Odisha news

ଡେଲ୍ଟା ଭାରିଏଣ୍ଟ ର ଏଭଳି ରୂପ ଦେଖି ଚିନ୍ତା ରେ WHO , ପୁଣି ଅସମ୍ଭାଳ ହୋଇପାରେ ସ୍ଥିତି

ନୂଆଦିଲ୍ଲୀ : କରୋନା ମହାମାରୀ ଦୃତ ଗତିରେ ନିଜର ରୂପ ବଦଳାଉଛି । ପ୍ରତିଦିନ ଗୋଟିଏ ଭୟଙ୍କର ରୁପ ଧାରଣ କରୁଛି । ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ କରୋନାର ନୂଆ ରୂପ ଡେଲ୍ଟା ଭାରୀଏଣ୍ଟ କୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ର ଅଧିକାରୀ କହିଛନ୍ତି ଯେ ଡେଲ୍ଟା ଭାରିଏଣ୍ଟ ଯେଭଳି ରୂପ ଧାରଣ କରୁଛି , ବର୍ତ୍ତମାନ୍ କୋଭିଡ୍ -୧୯ ଗୋଟିଏ ଭୟଙ୍କର ସ୍ଥିତି ରେ ପହଞ୍ଚି ଯାଇଛି ।

ସେ କହିଛନ୍ତି ଯେ ଅଧିକାଂଶ ଦେଶରେ କମ୍ ଟିକା କରଣ ଚିନ୍ତା ର ବିଷୟ ହୋଇଛି । ଡେଲ୍ଟା ଭାରିଏଣ୍ଟ ସେହି ମାନଙ୍କୁ ଶୀଘ୍ର କ୍ଷତି କରୁଛି ଯେଉଁମାନେ ଟିକା ନେଉ ନାହାନ୍ତି । ସେଥିପାଇଁ WHO ପକ୍ଷରୁ ବାରମ୍ବାର ଟିକା କରଣ ପାଇଁ ଚେତାବନୀ ଦିଆ ଯାଇଛି । WHO ପକ୍ଷରୁ କୁହା ଯାଇଛି ଯେ ଟିକା କରଣ କରାଇ ନଥିବା ଦେଶ ଗୁଡ଼ିକ ରେ ଆଉଥରେ ଡାକ୍ତରଖାନା ଗୁଡ଼ିକରେ ଭୟଙ୍କର ସ୍ଥିତି ଦେଖା ଯାଉଛି ।

WHO ପକ୍ଷରୁ କୁହା ଯାଇଛି ଯେ ଏହି ଡେଲ୍ଟା ଭାରୀଏଣ୍ଟ ବର୍ତ୍ତମାନ୍ ୧୦୦ଟି ଦେଶ ରେ ବ୍ୟାପୀ ସାରିଛି । ଏହି ବିପଦରୁ କୌଣସି ଦେଶ ରକ୍ଷା ପାଇ ପାରିବ ନାହିଁ । ତେଣୁ ସମସ୍ତ ଦେଶକୁ ଟିକା କରଣ ପ୍ରକ୍ରିୟା ଦୃତ କରିବା ପାଇଁ WHO ପକ୍ଷରୁ ଚେତାବନୀ ଦିଆ ଯାଇଛି।

IEC 2 years

Comments are closed.