ଡେଲାଙ୍ଗ-କରୋନା ମହାମାରୀ ଦିନ କୁ ଦିନ ଉଗ୍ର ରୁପ ଧାରଣ କରିବାରେ ଲାଗିଛି । କମିବା ର ନା ଧରୁନି । ଏହି ମହାମାରୀ ନିୟନ୍ତ୍ରଣ ପାଇଁ ଦେଶ ଓ ବିଦେଶରେ ବାହାରି ପାରୁନି ଔଷଧ କି ଟୀକା । ସଚେତନ ହିଁ ବଂଚିବାର ମାଧ୍ୟମ ପାଲିଟିଛି ।ଡେଲାଙ୍ଗ ବ୍ଲକର ବିଭିନ୍ନ ପଂଚାୟତରୁ ବୁଧବାର୧୦ଜଣ କରୋନା ପଜେଟିଭ୍ ଚିହ୍ନଟ ହୋଇଥିବା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୁଚନା ମିଳିଛି ।

ସେଥିମଧ୍ୟରୁ ଗୁଆଳିପଡା ପଂଚାୟତ ହୁମର ଗ୍ରାମରୁ ୪ଜଣ,ବୋଳକଣା ଗ୍ରାମରୁ ଜଣେ,ଘନିପୁର,ଡେଲାଙ୍ଗ,ଜେନାପୁର,କଲ୍ୟାଣପୁର ଓ ଚାଇଁପୁର ରୁ ଜଣେ ଲେଖାଏଁ ମୋଟ ୧୦ଜଣ କରୋନା ପଜେଟିଭ ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କୁ ହୋମକ୍ୱାରାଣ୍ଟାଇନିରେ ରହିବା ସହିତ ସରକାରଙ୍କ ସମସ୍ତ ନିୟମ ମାନି ଚଳିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ବ୍ଲକରେ କରୋନା ଚିହ୍ନଟ ସଂଖ୍ୟା ମୋଟ ୨୦୧ରେ ପହଂଚିଥିବା ବେଳେ ସୁସ୍ଥ ସଂଖ୍ୟା ୧୪୦ରେ ରହିଥିବା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ବିପିଏମ୍ ଦିଲ୍ଲିପ କୁମାର ପରିଡାଙ୍କ ଠାରୁ ସୁଚନା ।

LEAVE A REPLY

Please enter your comment!
Please enter your name here