ଦଶପଲ୍ଲା ୧୫/୨୨ : ସବୁଦିନ ପରି ୬ ଜଣ ଛାତ୍ର-ଛାତ୍ରୀ ଙ୍କୁ ଧରି ଆଦର୍ଶ ବିଦ୍ୟାଳୟକୁ ଯାଉଥିବା ଏକ ଅଟୋ ଏକ ପିକଅପ ଭ୍ୟାନ କୁ ଧକ୍କା ଦେବା ଫଳରେ ଅଟୋ ରେ ବସିଥିବା ୬ ଜଣ ଛାତ୍ର- ଛାତ୍ରୀଙ୍କ ମଧ୍ୟରୁ ୫ ଜଣ ଛାତ୍ର- ଛାତ୍ରୀ ଆହାତ ହୋଇଛନ୍ତି। ଆହାତ ଛାତ୍ର- ଛାତ୍ରୀ ମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଏଥି ମଧ୍ୟରେ ଜଣେ ଛାତ୍ରଙ୍କର ଗୋଡ ଭାଙ୍ଗି ଯାଇଥିବାରୁ ଗୁରୁତର ଅବସ୍ଥାରେ ତାଙ୍କୁ ନୟାଗଡ ଜିଲ୍ଲା ସ୍ଵାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ଆହାତ ଛାତ୍ରଙ୍କ ନାମ ପରେଶ ବେହେରା ଓ ସେ ଅଷ୍ଟମ ଶ୍ରେଣୀର ଛାତ୍ର ବୋଲି ଜଣା ପଡିଛି ଓ ତାଙ୍କ ଘର ଦଶପଲ୍ଲା ଥାନା ସରିଗଣ୍ଡା ଗ୍ରାମରେ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି। ଏହି ଘଟଣାରେ ପୋଲିସ ପକ୍ଷରୁ ଏକ ମୋକଦ୍ଦମା କରାଯାଇ ଉଭୟ ଗାଡିକୁ ଜବତ କରାଯାଇଥିବା ବେଳେ ଦୁଇ ଗାଡିର ଡ୍ରାଇଭରଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି।
