Odisha news

ଜୁଲାଇ ଶେଷ ସୁଦ୍ଧା ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫.୫ ଲକ୍ଷରେ ପହଞ୍ଚିବ : ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀ‌ଷ ସିସୋଦିଆ

0

ନୂଆଦିଲ୍ଲୀ: ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ମଙ୍ଗଳବାର ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀ‌ଷ ସିସୋଦିଆଙ୍କ କହିବାନୁସାରେ ଚଳିତବର୍ଷ ଜୁଲାଇ ଶେଷ ସୁଦ୍ଧା ଦିଲ୍ଲୀରେ ପ୍ରାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫.୫ ଲକ୍ଷରେ ପହଞ୍ଚିଥିବ। ଏହି ସମୟ ଭିତରେ ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ପାଇଁ ୮୦ ହଜାର ବେଡ୍‌ର ଆବଶ୍ୟକତା ରହିଛି ବୋଲି ସେ ଜଣାଇଛନ୍ତି।

ଦିଲ୍ଳୀ ଡିଜାଷ୍ଟର୍‌ ମ୍ୟାନେଜ୍‌ମେଣ୍ଟ୍‌ ଅଥରିଟି(ଡିଡିଏମ୍‌ଏ) ସହ ଏକ ବୈଠକରେ ଆଲୋଚନା କରିବା ପରେ ସିସୋଦିଆ ଗଣମାଧ୍ୟମରେ ଏପରି କହିଛନ୍ତି। ବୈଠକର ଅଧ୍ୟକ୍ଷତା କରିଥିଲେ ଲ୍ୟୁଟେନାଣ୍ଟ୍‌ ଗଭର୍ଣ୍ଣର ଅନୀଲ ବୈଜଲ୍‌। ସେ ଡିଡିଏମ୍‌ଏର ଅଧ୍ୟକ୍ଷ ମଧ୍ୟ। ସିସୋଦିଆ ଆହୁରି ବି କହିଛନ୍ତି ଯେ କେନ୍ଦ୍ରୀୟ ଅଧିକାରୀମାନଙ୍କ ପାଖରୁ ଜାଣିବାକୁ ମିଳିଛି କି ଦିଲ୍ଲୀରେ ଏଯାବତ୍‌ କରୋନା ଭାଇରସ୍‌କୁ ନେଇ କୌଣସି ଗୋଷ୍ଠୀ ସଂକ୍ରମଣ ହୋଇନାହିଁ।

ଉଲ୍ଲେଖଯୋଗ୍ୟ, ରାଜଧାନୀ ଦିଲ୍ଲୀରେ ସମୁଦାୟ ୨୯୯୪୩ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ଏବେ ସୁଦ୍ଧା ୮୭୪ ଜଣଙ୍କର ମୃତ୍ୟୁ ଘଟିସାରିଛି। ୧୧୩୫୭ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଏବେ ବି ୧୭୭୧୨ କୋଭିଡ୍‌-୧୯ ଆକ୍ରାନ୍ତ ସକ୍ରିୟ ରହିଛନ୍ତି।

Leave A Reply