ଦଶରଥପୁର, ତା୧୮/୯ : ଦଶରଥପୁର ବ୍ଲକ୍ର ବିଭିନ୍ନ ଗ୍ରାମମାନଙ୍କରେ ଅଜଣା ଜ୍ୱରର ପ୍ରଭାବ ଦେଖିବାକୁ ମିଳିଛି । ଏହି ବ୍ଲକ୍ର ଶତାଧିକ ଗାଁରେ ଘରେ ଘରେ ଲୋକମାନେ ଜ୍ୱରରେ ପୀଡ଼ିତ ହୋଇଥିବାର ଖବର ହସ୍ତଗତ ହୋଇଛି ।
ପ୍ରତି ପରିବାରରେ ସଂଖ୍ୟାଧିକ ଲୋକ ଏହି ଜ୍ୱରରେ ଆକ୍ରାନ୍ତ ହୋଇଥିବାବେଳେ ସ୍ୱାସ୍ଥ୍ୟ ବିଭାଗ କିନ୍ତୁ ଏଥିପ୍ରତି ଆଦୌ ଦୃଷ୍ଟି ଦେଉନଥିବାର ଲୋକେ କହୁଛନ୍ତି ।
ଲୋକମାନେ ଏହି ବିଷାକ୍ତ ଜ୍ୱରରେ ଆକ୍ରାନ୍ତ ହୋଇ ଖୁବ୍ ଦୁର୍ବଳ ହୋଇପଡ଼ୁଥିବା ସହ ପାଟିର ସ୍ୱାଦ ମଧ୍ୟ ହରାଉଥିବାର ଦେଖିବାକୁ ମିଳିଛି । ତେଣୁ ସାଧାରଣରେ ଆତଙ୍କ ଖେଳିଯାଇଥିବାବେଳେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତୁରନ୍ତ ଦୃଷ୍ଟି ଦିଆଯାଇ ଏହି ଜ୍ୱରର ନିରାକରଣ ଦିଗରେ ପଦକ୍ଷେପ ନେବାକୁ ଦାବୀ ହୋଇଛି ।
