Odisha news

ଡେଲାଙ୍ଗ ପୋଲିସକୁ ବଡ ସଫଳତା : ୫ଜଣ ଡକାୟତ ଗିରଫ ବିପୁଳ ପରିମାଣ ସୁନା,ରୁପା ଓ ଟଙ୍କା ଜବତ

0

ଡେଲାଙ୍ଗ: ଡେଲାଙ୍ଗ ପୁଲିସକୁ ଡକାୟତ ଘଟଣାରେ ୫ଜଣକୁ ଗିରଫ କରିବାରେ ବଡ ସଫଳତା ମିଳିଛି । ସେମାନଙ୍କ ଠାରୁ ବିପୁଳ ପରିମାଣ ସୁନା ,ରୁପା ଅଳଙ୍କାର ସହିତ ଟଙ୍କା ମୋବାଇଲି ସହିତ ମାରଣାସ୍ତ୍ର ଜବତ କରିଛି ।  । ପୁରୀ ଜିଲ୍ଲା ରେ ନୂତନଭାବେ ଯୋଗ ଦେଇଥିବା ଏସପି ଅଖିଳେଶ୍ୱର ସିଂ ଡେଲାଙ୍ଗ ଥାନାରେ ଏସମ୍ପର୍କରେ ଏକ ସାମ୍ବାଦିକ ସମ୍ମଳନୀ କରିଛନ୍ତି । ସୁଚନାନୁଯାଇ ଡେଲାଙ୍ଗ ଥାନା ଅଧିନସ୍ଥ ଜେନାପୁର ଗ୍ରାମର ବିଜୟ କୁମାର ବେହେରାଙ୍କ ଘରୁ ଗତ୧୬ ତାରିଖ ରାତିରେ ଦୁବୁର୍ତ୍ତ ମାନେ ଘରେ ପଶି ସୁନା , ରୂପା ଅଳଙ୍କାର ସହ ବାସନ କୁସନ ଓ ନଗଦ ଟଙ୍କା ଚୋରି ହୋଇଥିବା ନେଇ ଡେଲାଙ୍ଗ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଅଭିଯୋଗ ଅଧାରରେ ତଦନ୍ତକାରୀ ଅଧିକାରୀଭାବେ ଥାନାର ମହିଳା ସବ୍ଇନିସପେକ୍ଟର ଲାଇକା ମହାରଣା ଏହି ଚୋରୀ ମାମଲାକୁ ପରିଚାଳନା କରିଥିଲେ ।

ଚୋରମାନଙ୍କୁ ଧରିବା ପାଇଁ ଡେଲାଙ୍ଗ ଥାନା ଅଧିକାରୀ ରଶ୍ମି ରଞ୍ଜନ ପଟ୍ଟନାୟକ ଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ବିଭିନ୍ନ ଯାଗାରେ ଚଡଉ କରାଯାଇଥିଲା । ପ୍ରଥମେ ବାପି ଦାଶକୁ ପୁଲିସ ଗିରଫ କରିବା ସଫଳ ହୋଇଥିଲା । ତାପରେ ଏହା ପଛରେ ଏକ ବିରାଟ ଗ୍ୟାଙ୍ଗର ହାତଥିବା ଥାନା ଅଧିକାରୀ ରଶ୍ମି ରଞ୍ଜନ ପଟ୍ଟନାୟକ ଜାଣିବାକୁ ପାଇଥିଲେ । ଅଂଚଳରେ ଚୋରୀ ଘଟଣାର ଫର୍ଦ୍ଧାଫାଶ ହୋଇଯିବ ଡେଲାଙ୍ଗ ଥାନା ଅଧିକାରୀ ଏ ସମ୍ପର୍କରେ ଏସଡିପିଓ ଦେବଦତ ବରାଳଙ୍କୁ ଜଣାଇଥିଲେ ।

