ଡେଲାଙ୍ଗ – ଡେଲାଙ୍ଗ ଷ୍ଟେସନ ବଜାର ସ୍ଥିତ ଶ୍ୟାମସୁନ୍ଦର ପାଠାଗାର ଓ ସଂଗ୍ରାହଳୟ ପରିସରରେ ସମାଜସେବୀ କାଶୀନାଥ ମହାପାତ୍ରଙ୍କ ଆବାହକତ୍ବରେ ସାହିତ୍ଯ ଆସର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ଡେଲାଙ୍ଗ ତହସିଲଦାର ନିବେଦିତା ପରିଡ଼ା, ମୁଖ୍ୟ ବକ୍ତା କବୟିତ୍ରୀ ଶୈଳବାଳା ମହାପାତ୍ର, ସମ୍ମାନିତ ଅତିଥି ଭାବେ ପୂର୍ବାଞ୍ଚଳ ସାଂସ୍କୃତିକ ଶାଖାର ପୂର୍ବତନ ନିର୍ଦ୍ଦେଶକ ମାନସ ରଞ୍ଜନ ମହାପାତ୍ର, ଶିଶୁ ସାହିତ୍ୟିକ ରମେଶ ଦାସ ପ୍ରମୁଖ ଯୋଗ ଦେଇଥିଲେ।ଏଥିରେ ସୁସାହିତ୍ୟିକ ସନ୍ତୋଷ କୁମାର ମହାନ୍ତି କବିତା ସଂଯୋଜନା କରିଥିଲେ ।
ଶିକ୍ଷକ ଅଭୟ ଚରଣ ସାହୁ ଅତିଥିମାନଙ୍କ ପରିଚୟ ଓ ସ୍ଵାଗତ ଭାଷଣ ଦେଇଥିଲେ। ବ୍ୟଙ୍ଗ କବି ଗଣେଶ ପ୍ରସାଦ ବାରିକ, ଚନ୍ଦ୍ରଶେଖର, କବୟିତ୍ରୀ ଜ୍ୟୋତ୍ସ୍ନାମୟୀ ସ୍ବାଇଁ,ସ୍ଵର୍ଣ୍ଣପ୍ରଭା ନନ୍ଦ, ଅନ୍ନପୂର୍ଣ୍ଣା ହରିଚନ୍ଦନ, ପାର୍ବତୀ ମହାପାତ୍ର, ଆଇନଜୀବୀ ହୃଷୀକେଶ ପାଢ଼ୀ ମାଙ୍କ ଉଦ୍ଦେଶ୍ଯରେ ସ୍ବରଚିତ କବିତା ପାଠ କରିଥିଲେ । ସେବା ପାଇଁ ବିଦୁରପୁରର ଅଙ୍ଗନବାଡ଼ି ଶିକ୍ଷୟିତ୍ରୀ ନିଳମଣୀ ଓ ଡ଼ଂପୁର ଆଶାକର୍ମୀ ପିତାମ୍ବରୀ ପ୍ରଧାନଙ୍କୁ ଅନୁଷ୍ଠାନ ତରଫରୁ ଅତିଥିମାନଙ୍କ ଦ୍ବାରା ଉତ୍ତରୀୟ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଛି । ବୁଦ୍ଧିଜୀବୀ ରାଜକିଶୋର ପରିଡ଼ା , ଜିତେନ୍ଦ୍ର ପ୍ରଧାନ, ଶାନ୍ତିଲତା ପାଢ଼ୀ , ଶିକ୍ଷକ ରମେଶ ପ୍ରଧାନ,ପ୍ରଣୟ ସ୍ଵାଇଁ, ପ୍ରିୟତମା ସାହୁ, ରଶ୍ମି ବଡ଼ଜେନା, ଫକୀର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।