ଡେଲାଙ୍ଗ – ଡେଲାଙ୍ଗ ତହସିଲ କାର୍ଯ୍ୟାଳୟ ଆଗରେ ଶାନ୍ତିପୂର୍ଣ୍ଣ ଭାବେ ୫ ଘଣ୍ଟା ଧରି ମୁନିନ୍ଦା ଗ୍ରାମ ପଞ୍ଚାୟତର ଡାକପଡା ଗ୍ରାମବାସୀ ମାନେ ତିନୋଟି ଦାବୀ କରି ଧାରଣା ଦେଇଛନ୍ତି । ସୁଚନାଯୋଗ୍ୟ ଯେ ଉକ୍ତ ଗ୍ରାମରେ ବାଙ୍କେଶ୍ୱର ଯୁବକ ସଂଘ ୧୯୭୭ ମସିହାରେ ସରକାରଙ୍କ ପାଖରେ ରେଜିଷ୍ଟେସନ ହୋଇଥିଲା । ଏହି ଯୁବକ ସଂଘ ନାମରେ ୧୯୯୯ ମସିହାରେ ୨ଟି ସ୍କିମ ଆସିଥିବା ନେଇ ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି । ଏହି ଦୁଇଟି ସ୍କିମ ରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠାରୁ ଲକ୍ଷାଧିକ ଟଙ୍କା ଅନୁଷ୍ଠାନ ପାଇଛି । ଗ୍ରାମ ଠାକୁରାଣିଙ୍କର ଏକ ଘର ଉକ୍ତ ଅନୁଷ୍ଠାନ ଭଡା ସୁତ୍ରରେ ନେଇ ସେଠାରେ ଡେ କେୟାର ସେଣ୍ଟର ଖୋଲିଥିଲା । ବାଙ୍କେଶ୍ୱର ଯୁବକ ସଂଘ କେନ୍ଦ୍ର ସରକାରଙ୍କ ଠାରୁ ଡେ କେୟାର ସେଣ୍ଟର ପାଇଁ ୬ ଲକ୍ଷ ୮୫ ହଜାର ଟଙ୍କା ଆଣିଥିବା ସୂଚନା ଅଧିକାର ଆଇନ ସୁତ୍ରରୁ ଜଣାପଡିଥିଲା ।
ଏ ସମ୍ପର୍କରେ ସଂଘର କର୍ମକର୍ତ୍ତାଙ୍କୁ ପଚାରିବାରୁ ସେ ପ୍ରଥମେ ମାନିନଥିଲେ । ଗ୍ରାମବାସୀ ଓ ଗ୍ରାମ କମିଟି , ଥାନା ଆଇଆଇସି ଓ ସଂଘର କର୍ମକର୍ତ୍ତା ମାନଙ୍କ ସହ ଏକ ଆଲେଚନା କରାଯାଇଥିଲା । ଗ୍ରାମବାସୀ ସୂଚନା ଅଧିକାର ଆଇନିରେ ମିଳିଥିବା ଦସ୍ତାବିଜ ଦେଖାଇବା ପରେ ୧୨/୧୨/୨୦୧୮ରେ ଏକ ଚୁକ୍ତି ନାମା କରାଯାଇଥିଲା । ଗ୍ରାମବାସୀଙ୍କୁ ଠାକୁରାଣୀଙ୍କ ମନ୍ଦିର ତିଆରି ପାଇଁ ୨ ଲକ୍ଷ ୬୦ ହଜାର ଟଙ୍କା ଦେବାକୁ ଥାନା ଆଇଆଇସି ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ସଂଘର କର୍ମକର୍ତ୍ତା ମାନେ ଚୁକ୍ତି ପତ୍ର କରିଥିଲେ । ସମାଧାନ ମୁତାବକ ଅଗ୍ରିମ ୧ଲକ୍ଷ ଟଙ୍କା ଗ୍ରାମାବସୀଙ୍କୁ ଚୁକ୍ତି ଅନୁସାରେ ଦେଇଥିଲେ । ବାକି ୧ଲକ୍ଷ ୬୦ ହଜାର ଟଙ୍କା ସଂଘର କର୍ମକର୍ତ୍ତା ମାନେ ଆଉ ଦେଇନଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି । ବାଙ୍କେଶ୍ୱର ଯୁବକ ସଂଘ ସ୍କିମ ନଚଲାଇ ଗୃହ ଓ ଗେଟରେ ଚାବି ପକାଇ ରଖିଛନ୍ତି । ଦୟା ଓ ଲୁଣା ନଦୀରୁ ବନ୍ୟା ପାଣି ମାଡି ଯିବାରୁ ଗ୍ରାମ ଜଳ ବନ୍ଦୀ ହୋଇ ରହିଥିଲା । ଗ୍ରାମବାସିଙ୍କ ପକ୍ଷରୁ ଏହି ଗୃହ ଗୁଡିକ ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳୀ କରିବା ପାଇଁ ସଂଘର ସଭାପତି ଓ ସମ୍ପାଦକଙ୍କୁ ଗ୍ରାମବାସୀ ଚାବି ମାଗିଥିଲେ ।
