Odisha news

ମେରିଟାଲ ରେପ୍କୁ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ପୃଥକ ପୃଥକ ରାୟ

0
ନୂଆଦିଲ୍ଲୀ : ମେରିଟଲ ରେପ୍ ଅର୍ଥାତ ସ୍ତ୍ରୀର ବିନା ସହମତିରେ ତା ସହିତ ଜବରଦସ୍ତ ସମ୍ବନ୍ଧ ରଖିବା l ବର୍ତମାନ ଭାରତର ଥିବା ନିୟମ ମେରିଟଲ ରେପ କୁ ଅପରାଧ ଭାବରେ ଗ୍ରହଣ କରୁ ନାହିଁ l ଏହାକୁ ରେପ୍ କାଟାଗୋରି ରେ ସାମିଲ କରିବା ପାଇଁ ଗୋଟିଏ ଅଭିଯୋଗ କୋର୍ଟ ରେ ଦାୟର ହୋଇଥିଲା l ଯାହାକୁ ନେଇ ଦିଲ୍ଲୀ ହାଇକୋର୍ଟ ଙ୍କ ନିଷ୍ପତି ଆସିଛି l
ଜଣେ ମହିଳା ଗର୍ଭବତୀ ଥିବା ତାଙ୍କ ସ୍ୱାମୀ ଭୁଲି ଯାଉଥିଲେ l ଗୋଆଲିଆର ଉକ୍ତ ଘଟଣାଟି l ଶାଳିନୀ ନାମକ ମହିଳା ରୋହନ ନାମକୁ ଯୁବକ ଙ୍କୁ ୨୦୧୯ ରେ ଆର୍ଯ୍ୟ ସମାଜ ମନ୍ଦିରରେ ବିବାହ କରିଥିଲେ l ଏହାର କିଛିଦିନ ପରେ ଶାଳିନୀ ଗର୍ଭବତୀ ହୋଇଥିଲେ l କିନ୍ତୁ ତାଙ୍କ ସ୍ୱାମୀ ରୋହନ କୌଣସି ସନ୍ତାନ ଚାହୁଁ ନଥିଲେ l ଏହାପରେ ଆରମ୍ଭ ହୋଇଥିଲା ମେରିଟଲ ରେପ୍ ର କାହାଣୀ l ସ୍ୱାମୀ ଜଣଙ୍କ ପ୍ରତିଟି କଥାରେ ନିଜର ଗର୍ଭବତୀ ପତ୍ନୀଙ୍କୁ ମାରିବାକୁ ଆରମ୍ଭ କରୁଥିଲେ ଓ ଜବରଦସ୍ତି ଶାରୀରିକ ସମ୍ବନ୍ଧ ରଖୁଥିଲେ l ସେ ସମ୍ବନ୍ଧ ରଖିବା ସମୟରେ ଭୁଲି ଯାଉଥିଲେ ତାଙ୍କ ସ୍ତ୍ରୀଙ୍କ ଗର୍ଭରେ ପିଲା ଅଛି l
ପିଲା ଜନ୍ମ ହେବାପରେ ମଧ୍ୟ ତାଙ୍କ ସ୍ୱାମୀଙ୍କ ଏହି ପାଶବିକ କାର୍ଯ୍ୟ ବନ୍ଦ ହେଉ ନଥିଲା l ସର୍ବଦା ତାଙ୍କ ସ୍ୱାମୀ ଜୋର ଜବରଦସ୍ତି ଶାରୀରିକ ସମ୍ପର୍କ ରଖୁଥିଲେ, ଏପରିକି ମାସିକ ଋତୁସ୍ରାବ ସମୟରେ ମଧ୍ୟ l ଯେତେବେଳେ ଏହା ଅସମ୍ଭାଳ ହୋଇ ଗଲା ସେ ନିଜ ପିତାଙ୍କ ଗୃହକୁ ଚାଲି ଆସିଥିଲେ l
ନିକଟରେ ଏଭଳି ଅନେକ ଗୁଡିଏ ମେରିଟଲ ରେପ୍ କେଶ କୋର୍ଟଙ୍କର ନିକଟରେ ହସ୍ତଗତ ହୋଇଥିଲା l ଯାହାକୁ ନେଇ ଦିଲ୍ଲୀ ହାଇକୋର୍ଟ ନିକଟରେ ୨ଟି ବେଞ୍ଚ ର ଖଣ୍ଡପୀଠ ର ଶୁଣାଣି ହୋଇଥିଲା l ଉଭୟ ବେଞ୍ଚ ର ଜଜ ଙ୍କର ଶୁଣାଣି ଅଲଗା ଅଲଗା ଥିଲା l ଜଷ୍ଟିସ ସକଧର କହିଥିଲେ ଯେ – IPC ର ଧାରା ୩୭୫ ଅନୁସାରେ ଅନୁଛେଦ ୧୪ ର ଉଲଂଘନ ଅଟେ l ତେଣୁ ସ୍ତ୍ରୀଙ୍କ ସହିତ ଜବରଦସ୍ତି ଯୌନ ସମ୍ବନ୍ଧ ରଖିବା ଦ୍ୱାରା ସ୍ୱାମୀଙ୍କୁ ଦଣ୍ଡ ମିଳିବା ଆବଶ୍ୟକ l
ସେହି ସ୍ଥାନରେ ଜଷ୍ଟିସ ହରିଶଙ୍କର କରିଥିଲେ ମେରିଟଲ ରେପ୍ କୌଣସି ନିୟମର ଉଲଂଘନ ଭାବରେ ଗ୍ରହଣ କରାଯାଉ ନାହିଁ l ଏହାକୁ ନେଇ ବର୍ତମାନ ଆପଣ ସୁପ୍ରିମ କୋର୍ଟ ରେ ଅପିଲ କରି ପାରିବେ l
ନିକଟରେ ପ୍ରକାଶ ପାଇଥିବା ଗୋଟିଏ ତଥ୍ୟ ଅନୁସାରେ ଭାରତରେ ପ୍ରତି ୨୫ ଜଣ ମହିଳାଙ୍କ ମଧ୍ୟରୁ ଜଣେ ଯୌନ ହିଂସା ର ଶିକାର ହେଉଛି l ଭାରତ ସେହି ୩୪ ଟି ଦେଶ ମଧ୍ୟରୁ ଗୋଟିଏ ଯେଉଁଠି ସ୍ତ୍ରୀର ଅନିଚ୍ଛା ସତ୍ୱେ ତାର ସ୍ୱାମି ତାକୁ ରେପ୍ କରିଥାଏ l ବିଶ୍ୱରେ ମାତ୍ର ୭୭ ଟି ଦେଶରେ ମେରିଟଲ ରେପ୍ କୁ ନେଇ କାନୁନ ରହିଛି l
Leave A Reply

Your email address will not be published.