ଦଶପଲ୍ଲା୨୨/୮ : ସ୍ୱାଧୀନତା ର ୭୫ ବର୍ଷ ଉପଲକ୍ଷେ ସାରା ଦେଶ ରେ ପାଳିତ ହେଉଛି ଆଜାଦିକା ଅମୃତ ମହୋତ୍ସବ । ଏହି ଅବସରରେ ଦେଶ ସ୍ବାଧୀନତାରେ ମହାତ୍ମାଗାନ୍ଧୀ ଙ୍କ ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ । ମହାତ୍ମାଗାନ୍ଧୀ ଙ୍କ ଦେଶ ସ୍ବାଧୀନତା ରେ ଭୂମିକା ଓ ଅହିଂଶାର ବାର୍ତା ନେଇ ଆସିଥିବା ଅହିଂଶା ରଥ କୁ ଦଶପଲ୍ଲା ରେ ଭବ୍ୟ ସ୍ୱାଗତ କରାଯାଇଛି । ଦଶପଲ୍ଲା ଏନ ଏ ସି ଅଧ୍ୟକ୍ଷା ଇଂ ପୁନମ ପ୍ରିୟ ଦର୍ଶିନି,ଓ ଦଶପଲ୍ଲା ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ ଙ୍କ ଉପସ୍ଥିତି ରେ ଏହି ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଏହା ପରେ ଏହି ରଥ ଦଶପଲ୍ଲା ବ୍ଲକ ଓ ଏନ ଏ ସି କାର୍ଯ୍ୟାଳୟ ରେ ପହଁଚିଥିବା ବେଳେ ସୁସଜିତ ଅହିଂସା ରଥରେ ଥିବା ଏଲିଡ଼ ଭିଡ଼ିଓ ମାଧ୍ୟମରେ ଦେଶ ସ୍ବାଧୀନତା ରେ ମହାତ୍ମାଗାନ୍ଧୀଙ୍କ ଉଦ୍ୟମ ଓ ଆନ୍ଦୋଳନ ସମ୍ପର୍କରେ ପରିବେଷଣ କରାଯାଇଥିଲା । ସେହିପରି ଖମାର୍ ସାହି ଗ୍ରାମବାସୀଙ୍କ ପକ୍ଷରୁ ଏହି ଅହିଂଶା ରଥକୁ ସ୍ୱାଗତ କରାଯାଇଥିଲା
