାର କରୁନଥିବା ବେଳେ ଡ଼େଙ୍ଗୁ ଚିକିତ୍ସା ପାଇଁ ସରକାରଙ୍କର କୌଣସି ଯୋଜନା ଏଠାରେ ଉପଲବ୍ଧ ହେଉନଥିବା ଜିଲ୍ଲା ପାଇଁ ଅତି ର୍ଦୁଭାଗ୍ୟ ବୋଲି ସ୍ୱେଚ୍ଚାସେବୀ ବାଦଲ କୁମାର ତା କହିଛନ୍ତି ।