* ଧଉଳୀ ସ୍ତୁପ ଭୁବନେଶ୍ୱରର ଦକ୍ଷିଣ ଦିଗରେ ରାଜମାର୍ଗ ୨0୩ ରେ ଅବସ୍ତିତ l
* ଏହା ସେହି ସ୍ଥାନ ଯେଉଁଠି ସମ୍ରାଟ ଅଶୋକ କଳିଙ୍ଗ ଯୁଧ୍ୟ ପରେ ପଶ୍ଚାତାପ ପାଇଁ ଆସିଥିଲେ l
* ଏହି ସ୍ତୁପରେ ଭଗବାନ ବୁଦ୍ଧଙ୍କର ମୂର୍ତ୍ତି ଓ ତାଙ୍କର ଯିବନି ସମ୍ବଧୀୟ ଅନେକ ତଥ୍ୟ ସ୍ଥାପନା କରାଯାଇଛି l
* ଏହି ଠାରୁ ଦୟାନଦୀର ଦୃଶ୍ୟ ବିମୋହିତ କରିଥାଏ l
* ଏଠାକୁ ଯିବାପାଇଁ କୌଣସି ଶୁଳ୍କ ନିଆଯାଏ ନାହିଁ l ସକାଳ ୬ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲାଯାଏ l
ଧଉଳିଗିରି ଓଡ଼ିଶାର ଭୁବନେଶ୍ୱରରୁ ୮ କିଲୋମିଟର ଦୂର ଦୟାନଦୀ କୂଳରେ ଅବସ୍ତିତ l ଏହାର ଚାରିପଟରେ ବୃକ୍ଷରାଜି ଓ ପାହାଡ ପର୍ବତରେ ପରିବେଷ୍ଠିତିତ l ଧଉଳୀ ପାହାଡକୁ କଳିଙ୍ଗ ଯୁଧ୍ୟର କ୍ଷେତ୍ର ବୋଲି ଧରାଯାଏ l ଏଠାରେ ମିଳିଥିବା ଶିଳାଲେଖ ଗୁଡିକ ଉପରେ ସମ୍ରାଟ ଅଶୋକଙ୍କ ବାଣୀ ମାନବ ସମାଜର ଓ ବିଶ୍ୱର କଲ୍ୟାଣ ନିମିତ୍ତ ସ୍ଥାପନ କରାଯାଇଛି l କେବଳ ଭାରତ ନୁହେଁ ବିଶ୍ୱର ବିଭିନ୍ନ ସ୍ତନରୁ ବୌଦ୍ଧ ଭିକ୍ଷୁ ମାନେ ଧଉଳି ଆସିଥାନ୍ତି l ବିଭିନ୍ନ ଏତିହାସିକ ସ୍ଥାନ ମାନଙ୍କ ମଧ୍ୟରୁ ଧଉଳି ଅନ୍ୟତମ l
ପାହାଡ ଉପରେ ଏକ ଚମତ୍କାର ଧଳା ଶାନ୍ତିସ୍ତୁପ ନିର୍ମାଣ ହୋଇଛି l ୧୯୭0 ମସିହାରେ ଜାପାନର ବୁଦ୍ଧ ସଂଘ ଓ କଳିଙ୍ଗର ବୁଦ୍ଧ ସଂଘଙ୍କ ମିଳିତ ଉଦ୍ୟମରେ ଏହି ଶାନ୍ତିସ୍ତୁପ ସ୍ଥାପନ କରା ଯାଇଥିଲା l କଳିଙ୍ଗ ଯୁଧ୍ୟ ସମୟରେ ଦୟାନଦୀର ରକ୍ତରଞ୍ଜିତ ଜଳ ସମ୍ରାଟ ଅଶୋକଙ୍କର ମନକୁ ପରିବର୍ତନ କରିଥିଲା l ସେହିଦିନ ସେ ସ୍ଥିର କଲେ ବୌଦ୍ଧ ଧର୍ମ ଗ୍ରହଣ କରିବେ l କିଛି ବର୍ଷ ପରେ ବିଭିନ୍ନ ସ୍ଥାନରୁ ବୌଦ୍ଧ ଭିକ୍ଷୁ ମାନେ ନିଜ ମନର ଶାନ୍ତି ପାଇଁ ସେଠାକୁ ପାର୍ଥନା କରିବାକୁ ଆସିବାକୁ ଲାଗିଲେ l
ଯେଉଁ ସମ୍ରାଟ ରାଜ୍ୟ ଜୟ କରିବା ଲାଳସାରେ ଯୁଧ୍ୟ କରି ଚାଲିଥିଲେ,ସେହିଁ ଦିନେ ଚଣ୍ଡlଶୋକ ରୁ ଧର୍ମାଶୋକରେ ପରିବର୍ତନ ହୋଇଥିଲେ l ଧଉଳୀରେ ଚଟାଣ ଉପର ଶିଳାଲେଖ ଉପରେ ଯେଉଁ ହାତୀର ମୂର୍ତ୍ତି ତିଆରି ହୋଇଛି ତାହା ଓଡ଼ିଶାର ପୁରୁଣା ବୌଦ୍ଧ ମୂର୍ତ୍ତି ମାନଙ୍କ ମଧ୍ୟରୁ ଗୋଟିଏ l ଓଡ଼ିଶାର ବୁଦ୍ଧିଜୀବୀ ମାନଙ୍କର ତର୍କ ଅନୁସାରେ ଟଙ୍କପାଣି ରାସ୍ତାସ୍ତିତ ଭାସ୍କରେଶ୍ୱର ମନ୍ଦିରରେ ଏକ ପ୍ରାଚୀନ ବୌଦ୍ଧ ସ୍ତୁପ ମିଳିଛି l ଧଉଳିଗିରି ଠାରେ ଏକ ପ୍ରାଚୀନ ଶିବ ମନ୍ଦିର ମଧ୍ୟ ଅଛି l ଏଠାରେ ଶିବରାତ୍ରି ଦିନ ବଡ ଜନ ସମାଗମ ହୋଇଥାଏ l