ଦଶପଲ୍ଲା ୧୨/୧ : ଦଶପଲ୍ଲାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବିଶ୍ଵ ବିଜୟୀ ସ୍ବାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ଓ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି। ଏ ଅବସରରେ ଦଶପଲ୍ଲା ଆଇଡିଆଲ କୋଚିଂ ସେଣ୍ଟର ପକ୍ଷରୁ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଦିବସ ତଥା ଜାତୀୟ ଯୁବ ଦିବସ ପାଳିତ ହୋଇ ଯାଇଛି। କୋଚିଂ ସେଣ୍ଟର ର ପ୍ରତିଷ୍ଠାତା ଅବସରପ୍ରାପ୍ତ ସେନା କର୍ମଚାରୀ ସରୋଜ କୁମାର ପଣ୍ଡା ଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ଦଶପଲ୍ଲା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ସମାଜସେବୀ ପ୍ରସନ୍ନ କୁମାର ପଣ୍ଡା, ଆଇନଜୀବୀ ଶରତ ଚନ୍ଦ୍ର ବେହେରା ଓ ଅବସରପ୍ରାପ୍ତ ନୌସେନା କର୍ମଚାରୀ ଲକ୍ଷ୍ମୀଧର ମହାରଣା ପ୍ରମୁଖ ଯୋଗ ଦେଇ ସ୍ୱାମୀ ବିବେକାନନ୍ଦଙ୍କ ଜୀବନୀ ଓ ଆଦର୍ଶ ଉପରେ ବକ୍ତବ୍ୟ ରଖିବା ସହ ଜାତୀୟ ଯୁବ ଦିବସର ତାର୍ପଯ୍ୟ ସଂପର୍କରେ ବକ୍ତବ୍ୟ ରଖିଥିଲେ। ସେହିପରି ବିବେକାନନ୍ଦ ପଠନ କେନ୍ଦ୍ର ପକ୍ଷରୁ ବିଶ୍ଵ ବିଜୟୀ ସ୍ୱାମିବିବେକା ନନ୍ଦ ଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଆଇନୀଜିବୀ ବିନୋଦ ବିହାରୀ ମିଶ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଦଶପଲ୍ଲା ଏନ୍ ଏ ସି ଅଧ୍ୟକ୍ଷା ଇଁ ପୂନମ ପ୍ରିୟଦର୍ଶିନୀ, ନାଟ୍ୟକାର ପ୍ରଫେସର ରାମଚନ୍ଦ୍ର ମିଶ୍ର,ଖଲେଶ୍ୱର୍ ମାର୍ଥା,ମୁଖ୍ୟ ବକ୍ତା ଡ. ବୈରାଗୀ ଚରଣ ପଟ୍ଟନାୟକ ଯୋଗ ଦେଇ ସ୍ଵାମୀ ବିବେକା ନନ୍ଦଙ୍କ ଆଦର୍ଶ ଓ ମହାନୀୟତା ସଂପର୍କ ରେ ବକ୍ତବ୍ୟ ରଖିବା ସହ ବର୍ତ୍ତମାନ ର ଯୁବ ପିଢ଼ି ସ୍ଵାମୀ ବିବେକାନନ୍ଦ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବା କୁ ଆହ୍ଵାନ ଦେଇଥିଲେ । ଏହି ଉତ୍ସବ ରେ କୃଷି ମେଳା ସହ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସେହିପରି ଦଶପଲ୍ଲା ର ଯୁବ ସଙ୍ଗଠନ ସିତାରାମ ୟୁଥ୍ କ୍ଳବ୍ ଦ୍ଵାରା ଯୁବ ମହୋତ୍ସବ ମହକ ର ଦ୍ୱିତୀୟ ସନ୍ଧ୍ୟାରେ ସ୍ଵାମୀ ବିବେକ ନନ୍ଦ ଙ୍କ ଜନ୍ମ ଉତ୍ସବ ପାଳିତ ହୋଇ ଯାଇଛି । କ୍ଳବ୍ ର ସଭାପତି ସୁଜିତ୍ କୁମାର ପ୍ରଧାନ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବିଧାୟକ ଯୋଗ ଦେଇଥିବା ବେଳେ ଅଧ୍ୟାପକ ମଦନ ସୁନ୍ଦର କ୍ଷେତି ମୁଖ୍ୟବକ୍ତା,ବିଶିଷ୍ଟ ଅତିଥି ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ,ଓ ସମ୍ମାନିତ ଅତିଥିଭାବେ ସନ୍ତୋଷ କୁମାର ସାହୁ ଓ କୃଷ୍ଣମୂର୍ତ୍ତି ଚୌଧୁରୀ ଯୋଗ ଦେଇ ସ୍ଵାମୀ ବିବେକାନନ୍ଦଙ୍କ ସ୍ମୃତି ଚାରଣ କରିଥିଲେ । ଏହି ଉତ୍ସବ ରେ ଡ଼.ଚିନ୍ମୟ କୁମାର ସାହୁ ଓ ପ୍ରଭାକର ପ୍ରଧାନ ଙ୍କୁ ଚଳିତ ବର୍ଷ ମହକ ସମ୍ମାନ ରେ ସମ୍ମାନିତ କରାଯାଇଥିଲା । ଉତ୍ସବ ରେ ବିଭିନ୍ନ ପ୍ରତିଯୋଗିତାରେ ଉନ୍ନୀତ ଛାତ୍ର ଛାତ୍ରୀ ମାନଙ୍କୁ ପୁରୁଷୋତ୍ତମ ସ୍ମାରକୀ ଟ୍ରଫି ଓ ପ୍ରାଇଜ୍ ମନି ପ୍ରଦାନ କରାଯାଇଥିଲା ।ଏହି ସଭାରେ ତ୍ରିନାଥ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କ୍ଳବ୍ ର ସଭାପତି ଧନ୍ୟବାଦ୍ ଅର୍ପଣ କରିଥିଲେ ।
