ଖୋର୍ଦ୍ଧା : କରୋନା ଲକ୍ଷଣ ଥିବା ଜଣେ ଯୁବକ କରୋନାରେ ଆଙ୍କ୍ରାନ୍ତ ହୋଇଛନ୍ତିକି ନାହିଁ ଜଣା ପଡିବା ପୂର୍ବରୁ ତାଙ୍କର ଅଶ୍ୱାଭାବିକ ଭାବେ ମୃତ୍ୟୂ ଘଟିଛି । ଏହି ଭଳି ଅଘଟଣ ଖୋର୍ଦ୍ଧା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ପରିସରରେ ଖୋଲା ଯାଇଥିବା କୋଭିଡ ଆସୋଲେସେନ ୱାର୍ଡରେ ଘଟିଛି । ଯୁବକଙ୍କ ମୃତ ଦେହ ୱାର୍ଡର ବାଥରୁମରୁ ଉଦ୍ଧାର କରାଯାଇଛି । ଯୁବକ ଜଣକ ସୋମବାର ଅପରାହ୍ନ ସାଢେ ୪ଟା ସମୟରେ ଆସୋଲେସନ ୱାର୍ଡରେ ଭର୍ତି ହୋଇଥିବା ବେଳେ ମଙ୍ଗଳବାର ପୂର୍ବାହ୍ନରେ ମୃତଦେହ ଉଦ୍ଧାର ହେବା ଘଟଣା ସାଧାରଣରେ ଆଶ୍ଚର୍ଯ୍ୟ ପ୍ରକାଶ ପାଇଛି । ମୃତ୍ୟୁର ପ୍ରକୃତ କାରଣ ଜଣାପଡି ନଥିବା ବେଳେ ମୃତଦେହ ବ୍ୟବଛେଦ ପରେ ପ୍ରକୃତ କାରଣ ଜଣା ପଡିବ ବୋଲି ଡାକ୍ତରଖାନା କର୍ତୁପକ୍ଷ କହିଛନ୍ତି । ମୃତ ଯୁବକ ଜଣକ ସା୍ଥନିୟ ପୌରାଚଂଳର ହୋଇଥିବା ବେଳେ ଜଟଣୀ ବ୍ଲକର ଜୈ÷ନିକ ଠିକା କର୍ମଚାରୀ ବୋଲି ଜଣାପଡିଛି ।
ଘଟଣା ମୁତାବକ ଗତ ୪ଦିନ ହେବ ଜ୍ୱର , ମୁଣ୍ଡବିନ୍ଧା, ଥଣ୍ଡା , କାସ , ଛିଙ୍କ ଲାଗି ରହିବାରୁ ମୃତ ଯୁବକ ଜଣକ ଚଳିତ ମାସ ୨୪ ତାରିଖ ଅର୍ଥାତ ରବିବାର ଦିନ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ଆବଶ୍ୟକ ଔଷଧ ଦେବା ସହିତ ରକ୍ତ ଏବଂ ମୂତ୍ର ପରୀକ୍ଷା କରାଇବାକୁ ପରାମର୍ଶ ଦେଇଥିଲେ । ଡାକ୍ତରଙ୍କ ପରାମର୍ଶ ମୁତାବକ ଔଷଧ ଖାଇବା ପରେ ଜ୍ୱର ନକମିବାରୁ ପୁନର୍ବାର ପରଦିନ ଅର୍ଥାତ୍ ୨୫ତାରିଖରେ ଡାକ୍ତରଖାନାକୁ ଯାଇଥିଲେ । ଯୁବକ ଜଣକ ବାହାର ରାଜ୍ୟ ଫେରନ୍ତା ହୋଇ ନଥିଲେ ମଧ୍ୟ ବାହାର ରାଜ୍ୟରୁ ଆସୁଥିବା ପ୍ରବାସି ଓଡିଆମାନେ ଖୋର୍ଦ୍ଧା ରୋଡ ଷ୍ଟେସନରେ ଓହ୍ଲାଇବା ସମୟରେ ମୃତ ଯୁବକ ଜଣକ ସେଠାରେ କାର୍ଯ୍ୟରତ ଥିବାର ଚିକିତ୍ସା କରୁଥିବା ଡାକ୍ତର ମୃତ ଯୁବକଙ୍କ ଠାରୁ ଜାଣିବାକୁ ପାଇଥିଲେ । ଅନ୍ୟପକ୍ଷେ ଯୁବକ ଜଣଙ୍କ ଠାରେ କରୋନା ଲକ୍ଷଣ ଥିବାରୁ ପରେ କୋଭିଡ ଟେଷ୍ଟ କରାଇବା ସହିତ ସ୍ୱାବ ନମୁନା ପରୀକ୍ଷା କରବାକୁ ପରାମର୍ଶ ଦେବା ସହିତ ଡାକ୍ତରଖାନା ଆସୋଲେସନ ୱାାର୍ଡରେ ରହି ଚିକିତ୍ସିତ ହେବାକୁ ଡାକ୍ତର ପରାମର୍ଶ ଦେଇଥିଲେ ।
ଡାକ୍ତରଙ୍କ ପରାମର୍ଶ ମୁତାବକ ସୋମବାର ଠାରୁ ଆସୋଲେସନ ୱାର୍ଡରେ ଥିବା ସମୟରେ ମଙ୍ଗଳବାର ସକାଳୁ ଯୁବକ ଜଣକ ରହୁଥିବା ପ୍ରକୋଷ୍ଠଟିର କବାଟ ଭିତରପଟୁ ବନ୍ଦ ରହିଥିବାର ଡାକ୍ତରଖାନା କର୍ତୁପକ୍ଷ ଜାଣିବାକୁ ପାଇଥିଲେ । ପରେ କବାଟ ଭଙ୍ଗା ଯିବା ପରେ ଯୁବକ ଜଣଙ୍କର ମୃତ ଦେହ ବାଥ ରୂମ ଚଟାଣରେ ପଡି ରହିଥିବାର ଡାକ୍ତରଖାନା କର୍ତୁପକ୍ଷ ଦେଖିବାକୁ ପାଇଥିଲେ । ପରେ ଯୁବକଙ୍କ ମୃତଦେହକୁ ଉଦ୍ଧାର କରାଯାଇ ରାଜ୍ୟସରକାରଙ୍କ କୋଭିଡ ଗାଇଡଲାଇନ ମୁତାବକ ମୃତ ଦେହକୁ ବ୍ୟବଛେଦ ନିମନ୍ତେ ଭୂବନେଶ୍ୱରସ୍ଥିତ ଏମ୍ସ ହସ୍ପିଟାଲକୁ ପଠାଯାଇଛି । କେସନଂ ୨୨/୨୦ରେ ଏକ ଅପମୃତ୍ୟୁ ମାମଲା ଆଦର୍ଶ ଥାନା ପୋଲିସ ରୁଜୁ କରିଛି । ମୃତ୍ୟୁ ଖବର ପ୍ରଚାରିତ ହବୋ ପରେ ଡାକ୍ତରଖାନା ପରିସରରେ ମୃତ ଯୁବକଙ୍କ ପରିବାର ଏବଂ ସ୍ଥନିୟ ଲୋକମାନଙ୍କ ମଧ୍ୟରେ ଉତେଜନା ପ୍ରକାଶ ପାଇଥିଲା । ପରେ ଆଦର୍ଶଥାନା ପୋଲିସ ଏବଂ ଡାକ୍ତରଖାନା ଉଚ୍ଚକର୍ତୁପକ୍ଷଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିବା ଜଣାଯାଇଛି ।