Odisha news

କରୋନା ନେଲା ସ୍କୁଲ କିରାଣୀଙ୍କ ଜୀବନ

0

ଦଶରଥପୁର, ତା୨୧/୮ : ଦଶରଥପୁର ବ୍ଲକ୍ରେ ଦ୍ରୁତବେଗରେ ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ଥମିବାର ନା ନେଉନି । ଦିନକୁ ଦିନ ଏହା ଭୟଙ୍କରଭାବେ ବୃଦ୍ଧିପାଉଛି । ଏପର୍ଯ୍ୟନ୍ତ ଏହି ବ୍ଲକ୍ରେ ଆକ୍ରାନ୍ତଙ୍କ ସଂଖ୍ୟା ୪୮୧ରେ ପହଞ୍ଚି ଥିବାବେଳେ ଆଜି କରୋନାରେ ବ୍ଲକ୍ରେ ଆଉ ଜଣଙ୍କର ଜୀବନ ଯାଇଛି । ଦଶରଥପୁର ପଞ୍ଚାୟତସ୍ଥ ମଠସାହି ଗ୍ରାମର କାଙ୍ଗାଳୀ ବେହେରାଙ୍କ ପୁଅ ନିରୋଦ କୁମାର ବେହେରା(୪୮)ଙ୍କର ଆଜି କରୋନାରେ ମୃତୁ୍ୟ ଘଟିଛି । ମୃତ ନିରୋଦ ସ୍ଥାନୀୟ ଗୁରୁକୁଳ କରୁଣାକର ବେଦ ମହାବିଦ୍ୟାଳୟର କିରାଣୀଭାବେ କାର୍ଯ୍ୟ କରୁଥିଲେ ।

ଗତକାଲି ରାତିରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ଜିଲ୍ଲା ସଦରମହକୁମା ଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ନେଇଥିଲେ । ସେଠାରେ ଡାକ୍ତର ତାଙ୍କ ଚିକିତ୍ସା କରିବା ସହିତ ଆଜି କରୋନା ଚେଷ୍ଟ କରାଇଥିବାବେଳେ ନିରୋଦଙ୍କର ପଜିଟିଭ ରିପୋର୍ଟ ଆସିଥିଲା । ସଙ୍ଗେ ସଙ୍ଗେ ଡାକ୍ତରଖାନା କର୍ତ୍ତୃପକ୍ଷ ତାଙ୍କୁ ଏକ ଆମ୍ବୁଲାନ୍ସ ଯୋଗେ କଳିଙ୍ଗନଗରସ୍ଥ କୋଭିଡ଼-୧୯ ମେଡ଼ିକାଲକୁ ଚିକିତ୍ସା ନିମନ୍ତେ ପଠାଇଥିଲେ । କିନ୍ତୁ ଖବରଅନୁଯାୟୀ ସେଠାରେ ପହଞ୍ଚିବା ପୂର୍ବରୁ ଆମ୍ବୁଲାନ୍ସ ଭିତରେ ନିରୋଦଙ୍କର ମୃତୁ୍ୟ ହୋଇଯାଇଥିବାର ଜଣାପଡ଼ିଛି । ମୃତ ନିରୋଦଙ୍କର ବିଧବା ପନôୀ ସହ ୬ ବର୍ଷର ଏକ ପୁଅ ରହିଥିବାର ଜଣାପଡ଼ିଛି । ସୂଚନାଥାଉକି ପୂର୍ବରୁ ଏହି ବ୍ଲକ୍ର ଇଜାପୁର ପଞ୍ଚାୟତରେ ଜଣେ ୪୨ ବର୍ଷୀୟ ଯୁବକଙ୍କର ଏହି କରୋନାରେ ମୃତୁ୍ୟ ଘଟିଥିଲା

Leave A Reply