ଦଶପଲ୍ଲା ୩୧/୧୦ : ସୋମବାର ସକାଳ ସମୟ ରେ ଦଶପଲ୍ଲା ବ୍ଲକ ବାଣୀଗୋଛା ନୂଆସାହି ରେ ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଘର ପୋଡ଼ି ପାଉଁଶ ହୋଇ ଯାଇଥିବା ବେଳେ ଘରେ ଥିବା ଅସବାପତ୍ର ଓ ଖାଦ୍ୟ ସାମଗ୍ରୀ ପୋଡ଼ି ପାଉଁଶ ହୋଇ ଯାଇଛି । ଏହି ଅଗ୍ନି କାଣ୍ଡ ର କାରଣ ସ୍ପଷ୍ଟ ହୋଇ ନଥିବା ବେଳେ କୌଣସି କାରଣ ରୁ ନୂଆସାହି ଗ୍ରାମର ତ୍ରିଲୋଚନ ଭୋଇ ଙ୍କ ଘରେ ଏହି ନିଆଲାଗି ତାଙ୍କର ଦୁଇବଖରା ଘର ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇ ଯାଇଛି । ଗ୍ରାମବାସୀ ଓ ଖବର ପାଇ ଦଶପଲ୍ଲା ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଏହି ନିଆଁ କୁ ଆୟତ କରିଥିଲେ । ବାଣୀ ଗୋଛା ସରପଞ୍ଚ ସସ୍ମିତା ନାୟକ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଉପେନ୍ଦ୍ର ସାହୁ, ଜିଲ୍ଲା ପରିଷଦ ହରିଶ୍ ଚନ୍ଦ୍ର ଜାନି ଓ ପୂର୍ବତନ ସମିତି ସଭ୍ୟ ସୁଦାମ ପ୍ରଧାନ ପ୍ରମୁଖ ଅଗ୍ନି ବିପନ୍ନ ପରିବାର ଙ୍କ ନିକଟରେ ପହଞ୍ଚି ଶୁଖିଲା ଖାଦ୍ୟ ସହ କିଛି ବସ୍ତ୍ର ପ୍ରଦାନ କରିଥିଲେ । ଅଗ୍ନି ବିପନ୍ନ ପରିବାର ଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣ ରେ ଦାବି ହେଉଛି
