ଦଶପଲ୍ଲା ୧/୨ : ବୁଧବାର ଅପରାହ୍ନ ସମୟ ରେ ଏକ ବାଇକ୍ ଦୁର୍ଘଟଣାରେ ଜଣେ ଆଇଟିଆଇ ଛାତ୍ର ଙ୍କ ମୃତ୍ୟୁ ହୋଇଛି । ମୃତ ଛାତ୍ର ଙ୍କ ନାମ ବିଶ୍ୱଜିତ୍ ପ୍ରଧାନ(୨୩),ଓ ତାଙ୍କ ଘର ଦଶପଲ୍ଲା ଥାନା ପଥରପୁଞ୍ଜା ଗ୍ରାମରେ ବୋଲି ଜଣା ପଡ଼ିଛି । ସୂଚନା ଯୋଗ୍ୟ ଯେ, ଦଶପଲ୍ଲା ସାମନ୍ତ ଚନ୍ଦ୍ରଶେଖର ଆଇଟିଆଇ ବିଦ୍ୟାଳୟ ରେ ଶିକ୍ଷାଲାଭ କରୁଥିବା ବିଶ୍ୱଜିତ୍ ପରୀକ୍ଷା ଦେଇ ତାର ସାଙ୍ଗ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ବୈକୁମ୍ପା ଗ୍ରାମର ଆଲୋକ ମଲିକ ଙ୍କ ସହ ଓଡ଼ି ୨୫ ଏଚ ୨୧୩୮ ବାଇକ୍ ରେ ନିଜ ଘରକୁ ଫେରୁଥିବା ବେଳେ ସ୍ଥାନୀୟ ରଥଗାଁ ନିକଟ ୫୭ ନଂ ଜାତୀୟ ରାଜପଥ ଉପରେ ଏକ ପୋଲର ଗାର୍ଡ ୱାଲ୍ ରେ ବାଇକ୍ ଧକ୍କା ହେବାରୁ ବିଶ୍ୱଜିତ୍ ଓ ତାଙ୍କ ସାଙ୍ଗ ଗୁରୁତର ଆହାତ ହୋଇଥିଲେ ଆହାତ ଅବସ୍ଥାରେ ଉଭାୟଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ସ୍ଵାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରାଯାଇଥିବା ବେଳେ ଡାକ୍ତର ବିଶ୍ୱଜିତ୍ ଙ୍କୁ ମୃତ ଘୋଷଣା କରିଥିଲେ । ଖବର ଲେଖାଯିବା ସୁଦ୍ଧା ଆହାତ ଆଲୋକ ର ଚିକିତ୍ସା ସ୍ଵାସ୍ଥ୍ୟ କେନ୍ଦ୍ର ରେ ଚାଲି ଥିବା ବେଳେ ତାଙ୍କ ପରିବାର ଲୋକ ସ୍ଵାସ୍ଥ୍ୟ କେନ୍ଦ୍ରରେ ପହଂଚିଛନ୍ତି । ତାଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଭଲ ନଥିବା ବେଳେ ତାଙ୍କୁ ଅନ୍ୟ ସ୍ଵାସ୍ଥ୍ୟ କେନ୍ଦ୍ର କୁ ସ୍ଥାନାନ୍ତର ହେବା ସମ୍ଭାବନା ରହିଛି । ଏହି ଘଟଣା ରେ ପୋଲିସ ଏକ ମୋକଦ୍ଦମା କରି ବିଶ୍ୱଜିତ୍ ଙ୍କ ଶବ କୁ ଜବତ କରିଥିବା ବେଳେ ବାଇକ୍ କୁ ଜବତ କରିଛି । ସନ୍ଧ୍ୟା ହୋଇଯିବାରୁ ଶବ ବ୍ୟବଚ୍ଛେଦ ହୋଇ ପାରି ନାହିଁ । ବିଶ୍ୱଜିତ୍ ଙ୍କ ମୃତ୍ୟୁ ରେ ପରିବାର ଲୋକଙ୍କ ମଧ୍ୟରେ ଶୋକ ର ଛାୟା ଖେଳିଯାଇଛି ।
