ନୂଆଦିଲ୍ଲୀ: ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ଆମ୍ ଆଦମୀ ପାର୍ଟି (ଆପ୍) ବିଧାୟକ ଅତିସୀ କୋଭିଡ-୧୯ ସଂକ୍ରମିତ ଥିବା ଜାଣିବାକୁ ମିଳିଛି। କୋଭିଡ୍-୧୯ ବା ନୋଭେଲ କରୋନା ଭାଇରସ୍ର ପରୀକ୍ଷା ପାଇଁ ଏମାନଙ୍କର ଯେଉଁ ସ୍ୱାବ୍ ନମୁନା ପରୀକ୍ଷା ପାଇଁ ଲ୍ୟାବ୍କୁ ଯାଇଥିଲା ତାହାର ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିବା ପରେ ଏମାନେ କରୋନା ସଂକ୍ରମିତ ଥିବା ଜାଣିବାକୁ ମିଳିଛି।
ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କର ମଧ୍ୟ କୋଭିଡ୍-୧୯ ବା ନୋଭେଲ କରୋନା ଭାଇରସ୍ର ପରୀକ୍ଷା ପାଇଁ ସ୍ୱାବ୍ ନମୁନା ପରୀକ୍ଷା ପଠା ଯାଇଥିଲା। ତେବେ, ଏମାନଙ୍କ ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସିଥିଲା।