Odisha news

ବୋମା ମାଡ, ଜଣେ ମୃତ ଘଟଣା ର ମୁଖ୍ୟ ଅଭିଯୁକ୍ତ ଗିରଫ

0
ଡେଲାଙ୍ଗ୧୪/୧୦ – ଅକ୍ଟୋବର ୪ ତାରିଖରେ ଡେଲାଙ୍ଗ ବ୍ଲକ ଅଧୀନସ୍ଥ ହରିରାଜପୁର ଫାଣ୍ଡି ଅନ୍ତର୍ଗତ ନଈଭଂସର  ଗ୍ରାମରେ ବୋମାମାଡ ଘଟଣା ରେ ତପନ ଦାସ (୪୯)ଙ୍କ ମୃତ୍ୟୁ ଘଟିଥିଲା। ସେଇ ଘଟଣା ର ମୁଖ୍ୟ ଅଭିଯୁକ୍ତ ବିଦ୍ୟାଧର ଦାଶ (ବିଦିଆ) (୪୭) କୁ ଡେଲାଙ୍ଗ ପୋଲିସ ଗତ କାଲି ଭୁବନେଶ୍ଵର ଉପକଣ୍ଠ ରୁ ଗିରଫ କରି ଜେରା କରିଥିବା ସୂଚନା ଏସ ଡି ପି ଓ ଦେବଦତ୍ତ ବରାଳ ଆଜି ଅନୁଷ୍ଠିତ ପ୍ରେସ ମିଟ ରେ  ଦେଇଛନ୍ତି।
ପ୍ରାପ୍ତ ସୂଚନା ଅନୁଯାୟୀ ହରିରାଜପୁର ପଞ୍ଚାୟତ ର ନଈଭଂସର ଗ୍ରାମର ତପନ ଦାସ ଓ ବିଦ୍ୟାଧର ଦାସ  ଙ୍କ ମଧ୍ୟରେ ପୂର୍ବ ଶତ୍ରୁତା ଲାଗି ରହିଥିଲା। ଘଟଣା ଦିନ ଦୁଇ ପରିବାର ମଧ୍ୟରେ ଝଗଡା ଲାଗିବାରୁ ତପନ ଦାସ ହରିରାଜପୁର ଫାଣ୍ଡି ରେ ଏତଲା ଦେଇଥିଲେ। ଏଥିରେ ଉତକ୍ଷୀପ୍ତ ହୋଇ ବିଦ୍ୟାଧର ତପନ ଦାସ ଠିଆ ହୋଇଥିବା ସମୟରେ ତାଙ୍କ ଉପରକୁ ୫ ଟି ବୋମା ପକାଇଥିଲେ। ଏଥିରେ ତପନ ଦାସ ଗୁରୁତର ଅବସ୍ଥାରେ ଜଟଣୀ ଓ ତାପରେ  ଭୁବନେଶ୍ଵର ସ୍ଥିତ ଏମ୍ସ ହସ୍ପିଟାଲରେ କୁ  ଚିକିତ୍ସା ପାଇଁ ଯାଇଥିଲେ। ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ସେହଦିନ ମୃତ ତପନ ଦାସ ଙ୍କ ପୁଅ ବିଶ୍ଵଜିତ ଦାସ (୨୪)ଡେଲାଙ୍ଗ ଥାନା ରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିତ୍ତି କରି ୨୮୩ /୨୨ ରେ ଏକ ମାମଲା ରୁଜୁ କରାଯାଇଥିଲା। ଘଟଣା ସ୍ଥଳରେ ଏସ ଡି ପି ଓ ଦେବଦତ୍ତ ବରାଳ ଓ ଡେଲାଙ୍ଗ ଥାନା ଅଧିକାରୀ ଅନିଲ କୁମାର ମହାନ୍ତି ସଦଳବଳେ ସାଇଣ୍ଟଫିକ ଦଳ ସହ ପହଞ୍ଚି ଘଟଣା ର ପଙ୍ଖା ନୁ ପୁଙ୍ଖ ତଦନ୍ତ ଚଳାଇଥିଲେ।ଅଭିଯୁକ୍ତ ଫେରାର ଥିବା ଜାଣି ସେହଦିନଠାରୁ ଡେଲାଙ୍ଗ ପୋଲିସ ତଦନ୍ତ ମୁତାବକ ଅଭିଯୁକ୍ତ କୁ ବିଭିନ୍ନ ଯାଗାରେ ଖୋଜାଖୋଜି କରିଥିଲେ। ଗତ କାଲି ଅପରାହ୍ନ ରେ ଅଭିଯୁକ୍ତ ଭୁବନେଶ୍ୱର ଅଞ୍ଚଳ ରେ ଲୁଚି ରହିଥିବା ଖବର ପାଇ ପୋଲିସ ତାକୁ ସେଠୁ କାବୁ କରିଥିବା ସୂଚନା ଶ୍ରୀ ବରାଳ ଉକ୍ତ ପ୍ରେସ ମୀଟ ରେ ଦେଇଛନ୍ତି। ଆଜି ଅଭିଯୁକ୍ତ କୁ ଡାକ୍ତରୀ ମାଇନା କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ଶ୍ରୀ ବରାଳ ଓ ଥାନା ଅଧିକାରୀ ଅନିଲ କୁମାର ମହାନ୍ତି ସୂଚନା ଦେଇଛନ୍ତି।
Nalco
Leave A Reply