Odisha news

ପ୍ରଧାନମନ୍ତ୍ରୀ ଗତିଶକ୍ତି ଯୋଜନା ଦଶପଲ୍ଲା ରେ ନିର୍ମାଣ ହେବ ବାଇପାସ୍ ରାସ୍ତା : ୧୫୫.୯୭ କୋଟି ଟଙ୍କା ମଞ୍ଜୁର

0

ଦଶପଲ୍ଲା ୪/୨  : ପ୍ରଧାନମନ୍ତ୍ରୀ ଗତିଶକ୍ତି ଯୋଜନାରେ ଦଶପଲ୍ଲା ରେ ହେବ ବାଇପାସ୍ ରାସ୍ତା । ଏଥିପାଇଁ ଚଳିତ ବଜେଟ ରେ ୧୫୫.୯୭ କୋଟି ଟଙ୍କା ମଞ୍ଜୁର ହୋଇଥିବା ସୂଚନା ଦେଇଛନ୍ତି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନିତିନ ଗଡକରି । ଟୁଇଟର ମାଧ୍ୟମରେ ଏହି ସୂଚନା ଦେଇଛନ୍ତି ମନ୍ତ୍ରୀ । ଖୋର୍ଦ୍ଧା – ବଲାଙ୍ଗୀର ଜାତୀୟ ରାଜପଥ ର ସ୍ଥାନୀୟ ଚକ୍ରଧର ପୁର ଠାରୁ ଏହି ରାସ୍ତା ଆରମ୍ଭ ହୋଇ ସ୍ଥାନୀୟ ସରିଗଣ୍ଡା ନିକଟରେ ୫୭ ନମ୍ବର ଜାତୀୟ ରାଜପଥ କୁ ଏହା ସଂଯୋଗ କରିବା । ସମୁଦାୟ ୫.୩୩ କିଲୋମିଟର ବାଇପାସ ରାସ୍ତା ନିର୍ମାଣ ହେବ । ଏହି ରାସ୍ତାରେ କୁଆଁରୀଆ ନଦୀ ପଡୁଥିବାରୁ ଏହା ଉପରେ ପୋଲ ନିର୍ମାଣ ହେବ ଓ ଦଶପଲ୍ଲା ଭଞ୍ଜନଗର ରାଜ୍ୟ ରାଜପଥ ପଡ଼ିଥିବାରୁ ଗୋଟିଏ ଓଭର ବ୍ରିଜ ନିର୍ମାଣ ହେବ । ଏହି ବାଇପାସ୍ ରାସ୍ତା ପାଇଁ ସମୁଦାୟ ୧୦୮ ଏକର ଜମି ଅଧିଗ୍ରହଣ କରାଯିବା ସହ ରାସ୍ତା ନିର୍ମାଣ ହେଲେ ୨.୬ ଏକର ଗ୍ରାମ୍ୟ ଜଙ୍ଗଲ ଅଧିଗ୍ରହଣ କରାଯିବ । ବାଇପାସ୍ ରାସ୍ତା ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଦିନକୁ ଦିନ ଦଶପଲ୍ଲା ମୁଖ୍ୟ ରାସ୍ତାରେ ଗାଡ଼ି ଚଳାଚଳ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହାର ମୁଖ୍ୟ ବ୍ୟବସାୟ କେନ୍ଦ୍ର ଗୁଡିକ ରେ ଟ୍ରାଫିକ ସମସ୍ୟା ଦେଖା ଦେଇଛି । ବାଇପାସ୍ ରାସ୍ତା ନିର୍ମାଣ ହେଲେ ଏହି ଟ୍ରାଫିକ ସମସ୍ୟା ରେ ସୁଧାର ଆସିପାରିବ ବୋଲି ମତ ପ୍ରକାଶ ପାଇଛି । ଏହି ବାଇ ପାସ ରାସ୍ତା ନିର୍ମାଣ ପାଇଁ ପୂର୍ବତନ ସାଂସଦ ତଥା ବିଧାୟକ ସ୍ୱର୍ଗତ ରୁଦ୍ରମାଧବ ରାୟ ପ୍ରସ୍ତାବ ଦେଇଥିବା ବେଳେ ଏହାକୁ କାର୍ଯ୍ୟକାରୀ କରିବାରେ ବର୍ତ୍ତମାନ ର ବିଧାୟକ ରମେଶ ଚନ୍ଦ୍ର ବେହେରା ସଫଳ ହୋଇଛନ୍ତି । ବାଇପାସ୍ ରାସ୍ତା ନିର୍ମାଣ ପାଇଁ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ଅର୍ଥ ମଞ୍ଜୁର କରିଥିବାରୁ ଦଶପଲ୍ଲା ସହରବାସୀ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Nalco
Leave A Reply