Odisha news

ହରିରାଜପୁର ପଞ୍ଚୁଦୋଳ ମେଳଣ ପାଇଁ ସମନ୍ୱୟ ବୈଠକ

0
ଡେଲାଙ୍ଗ – ଶ୍ରୀ ଶ୍ରୀ ପଶ୍ଚିମ ଶମ୍ଭୁ ସୋମନାଥ ଦେବ ଙ୍କ ପଞ୍ଚୁଦୋଳ ମେଳଣ ର ସୁପରିଚାଳନା ନିମନ୍ତେ ତହସିଲଦାର ନିବେଦିତା ଷଡଙ୍ଗୀ ଙ୍କ ଅଧ୍ୟକ୍ଷତାରେ ଡେଲାଙ୍ଗ ପଞ୍ଚାୟତ ସମିତି ବିଜୁପଟ୍ଟନାୟକ ସମ୍ମିଳନୀ କକ୍ଷରେ ଏକ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଉପଜିଲ୍ଲାପାଳ ଭବତାରଣ ସାହୁ,ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁ, ଉପାଧ୍ଯକ୍ଷ ଦୁର୍ବାସା ନିଶଙ୍କ, ବି ଡି ଓ ଲାବଣ୍ୟୋନ୍ଦୁ ମହାନ୍ତି, ଡେଲାଙ୍ଗ ଆଇ ଆଇ ସି ଅନିଲ କୁମାର ମହାନ୍ତି ଉପସ୍ଥିତ ରହି ମେଳଣ କମିଟି ସଦସ୍ୟ ଙ୍କ ସହିତ ମେଳଣ ସୁପରିଚାଳନା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ମେଳଣ ଆସନ୍ତା ୧୨/୦୩ /୨୩ ରୁ ଆରମ୍ଭ ହୋଇ ୧୬/୩/୨୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ମେଳଣ ଟି ୮୦ ଏକର ବିଶିଷ୍ଟ ଐତିହାସିକ ମେଳଣ ପଡିଆ ରେ ଅନୁଷ୍ଠିତ ହୋଇଆସୁଛି। ଏହାର ସଫେଇ କରିବା, ଜଟଣୀ – ପିପିଲି ରାସ୍ତା ର ବୃଷଭ ଛକ ଠାରୁ ମନ୍ଦିର ପର୍ଯ୍ୟନ୍ତ ଆର୍ ଡି ପକ୍ଷରୁ ରାସ୍ତା ର ପ୍ରଶସ୍ତି କରଣ କରି ଯାତାୟତ ସୁବିଧା କରିବା, ସ୍ତ୍ରୀ ଓ ପୁରୁଷ ଙ୍କ ପାଇଁ ୨୦ ଟି ଅସ୍ଥାୟୀ ସୌଚାଳୟ ବ୍ୟବସ୍ଥା, ପାନୀୟଜଳ ଯୋଗାଣ ପାଇଁ ୧୦ ଟି ଟ୍ୟାଙ୍କର ବ୍ୟବସ୍ଥା, ଜିଲ୍ଲା ପ୍ରଶାସନ ପକ୍ଷରୁ ଡିଜି ଯୋଗେ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା, ଜନଗହଳି ନିୟନ୍ତ୍ରଣ ପାଇଁ ୫ ପ୍ଲାଟୁନ୍ ପୋଲିସ ଫୋର୍ସ, ଡାକ୍ତରୀ ଦଳ ଓ ଆମ୍ବୁଲାନ୍ସ ମହଜୁଦ ରଖିବା, ଅଗ୍ନିଶମ ବିଭାଗ, ବିଦ୍ୟୁତ ବିଭାଗ ନିରବଛିନ୍ନ ସେବା ପ୍ରଦାନ, କୃଷି, ମତ୍ସ୍ୟ, ପ୍ରାଣୀ ସମ୍ପଦ, ଓରେଡା ସଂସ୍କୃତି ବିଭାଗ, ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରଦର୍ଶନୀ ମଣ୍ଡପ ଖୋଲିବା ଆଦି ସମ୍ପର୍କରେ କମିଟି ର ସଦସ୍ୟ ମାନେ ଉପଜିଲ୍ଲାପାଳ ଙ୍କୁ ଅବଗତ କରାଇଥିଲେ। ଲକ୍ଷାଧିକ ଭକ୍ତଙ୍କ ସମାଗମ କୁ ଆଖି ଆଗରେ ରଖି ପାନୀୟଜଳ ଯୋଗାଣ ରେ ଥିବା ସମସ୍ୟା ର ବିଶେଷ ଆଲୋଚନା କରିବା ସହିତ କାକୁଡିଆ ପାନୀୟଜଳ ପ୍ରକଳ୍ପ କୁ କାର୍ଯ୍ୟକାରୀ କରି ହରିରାଜପୁର କୁ ପାନୀୟଜଳ ଯୋଗାଣ ପାଇଁ ଆର୍ ଡବ୍ଲ୍ୟୁ ଏସ୍ ଏସ୍ ଙ୍କୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ ମେଳଣ କମିଟି ସଦସ୍ୟ ପ୍ରସନ୍ନ ମହାରଥୀ, ମାନସ ରଞ୍ଜନ ମଙ୍ଗରାଜ, ଅଭିମନ୍ୟୁ ବଳିୟାରସିଂ, ଶିବ ପ୍ରସାଦ ଚମ୍ପତ୍ତି, ବିଜଯ କୁମାର ଜେନା, ଅଶୋକ କୁମାର ସାମନ୍ତରାୟ, କେଦାରନାଥ ପାଟ୍ଟଶାଣୀ, ଗୋବିନ୍ଦ ବଳବନ୍ତରାୟ, ବାସୁଦେବ ସାହୁ, ମହାଦେବ ରାଉତରାୟ ବିଷ୍ନୁ ପ୍ରସାଦ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଏବଂ ସମସ୍ତ ବିଭାଗ ର କର୍ମଚାରୀମାନେ ଉପସ୍ଥିତ ଥିଲେ
Nalco
Leave A Reply