Odisha news

ଡେଲ୍ଟା ଭାରିଏଣ୍ଟ କମ୍ ବୟସର ପିଲା ମାନଙ୍କ ପାଇଁ ଅଟେ କ୍ଷତିକାରକ : ଗବେଷକ ମାନେ କରାଇଲେ ସଚେତନ

ନୂଆଦିଲ୍ଲୀ : ବର୍ତ୍ତମାନ୍ ବିଶ୍ବରେ କୋଭିଡ ର ତୃତୀୟ ଲହର କାୟା ବିସ୍ତାର କରି ଚାଲିଛି । ଏହି ଭାରିଏଣ୍ଟ ଦ୍ଵାରା ଅଳ୍ପ ବୟସର ପିଲାମାନେ ଖୁବ୍ ଆକ୍ରାନ୍ତ ହେଉଛନ୍ତି । ଏହି ଭାରିଏଣ୍ଟ ରେ ଆକ୍ରାନ୍ତ ହେଉଥିବା ଯୁବକ ମାନଙ୍କୁ ଡାକ୍ତରଖାନା ରେ ଆଡ଼ମିଶନ କରିବାକୁ ପଡ଼ୁଛି । ବର୍ତ୍ତମାନ୍ ସ୍ଥିତିରେ ଏହା ଅଷ୍ଟ୍ରେଲିଆ ରେ ଗମ୍ଭୀର ରୂପ ନେଇଛି ।
ଅଷ୍ଟ୍ରେଲିଆ ରେ ଏହା ଏପରି ରୂପ ଧାରଣ କରିଛି ଯେ ଶହ ଶହ ସଂଖ୍ୟକ ଲୋକ ପ୍ରତିଦିନ ମୃତ୍ୟୁ ବରଣ କରୁଛନ୍ତି । ଯାହା ଏକ ଚିନ୍ତାର କାରଣ ଅଟେ । ଏବେ ବିଶ୍ଵ ବାସୀଙ୍କୁ ସଚେତନ କରିବା କୁ ଜାଇ WHO ମୁଖ୍ୟ କହିଛନ୍ତି ଯେ ବର୍ତ୍ତମାନ୍ ମଧ୍ୟ ବିଶ୍ଵ କରୋନା ରୁ ମୁକ୍ତି ପାଇ ନାହିଁ । ତେଣୁ ସାମାଜିକ ଦୂରତା ଓ ମାଷ୍କ ଅନିର୍ବାର୍ଯ୍ୟ ଅଟେ ।
ବର୍ତ୍ତମାନ୍ ବିଶ୍ବରେ ବୃଦ୍ଧ ମାନଙ୍କ ଅପେକ୍ଷା ଯୁବ ସମାଜ ଅଧିକ କରୋନାରେ ଆକ୍ରାନ୍ତ ହେଉଛନ୍ତି ଯାହା ବଡ଼ ଚିନ୍ତାର କାରଣ । ତେଣୁ ସାରା ବିଶ୍ୱକୁ ଏଥିପାଇଁ ସଚେତନ ରହିବାକୁ ପଡିବ । କାରଣ ୨୦୨୦ ତୁଳନାରେ ୨୦୨୧ରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ଦ୍ରୁତ ଗତି ରେ ବୃଦ୍ଧି ପାଉଛି ।
Shares