Odisha news

ଐତିହାସିକ ଗୋହିରାଟିକିରି ମଠର ମହନ୍ତଙ୍କ ଦେହାନ୍ତ

0

ଧାମନଗର: Basudev Tripathy:ଓଡିଶାର ଶେଷ ସ୍ୱାଧୀନ ରାଜା ମୁକୁନ୍ଦଦେବଙ୍କ ସ୍ମୃତି ବହନ କରୁଥିବା ଐତିହାସିକ ପୀଠ ତଥା ପର୍ଯ୍ୟଟନ ସ୍ଥଳୀ ଧାମନଗର ବ୍ଲକ ଅନ୍ତର୍ଗତ ଗୋହିରାଟିକିରି ସ୍ଥିତ ବହୁପୁରାତନ ମଠର ମହନ୍ତ ବୀରବର ଦାସ ମହାରାଜ (୫୪)ଙ୍କ ଦେହାନ୍ତ ଘଟିଛି । ଯକୃତ ଜନୀତ ରୋଗରେ ଆକ୍ରାନ୍ତ ଥାଇ ଶାରିରୀକ ଅସୁସ୍ଥତା ହେତୁ ସେ କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଗୁରୁବାର ଭୋର ସମୟରେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିଲା ।

ଗୋହିରାଟିକିରି ଅଞ୍ଚଳର ଶ୍ରଦ୍ଧାଳୁ ଓ ଗ୍ରାମବାସୀଙ୍କ ସହାୟତାରେ ଏକ ଆମ୍ବୁଲାନ୍ସରେ ତାଙ୍କ ମର ଶରୀରକୁ ଆଶ୍ରମ ପରିସରକୁ ଆଣାଯାଇଥିଲା । ବର୍ତ୍ତମାନର କରୋନା କଟକଣା ହେତୁ ପୋଲିସ ପ୍ରଶାସନର ନୀତି ନିୟମ ଅନୁସାରେ ସାମାଜିକ ଦୂରତା ରକ୍ଷା କରାଯାଇ ଅଳ୍ପ ସଂଖ୍ୟକ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ଦ୍ୱରା ତାଙ୍କୁ ସମାଧିସ୍ଥ କରାଯାଇଥିଲା ।

ସ୍ୱର୍ଗତ ମହନ୍ତ ମହାରାଜ ବୀରବର ଦାସ ଜଣେ ଧାର୍ମିକ, ମେଳାପି ଓ ମିଷ୍ଠଭାଷୀ ବ୍ୟକ୍ତିଥିଲେ । ସେ ବହୁ ବର୍ଷ ଧରି ଆଶ୍ରମ ପରିସରରେ ରହି ମଠର ବହୁ ଉନ୍ନତ୍ତି କରିବା ସହିତ ଧାର୍ମିକ କାର୍ଯ୍ୟକ୍ରମ ମାନ ଚାଲୁ ରଖିଥିଲେ । ମହନ୍ତ ବୀରବର ଦାସଙ୍କ ଦେହାନ୍ତରେ ସ୍ଥାନୀୟ ଜନସାଧାରଣ, ତାଙ୍କର ବହୁ ଭକ୍ତ ଓ ଶ୍ରଦ୍ଧାଳୁ ଗଭୀର ଶୋକବ୍ୟକ୍ତ କରିଛନ୍ତି ।

Leave A Reply