Odisha news

ଗବେଷଣାର ବଡ଼ ଖୁଲାସା : ଏକ ବର୍ଷ ପର୍ଯ୍ୟନ୍ତ ରୋଗୀ ମାନଙ୍କ ନିକଟରେ ରହିପାରନ୍ତି କୋଭିଡ଼ ଜୀବାଣୁ ଓ କୋଭିଡ୍ ଲକ୍ଷଣ

କୋଭିଡ ରୋଗୀ ମାନଙ୍କ ନିକଟରେ ଏକ ବର୍ଷ ପାଇଁ ଲକ୍ଷଣ ଦେଖିବାକୁ ମିଳିଥାଏ । ଚିକିତ୍ସା ପରେ ଏହି ଭୁତାଣୁ ମଣିଷ ଶରୀରରେ ଏକ ବର୍ଷ ପର୍ଯ୍ୟନ୍ତ ରହି ପାରନ୍ତି । ଡାକ୍ତରଖାନା ରୁ ବାହାରିବା ପରେ ମଧ୍ୟ ରୋଗୀ ବର୍ଷେ ପର୍ଯ୍ୟନ୍ତ ସଂକ୍ରମିତ ରହି ଥାଆନ୍ତି ।
ବ୍ରିଟିଶ ମେଡିକାଲ ରିସର୍ଚ୍ଚ ସେଣ୍ଟର ରେ ମଧ୍ୟ ଏହି କଥାକୁ ଦର୍ସା ଯାଇଛି ଯେ ଏକ ବର୍ଷ ପରେ ମଧ୍ୟ ରୋଗୀମାନେ ଏହି ଭୁତାଣୁ ରେ ଆକ୍ରାନ୍ତ ହୋଇ ବିଭିନ୍ନ ସମସ୍ୟା ରେ ପ୍ରଭାବିତ ହୋଇ ଥାଆନ୍ତି । ଯେପରିକି ଶରୀରରେ ଦୁର୍ବଳତା , ମାଂସପେଶୀ ରେ ଯନ୍ତ୍ରଣା ଓ ଲଙ୍ଗସ୍ ରେ ସଂକ୍ରମଣ ମଧ୍ୟ ରହିଥାଏ ।
ତେଣୁ ଚିକିତ୍ସକ ମାନେ କହିଛନ୍ତି ଯେ ଏହି ସମୟରେ ଘରୋଇ ଉପଚାର ର ଆବଶ୍ୟକତା ରହିଛି । ତେଣୁ ଆସନ୍ତୁ ଜାଣିବା ସେଗୁଡିକ କଣ –
* ପ୍ରତିଦିନ ସକାଳୁ ଉଠି କିଛି ଆୟୁର୍ବେଦ କାଢ଼ା ସେବନ କରିବା ଉଚିତ୍ । ଏହି କାଢ଼ା ଆମ ଶରୀରର ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇ ଥାଏ ।
* ନିଜ ଖାଦ୍ୟରେ ଯେତେ ଅଧିକ ମାତ୍ରାରେ ଭିଟାମିନ ସି ଯୁକ୍ତ ଆହାର ସାମିଲ କରିବା ଆବଶ୍ୟକ , ଯେପରିକି କମଳା , ବେରି , ଲେମ୍ବୁ ଓ ବିଭିନ୍ନ ପ୍ରକାରର କୋଳି ଜାତୀୟ ଖଟା ଫଳ ନିୟମିତ ଭାବରେ ଖାଇବା ଉଚିତ୍ । ତା ଛଡା ଡାଳିମ୍ବ ମଧ୍ୟ ଆପଣଙ୍କ ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇ ଥାଏ ଓ ଶରୀରକୁ ଉପଯୁକ୍ତ ମାତ୍ରାରେ ଆଇରନ ଦେଇଥାଏ ।
* ଶରୀରର ମାଂସପେଶୀ ଗୁଡ଼ିକୁ ସୁସ୍ଥ ଓ ସବଳ କରିବା ପାଇଁ ନିଜ ଆହାରରେ କ୍ୟାଲସିୟମ ଆଇରନ ଓ ଫସଫରସ ଯୁକ୍ତ ଖାଦ୍ୟ ସାମିଲ କରନ୍ତୁ ।
* ସତେଜ ପତ୍ରଯୁକ୍ତ ବିଭିନ୍ନ ପ୍ରକାରର ପନିପରିବା ନିୟମିତ ସେବନ କରିବା ଉଚିତ୍ । ସେଥିରେ ପାଳଙ୍ଗ ଓ ଅନ୍ୟ ଶାଗ , ମକା , ଗାଜର ଓ ଅନ୍ୟ ସମସ୍ତ ପରିବା ଖାଆନ୍ତୁ ।
* ଆପଣ ନିୟମିତ ଅତି କମ୍ ରେ ୩ଲିଟର ପାଣି ପିଇବା ଉଚିତ୍ , ଏହାଦ୍ବାରା ଆପଣଙ୍କ ଶରୀରରୁ ଖରାପ୍ ଟକ୍ସିନ ଝାଳ ରେ ବାହାରି ଯାଇଥାଏ ଓ ଶରୀରକୁ ସୁସ୍ଥ ରଖିଥାଏ । କିନ୍ତୁ ବିଶେଷକରି ନଖ ଉଷୁମ ପାଣି ପିଇବା ଆବଶ୍ୟକ ।
Shares