Odisha news

ଦୁଇ ଗୋଷ୍ଠି ମଧ୍ୟରେ ସଂଘର୍ଷ ଯୁବକ ମୃତ

0

ଢେଙ୍କାନାଳ,୨୭-୫: ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ମୁଳିଝରୀ ନିକଟସ୍ଥ ଏକ ପୋଖରୀ କଡରେ ଆମ୍ବ ତୋଟାରେ ପର୍ବତିଆ ଗ୍ରାମର କିଛି ଯୁବକ ିଭୋଜି କରୁଥିବା ସମୟରେ ଗୋଷ୍ଠୀ ସଂଘର୍ଷ ଘଟିଥିଲା । କୌଣସି କାରଣକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ବଚସା ସୃଷ୍ଟି ହୋଇ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ଘଟଣାରେ ପରସ୍ପର ମଧ୍ୟରେ ଭୋଜି ପରେ ଏକ ଆମ୍ବ ତୋଟାରେ ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହେବାରୁ ପର୍ବତିଆ ଗ୍ରାମର ଜଣେ ଯୁବକ ରାଜେନ୍ଦ୍ର ରାଉତ(୩୨) ଗୁରୁତର ଆହତ ହୋଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ କଟକ ଜିଲ୍ଲା ଆଠଗଡ ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାର ପ୍ରମୁଖ କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିିଛି । ଖବରପାଇ ସଦର ଥାନା ଅଧିକାରୀ ସନ୍ଧ୍ୟାରାଣୀ ବେଉରିଆ ପୋଲିସ ସହ ଘଟଣାସ୍ଥଳରେ ପହଁଚି ତଦନ୍ତ ଜାରି ରଖିଛନ୍ତି ।

Leave A Reply

Your email address will not be published.