ଏସଡିପିଓ ଦେବଦତ ବରାଳଙ୍କ ନିଦେ୍ଦର୍ଶକ୍ରମେ ବିଭିନ୍ନ ସ୍ଥାନରେ ଚଡାଉ ଜୋର କରାଯାଇଥିଲା  । ଶେଷରେ ଡେଲାଙ୍ଗ ପୋଲିସ ହାତରେ ୫ଜଣ  ଧରା ପଡିଥିବା ବେଳେ ଚୋର ଗ୍ୟାଙ୍ଗର ୪ଜଣ ସଦସ୍ୟ ଙ୍କ ସହିତ ଚୋରୀ ସାମଗ୍ରୀ ରଖିବା ଘଟଣାରେ ଦୋକାନୀ ବାପା ପୁଅକୁ ଗିରଫ କରିଛି । ଅଭିଯୁକ୍ତ  ୧. ବାପି ଦାସ (୩୩) ପି.ଧଡିଆ ଦାସ  ୨.ପ୍ରଭାକର ଦାସ (୩୩)ପି.ଲକ୍ଷ୍ମିଧର ଦାସ ଡେଲାଙ୍ଗ ଥାନା ହୁମର ଗ୍ରାମର ହୋଇଥିବା ବେଳେ ୩.ରମେଶ ଓରଫ ଲକ୍ଷ୍ମଣ ଦାସ (୪୦) ପିତା ଶ୍ୟାମ ଦାସ , ଗ୍ରାମ-ଜାମୁକେଳି, ଥାନା ଏୟାର ଫିଲଡ, ଜିଲ୍ଲା ଖୋର୍ଦ୍ଦା ହୋଇଥିବା ବେଳେ ଡେଲାଙ୍ଗ ଥାନା ହୁମର  ଗ୍ରାମରେ ରହୁଥିଲା  ।  ଅନ୍ୟ ଜଣେ ହେଲେ  ୪.ସୁର ଦାସ (୪୫) ପିତା ଶ୍ୟାମ ଦାସ , ଗ୍ରାମ-  ଜାମୁକେଳି, ଥାନା ଏୟାର ଫିଲଡ, ଜିଲ୍ଲା ଖୋର୍ଦ୍ଦା ହୋଇଥିବା ବେଳେ ଡେଲାଙ୍ଗ ଥାନା ସୁଜନପୁର ଗ୍ରାମରେ ଘର କରିଛି ।

ଚୋରି ଜିନିଷ ରଖିବା ଅଭିଯୋଗରେ ପୁରୀ କୁମ୍ଭାରପଡା ଥାନା ଅନ୍ତର୍ଗତ ସର୍ବୋଦୟ ନଗର ର ୫. ଦେବେନ୍ଦ୍ର ଆଚାରିଆ ଙ୍କ ସହିତ ପି. ସିବାନୀ (୨୧) ପି ଦେବେନ୍ଦ୍ର ଆଚାରିଆ ବେପାରୀ ଙ୍କୁ ଡେଲାଙ୍ଗ ପୋଲିସ ଗିରଫ କରିଛି । ସେମାନଙ୍କ ଠାରୁ ୩ ଲକ୍ଷ ୨୫ ହଜାର ୨ଶହ ଟଙ୍କା ସହିତ ୧କେଜି ୮୬୪ ଗ୍ରାମ ସୁନା ଅଳଙ୍କାର , ୩କେଜି ୫୫୭ ଗ୍ରାମ ରୁପା ଆଉଟା ମୁଣ୍ଡା ସହିତ ଅଳଙ୍କାର , ପିତଳ, କଂସା , ସିଲଭର ବାସନ କୁସନ, ଓଡି- ୦୫, ଏଚେ ୭୩୫୦ ହିରୋ ହୁଣ୍ଡା ମଟର ସାଇକେଲ, ବାଇ ସାଇକେଲ, ୫ଟି ମୋବାଇଲି ଓ ଗୋଟିଏ କଟୁରୀ, ଲୁହାରଡ ପୋଲିସ ଜବତ କରିଥିବା ପୁରୀ ଏସପି  ଶ୍ରୀ ସିଂହ ଜଣାଇଛନ୍ତି । ସେମାନଙ୍କ ନାମରେ ଡେଲାଙ୍ଗ, ପିପିଲି, ସତ୍ୟବାଦୀ ଥାନାରେ ୧୦ଟି କେଶ ରହିଥିବା ପୁଲିସ ଜଣାଇଛି । । ଏହି ଗ୍ୟାଙ୍ଗର ମାଷ୍ଟାର ମାଇଣ୍ଡ ରମେଶ ଓରଫ ଲକ୍ଷ୍ମଣ ଦାସ ବୋଲି ଏସପି ଶ୍ରୀ ସିଂ କହିଛନ୍ତି ।

Nalco

Leave A Reply