ଦଶପଲ୍ଲା୨/୯ : କେନ୍ଦ୍ର ଓ ରାଜ୍ୟ ସରକାର ଶିକ୍ଷାର ମାନ ବୃଦ୍ଧି ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିଲେ ମଧ୍ୟ ବିଦ୍ୟାଳୟ ର ଭିତ୍ତିଭୂମି ଓ ଶିକ୍ଷକ ଙ୍କ ଅଭାବ ପାଇଁ ଅବହେଳିତ ହୋଇ ରହିଛି ବିଦ୍ୟାଳୟ। ଫଳରେ ବିଦ୍ୟାଳୟ ରେ ସୃଷ୍ଟି ହୋଇ ପାରୁନି ଶୈଖିକ ପରିବେଶ । ଏଭଳି ଏକ ବିଦ୍ୟାଳୟ ଦେଖିବାକୁ ମିଳିଛି ଦଶପଲ୍ଲା ବ୍ଲକ ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ, ବୁଲୁଣ୍ଡା ରେ । ଦଶପଲ୍ଲା ବ୍ଲକ ଭୋଗବାଡ଼ି ପଞ୍ଚାୟତ ରେ ୧୯୫୫ ମସିହାରେ ସ୍ଥାପିତ ହୋଇଥିଲା ଏହି ବିଦ୍ୟାଳୟ । ମାତ୍ର ଏହି ବିଦ୍ୟାଳୟ ଟି ବହୁ ଅବହେଳିତ ହୋଇ ରହିଛି । ଏହି ବିଦ୍ୟାଳୟ ରେ ଭୋଗବାଡି ପଞ୍ଚାୟତ ର ତାଳମଡା, ବୁଲୁଣ୍ଡା, କାମିଟି, ଗେରାପାଯୁ ଆଦି ଗ୍ରାମର ଅନୁସୂଚିତ ଜାତି ଓ ଜନଜାତିର ଛାତ୍ର ଛାତ୍ରୀ ମାନେ ଶିକ୍ଷା ଲାଭ କରିଥିବା ବେଳେ ପ୍ରଥମ ରୁ ପଞ୍ଚମ ଶ୍ରେଣୀର ଛାତ୍ର ଛାତ୍ରୀ ଶିକ୍ଷା ଲାଭ କରିଥାନ୍ତି । ବର୍ତମାନ ୨୫ ଜଣ ଛାତ୍ର ଛାତ୍ରୀ ଏହି ବିଦ୍ୟାଳୟ ରେ ଶିକ୍ଷା ଲାଭ କରୁଥିବା ବେଳେ ଜଣେ ଶିକ୍ଷକ ରେ ଚାଲିଛି ବିଦ୍ୟାଳୟ । ଯାହାକି ଛାତ୍ର ଛାତ୍ରୀ ମାନଙ୍କ ଶିକ୍ଷା ଲାଭ ରେ ବ୍ୟାଘାତ ସୃଷ୍ଟି କରିଛି ।
ବିଶେଷ ଭାବେ ଗୋଟିଏ ଶ୍ରେଣୀ ଗୃହରେ ବିଦ୍ୟାଳୟ ର ଅଫିସ ସହ ପ୍ରଥମରୁ ପଞ୍ଚମ ଶ୍ରେଣୀର ଛାତ୍ର ଛାତ୍ରୀ ମାନେ ଏକାଠି ବସି ପାଠ ପଢୁଥିବା ବେଳେ ଅଧିକ ନାହିଁ ଶ୍ରେଣୀ ଗୃହ । ପାଖରେ ଥିବା ଆଜବେଷ୍ଟ ଘରଟି ମରାମତି ଅଭାବ ରୁ ଅଚଳ ହୋଇ ପଡିଥିବା ବେଳେ ବର୍ଷା ଦିନେ ଶ୍ରେଣୀ ଗୃହରେ ଗକୁଛି ପାଣି । ସେହିପରି ସମସ୍ତ ବିଦ୍ୟାଳୟ ରେ ରାଜ୍ୟ ସରକାର ମଧ୍ୟାହ୍ନ ଭୋଜନ କାର୍ଯ୍ୟକାରୀ କରିଥିବା ବେଳେ ବିଦ୍ୟାଳୟ ରେ ରୋଷେଇ ଘର ନ ଥିବାରୁ ବିଦ୍ୟାଳୟ ବାରଣ୍ଡାରେ ଚୁଲି ରେ ହେଉଛି ରୋଷେଇ । ଏପରିକି ବିଦ୍ୟାଳୟ ମାନଙ୍କରେ ଗ୍ୟାସ ଦ୍ଵାରା ରୋଷେଇ କରିବାକୁ ସରକାରୀ ନିର୍ଦ୍ଦେଶ ଥିବା ବେଳେ ଏହି ବିଦ୍ୟାଳୟ ରେ କାଠ ଦ୍ଵାରା ମଧ୍ୟାହ୍ନ ଭୋଜନ ରୋଷେଇ ହେଉଥିବା ଦେଖିବାକୁ ମିଳିଛି । ଫଳରେ କାଠର ଧୂଆଁ ଛାତ୍ର ଛାତ୍ରୀ ଙ୍କ ପାଠ ପଢାରେ ବ୍ୟାଘାତ ସୃଷ୍ଟି କରିଛି । ବିଦ୍ୟାଳୟ ରେ ଥିବା ନଳକୂଅ ରୁ ଗୋଳିଆ ପାଣିସହ ଲୁହାଗୁଣ୍ଡ ବାହାରୁ ଥିବାରୁ ଛାତ୍ର ଛାତ୍ରୀ ଙ୍କୁ ମିଳୁନି ଶୁଦ୍ଧ ପାନୀୟ ଜଳ । ବିଶେଷ ଭାବେ ବିଦ୍ୟାଳୟ ଯିବା ପାଇଁ ଭଲ ରାସ୍ତା ନ ଥିବାରୁ ବର୍ଷା ଦିନେ ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ ଯିବାରେ ବାଧା ସୃଷ୍ଟି ହୋଇଛି । ଏପରିକି ବିଭିନ୍ନ ସମୟ ରେ ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ ନିକଟରେ ବହି ଯାଇଥିବା ମଦରଙ୍ଗା ନାଳ ଦେଇ ବିପଦପୂର୍ଣ୍ଣ ଭାବେ ଗମନା ଗମନ କରିଥାନ୍ତି । ଏହି ପଞ୍ଚାୟତ ର ସର୍ବ ପୁରାତନ ଏହି ବିଦ୍ୟାଳୟ ପ୍ରତି ଉଚ୍ଚ କତୃପକ୍ଷ ଦୃଷ୍ଟି ଦେବା ସହ ଅଧିକ ଶିକ୍ଷକ ନିଯୁକ୍ତି ,ଶ୍ରେଣୀଗୃହ ଓ ରୋଷେଇଘର ନିର୍ମାଣ ପାଇଁ ଗ୍ରାମବାସୀ ଙ୍କ ପକ୍ଷରୁ ଦାବି ହେଉଛି