ସେ ଚାବି ଦେବାକୁ ମନା କରି ପରେ ଗ୍ରାମାବସୀଙ୍କ ନାମରେ ଥାନାରେ ଅଭିଯୋଗ କରିଛନ୍ତି । ଗ୍ରାମାବସୀ ମାନେ ଏହା ଜାଣି ସମସ୍ତେ ଥାନାରେ ହାଜର ହୋଇ ଆଗରୁ ହୋଇଥିବା ଚୁକ୍ତିପତ୍ର ଥାନା ଆଇଆଇସିଙ୍କୁ ଦେଖାଇବା ସହ ସଂଘର ସଭାପତିଙ୍କୁ ବାକିଥିବା ଟଙ୍କା ମାଗିଥିଲେ । ୧୫ ଦିନ ମଧ୍ୟରେ ସଂଘର ସଭାପତି ଥାନା ଆଇଆଇସିଙ୍କ ଆଗରେ ଉକ୍ତ ଟଙ୍କା ପରିଶୋଧ କରିବେ କହିଥିଲେ । ଥାନାରୁ ଗଲା ପରେ ସଂଘର ସଭାପତି ଗ୍ରାମାବସୀଙ୍କୁ ଟଙ୍କା ଦେଇନଥିଲେ । ପରେ ଡେଲାଙ୍ଗ ଥାନା ଗ୍ରାମର କିଛି ବ୍ୟକ୍ତିଙ୍କ ନାମରେ ୧୦୭ ଦଫା ଲଗାଇ ଏକ କେସ ରୁଜ କରିଥିଲେ । ଏହାକୁ ନେଇ ଡାକପଡା ଗ୍ରାମାବସୀ ମାନେ ଶାନ୍ତିପୁର୍ଣ୍ଣ ଭାବେ ଡେଲାଙ୍ଗ ତହସିଲ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ । ସେମାନଙ୍କର ଦାବି ସରକାରଙ୍କ ଅର୍ଥରେ ନିର୍ମତ୍ତି ଯୁବକସଂଘର ସମସ୍ତ ଗୃହକୁ ଅସ୍ଥାୟୀ ବାତ୍ୟା ଆଶୟସ୍ଥଳୀ କେନ୍ଦ୍ର ରୂପେ ଘୋଷଣା କରାଯାଉ ।
ଏବଂ ସଂଘ ରଖିଥବା ୧ଲକ୍ଷ ୬୦ ହଜାର ଟଙ୍କା ଗ୍ରାମ ଠାକୁରଣୀଙ୍କ ମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟକୁ ଦିଆଯିବା ପାଇଁ ସଂଘର ସଭାପତିଙ୍କୁ ନିଦେ୍ର୍ଦଶ ଦିଆଯାଉ । ଶେଷରେ ଗ୍ରାମର ଯୁବକ ମାନଙ୍କ ନାମରେ ପୋଲିସ ୧୦୭ ଦଫା ଲଗାଇ କରିଥିବା କେସ ଉଠାଇବା ଆଦି ଦାବୀ କରି ତହସିଲ କାର୍ଯ୍ୟଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଧାରଣାସ୍ଥଳରେ ଡେଲାଙ୍ଗ ତହସିଲଦାର ରାଜେନ୍ଦ୍ର କୁମାର ଆଚାରିଆ ଓ ଥାନା ସେକେଣ୍ଡ ଅଧିକାରୀ ଉପେନ୍ଦ୍ର କୁମାର ଦାଶ ପହଂଚି ଗ୍ରାମବାସୀଙ୍କୁ ବୁଝାଶୁଝା କରିବା ସହିତ ସେମାନଙ୍କ ଦାବୀ ପତ୍ରକୁ ଗ୍ରହଣ କରି ଧାରଣାରୁ ଉଠାଇଥିଲେ । ଅନ୍ୟପଟେ ଯଦି ଜିଲ୍ଲା ଓ ବ୍ଲକ ପ୍ରଶାସନ ୧୫ ଦିନ ମଧ୍ୟରେ ଗ୍ରାମାବସୀ ମାନଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ ନ ମିଳେ ତା ହେଲେ ଗ୍ରାମାବସୀ ମାନେ ରାଜରାସ୍ତକୁ ଓହ୍ଳାଇବେ ବୋଲି ଚେତାବନୀ ଦେଇଛନ୍ତି । ସେଥିପାଇଁ ପ୍ରଶାସନ ସମ୍ପର୍ଣ୍ଣ ଭାବେ ଦାୟୀ ରହିବ ବୋଲି ଗ୍ରାମାବସୀ ମାନେ ପ୍ରେସ ଇସ୍ତାହାରରେ ପ୍ରକାଶ କରିଛନ୍ତି
