ଡେଲାଙ୍ଗ : ଡେଲାଙ୍ଗ ବ୍ଲକରେ ୧୦ଟି ପଂଚାୟତ ଏବେ ବନ୍ୟା ପାଣୀ ଘେରରେ ବୁଡି ରହିଛି । ସେଗୁଡିକ ହେଲା ସୁଜନପୁର,ଡେଲାଙ୍ଗ କୋଠବାଡ,ମୁନିଦା,କଲ୍ୟାଣପୁର,ଘନିପୁର,ସାଉରିଆ,ସିଂହବ୍ରହ୍ମପୁର,ଚାଇଁପୁର,ଅରିସଲ,ଗଡମୋଟରୀ ପ୍ରଭୁତୀ ପାଣି ଘେରରେ ବୁଡି ରହିଥିବା ବେଳେ ହଜାର ହଜାର ହେକ୍ଟର ଧାନ ଫସଲ ପାଣିରେ ବୁଡି ରହିଛି । ଏହି ବନ୍ୟା ପାଣି ପଶି ଦୁଃଖ ଦୃର୍ଦଶା ରେ ଲୋକମାନେ କାଳତି ପାତ କରୁଛନ୍ତି । ରାସ୍ତା ଘାଟ ବୁଡିଯିବା ସହିତ ଯୋଗାଯୋଗ ବିଛିନ୍ନ ହୋଇ ଯାଇଛି ।
ଗାଁ ରୁ ବାହାରକୁ ଆସିବା କେତେକ ଗ୍ରାମ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇପଡିଛି । ପାଣି ଘେର ପାଇଁ ଗା ଁରୁ ବାହାରୀ ପାରୁ ନଥିବା ଲୋକମାନଙ୍କୁ ବ୍ଲକ ପ୍ରଶାସନ ତରଫରୁ ଯଥା ଶିଘ୍ର ଚୁଡା ଓ ଗୁଡ ପଂହଚାଇବା ପାଇଁ ବିଧାୟକ ପ୍ରଦୀପ ମହାରଥି ନିଦେ୍ଦର୍ଶ ଦେଇଛନ୍ତି । ତତ୍ ସହିତ ତୁରନ୍ତ ବନ୍ୟା ପ୍ରପିଡିତ ଅଂଚଳ ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରିବା ସହ ମୁଖ୍ୟମନ୍ତ୍ରୀ ଘୋଷଣା ମୁତାବକ ସହାୟତା ଯଥା ଶିଘ୍ର ପ୍ରଦାନ କରିବା ପାଇଁ ବିଧାୟକ କହିଛନ୍ତି ।
ଡେଲାଙ୍ଗ ବ୍ଲକରେ ହୋଇଥିବା ବନ୍ୟା ପରିସ୍ଥିତି କୁ ନେଇ ଡେଲାଙ୍ଗ ବ୍ଲକ ପରିସରରେ ଅନୁଷ୍ଠିତ ସମିକ୍ଷା ବୈଠକରେ ବିଧାୟକ ପ୍ରଦୀପ ମହାରଥି,ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସାହୁ,ବିଡିଓ କ୍ଷିରୋଦ୍ର ପ୍ରଧାନ,ଏବିଡିଓ ପ୍ରଦିପ୍ତ କୁମାର ନାୟକ,ବ୍ଲକ ଯୋଗାଣ ବିଭାଗ ଅଧିକାରିଣୀ ଲିପ୍ଶାରାଣି ରାଉତ ଚାଇଁପୁର ସରପଂଚ ପ୍ରଦୁମ୍ନ ପରିଡା,ବ୍ଲକ ଉପାଧ୍ୟକ୍ଷାଙ୍କ ପ୍ରତିନିଧି କବିନ୍ଦ୍ର ବଳବନ୍ତରାୟ,ଗଡମୋଟରୀ ପଂଚାୟତ ସରପଂଚଙ୍କ ପ୍ରତିନିଧି ରମଣି ରଞ୍ଜନ ଚମ୍ପତ୍ତିରାୟ ପ୍ରମୁଖ ଉପସ୍ଥିତ ହୋଇ ଏହାର ସଠିକ୍ ସୁପରିଚାଳନା ନିମନ୍ତେ ଏକ ସମିକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ପାଣି ଘେରରେ ଥିବା ଗ୍ରାମକୁ ଯଥା ଶିଘ୍ର ଡଙ୍ଗା ଯୋଗାଇବାର ସୁବିଧା କରିବା ପୁର୍ତବିଭାଗ ଅଧିନସ୍ଥ ପିଡିକେ ରାସ୍ତା ରେ ହୋଇଥିବା ଖାଲଖମା ଗୁଡିକୁ ତୁରନ୍ତ ଯୁଦ୍ଧ କାଳୀନ ଭିତିରେ ମରାମତି କରିବା ପାଇଁ ବିଧାୟକ ଶ୍ରୀଯୁକ୍ତ ମହାରଥି ବିଭାଗୀୟ ଅଧିକାରୀ ଙ୍କୁ ନିଦେ୍ର୍ଦଶ ଦେଇଥିଲେ ।
ବନ୍ୟା ପ୍ରପିଡିତ ପରିବାର ଗୁଡିକ ନଦୀ ବନ୍ଧରେ ଦୟନୀୟ ପରିସ୍ଥିତିରେ ଆଶ୍ରୟ ନେଇଥିବା ବେଳେ ତୁରନ୍ତ ପ୍ରଶାସନ ପକ୍ଷରୁ ପଲିଥିନି ଯୋଗାଇ ଦେବା ସହ ଜେନେରେଟର ସାହାର୍ଯ୍ୟରେ ବିଦୁ୍ୟତ ଆଲୋକ ଯୋଗାଣ କରିବାକୁ ବିଧାୟକ ନିଦେ୍ଦର୍ଶ ଦେଇଥିଲେ । ଏହି ସମୀକ୍ଷା ବୈଠକ ପରେ ବିଧାୟକ ପ୍ରଦୀପ ମହାରଥି ବୋଟ ଯୋଗେ ବନ୍ୟାଚଂଳ ଚାଇଁପୁର ଓ ଗଡମୋଟରୀ ପଂଚାୟତ ପରିଦର୍ଶନ କରଥିଲେ । ତାଙ୍କ ସହିତ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସାହୁ,ବିଡିଓ କ୍ଷିରୋଦ୍ର ପ୍ରଧାନ,ଆତ୍ମା ଅଧ୍ୟକ୍ଷ ପିପିଲି ଧରଣୀଧର ସାହୁ,ଯୁବନେତା ଆର୍ତବନ୍ଧୁ ସାମନ୍ତରାୟ,କଣ୍ଟି ସଂରପଚ ପ୍ରକାଶ ଧଳ,ଆଇନିଜୀବି ଶ୍ରଧର ପ୍ରଧାନ,ଚାଇଁପୁର ଓ ଗଡମୋଟରୀ ସରପଂଚ ପ୍ରମୁଖମାନେ ବୋଟ୍ ଯୋଗେ ଗସ୍ତ କରିଥିଲେ । ବନ୍ୟାଚଂଳ ଗସ୍ତକରି ଲୋକଙ୍କ ଦୁଃଖ ଦୃର୍ଦଶାକୁ ବୁଝିବା ସହ ପାକୃତିକ ବିପର୍ଯ୍ୟୟ ସମୟରେ ଧର୍ଯ୍ୟ ସହକାରେ ଏହାର ମୁକାବିଲା କରିବାକୁ ଶ୍ରୀ ମହାରଥି ନିବେଦନ କରିଥିଲେ ।
