Odisha news

ଦଶପଲ୍ଲା ବ୍ଲକରେ ଜିଲ୍ଲାପାଳ ଙ୍କ ଜନଶୁଣାଣୀ ଶିବିର

0

ଦଶପଲ୍ଲା ୧୯/୧୨ : ସୋମବାର ଦିନ ଦଶପଲ୍ଲା ବ୍ଲକ ରେ ଜିଲ୍ଲା ପାଳ ଙ୍କ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ରବୀନ୍ଦ୍ର କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଦଶପଲ୍ଲା ପଞ୍ଚାୟତ ସମିତି ସଭା ଗୃହ ରେ ଅନୁଷ୍ଠିତ ଏହି ଜନଶୁଣାଣୀ ଶିବିରରେ ସମୁଦାୟ ୮୮ ଟି ଅଭିଯୋଗ ପଞ୍ଜୀକୃତ ହୋଇଥିବା ବେଳେ ଏଥି ମଧ୍ୟରୁ ୮୦ ଟି ବ୍ୟକ୍ତିଗତ ଓ ତିନୋଟି ସାମୁହିକ ଗ୍ରାମ ବିବାଦ ର ଶୁଣାଣି କରାଯାଇଥିବା ବେଳେ ୩୪ ଟି ଅଭିଯୋଗ ର ତତ୍କାଳ ସମାଧାନ କରାଯାଇଥିଲା । ଅନ୍ୟ ଅଭିଯୋଗ ଗୁଡ଼ିକ ର ତୁରନ୍ତ ସମାଧାନ ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାସହ ତିନିଜଣ ଦରଖାସ୍ତ କାରିଙ୍କୁ ଜିଲ୍ଲାପାଳ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ସେହିପରି ଜିଲ୍ଲାପାଳ ଙ୍କ ଉପସ୍ଥିତିରେ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ହିତାଧିକାରୀଙ୍କୁ ଟ୍ରାଇ ସାଇକେଲ ବଣ୍ଟନ କରାଯାଇଥିଲା । ଏହି ଜନଶୁଣାଣୀ ଶିବିରରେ ଜିଲ୍ଲାପାଳ ଙ୍କ ସହ ନୟାଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଲେଖ ଚନ୍ଦ୍ର ପହି, ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁନନ୍ଦା ସାହୁ, ବିଡ଼ିଓ ସଞ୍ଜୟ କୁମାର ଆଚାର୍ଯ୍ୟ, ତହସିଲଦାର ଶ୍ରୀକୁମାର ରଥ, ଡେପୁଟି କଲେକ୍ଟର (ଅଭିଯୋଗ) ଆୟୁଶି ମହାପାତ୍ର, ପ୍ରମୁଖ ଯୋଗ ଦେଇଥିବା ବେଳେ ଜିଲ୍ଲାସ୍ତରୀୟ ଅଧିକାରୀ ଓ ଲାଇନ୍ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ରହି ବିଭିନ୍ନ ସମସ୍ୟା ଗୁଡ଼ିକ ଶୁଣାଣି କରିବାରେ ଜିଲ୍ଲାପାଳ ଙ୍କୁ ସହଯୋଗ କରିଥିଲେ

Nalco
Leave A Reply