Odisha news

ବିଭିନ୍ନ ମାମଲାରେ ତିନି ଗିରିଫ

0

ଡେଲାଙ୍ଗ : ଡେଲାଙ୍ଗ ଥାନା ହରିରାଜପୁର ଫାଣ୍ଡି ଅନ୍ତର୍ଗତ ଗୋଡିପୁଟ ମାଟିଆପଡା ଗ୍ରାମରେ ପୂର୍ବ ଶ୍ରତୁତାକୁ ନେଇ ହରପିୟା ସ୍ୱାଇଁ ଏକ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗକୁ ଗ୍ରହଣ କରି ଡେଲାଙ୍ଗ ଥାନା କେସନଂ ୮୦/୨୦ରେ ଏକ କେସରୁଜ କରାଯାଇଥିଲା । ସେହି କେସରେ ମୁଦୁଲା ଅଭୟ ସ୍ୱାଇଁ ( ୩୦) ଓ ଅକ୍ଷୟ ସ୍ୱାଇଁ (୨୫) ଦୁଇ ଜଣଙ୍କୁ ଡେଲାଙ୍ଗ ପୋଲିସ ଗିରଫ କରିଛି । ।

ସେହିପରି ଝାରପଡା ଗ୍ରାମରେ ପୂର୍ବ ଶ୍ରତୁତାକୁ ନେଇ ଏକ ପରିବାର ଉପରେ ଆକ୍ରମଣ କରିଥିବା ନେଇ ପ୍ରଭାସିନୀ ବେହେରା ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗକୁ ଗ୍ରହଣ କରି ୧୧୬/୨୦ରେ ଏକ କେସରୁଜ କରାଯାଇ ପ୍ରଦୁ୍ୟମ୍ନ ବେହେରା(୫୨)ଙ୍କୁ ଗିରଫ କରାଯାଇଛି । ଡେଲାଙ୍ଗ ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକଙ୍କ ତତ୍ୱବଧାନରେ ହରିରାଜପୁର ଫାଣ୍ଡି ଅଧିକାରୀ ଯୁଗଳ କିଶୋର ଜେନା ତିନିଜଣ ଅଭିଯୁକ୍ତଙ୍କୁ ଗିରିଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

Leave A Reply