Odisha news

ସି ଆଇ ଟି ୟୁ ସହବନ୍ଧିତ ବିଭିନ୍ନ ସଙ୍ଗଠନ ର ମିଳିତ ଆଇନ୍ ଅମାନ୍ୟ ଆନ୍ଦୋଳନ

0

ଦଶପଲ୍ଲା ୮/୮ : ସୋମବାର ଦିନ ସି ଆଇ ଟି ୟୁ ,ଅଖିଳ ଭାରତ କୃଷକ ସଭା ଓ ଅଖିଳ ଭାରତ କ୍ଷେତ ମଜଦୂର ୟୁନିଆନ ପକ୍ଷରୁ ଦଶପଲ୍ଲାରେ ଆଇନ ଅମାନ୍ୟ ଆନ୍ଦୋଳନ ଅନୁଷ୍ଠିତ ହୋଇ ଯାଇଛି।ଦରଦାମ ବୃଦ୍ଧି ବିରୁଦ୍ଧରେ,ବେକାର ଙ୍କୁ ନିଯୁକ୍ତି, ଠିକା ଶ୍ରମିକ ମାନଙ୍କୁ ଓ ଆଉଟ ସୋର୍ଶିଂ ନିଯୁକ୍ତ ମାନଙ୍କୁ ସ୍ଥାୟୀ କରିବା,ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଉପରୁ ଜି ଏସ ଟି ପ୍ରତ୍ୟାହାର, କୃଷି ଜାତ ଜିନିଷର ସର୍ବ ନିମ୍ନ ମୂଲ୍ୟ ପାଈଁ ଆଇନ କରିବା,କୃଷି ଋଣ ଛାଡ କରିବା, ସ୍କିମ ୱର୍କର ମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା, ସରକାରୀ ଉଦ୍ୟୋଗ ଗୁଡ଼ିକୁ ଘରୋଇ କମ୍ପାନୀକୁ ଦେବା ବନ୍ଦ କରିବା,ବାସ ହିନ ମାନଙ୍କୁ ଘରଡିହ ଏବଂ ବାସଗୃହ ଯୋଗାଇ ଦେବା, ମନରେଗା ଯୋଜନାରେ ବର୍ଷକୁ ୨୦୦ ଦିନ କାମ ଓ ୭୦୦ ଟଙ୍କା ମଜୁରୀ ଇତ୍ୟାଦି ଦାବି ନେଇ ଏକ ଶୋଭାଯାତ୍ରା ଦଶପଲ୍ଲା ବ୍ଲକ ଛକରୁ ବାହାରି ତହସିଲ ଅଫିସ କୁ ଯାଇଥିଲା। ତହସିଲ ଅଫିସ୍ ଠାରେ ଆନ୍ଦୋଳନ କରି ମାନେ ପୋଲିସ କଡନ ଭାଙ୍ଗି ,ଆଇନ ଅମାନ୍ୟ କରି ଗିରଫ ହୋଇଥିଲେ। ପୋଲିସ ଗିରଫ କରି ସତ୍ୟାଗ୍ରହ କାରୀ ମାନଙ୍କୁ,ଥାନାକୁ ଆଣି ପ୍ରେ ଛାଡ଼ି ଦେଇଥିଲା।ଏହି ଆନ୍ଦୋଳନରେ ସି ଆଇ ଟି ୟୁ ର ଜିଲ୍ଲା ସମ୍ପାଦକ ଶରତ ଚନ୍ଦ୍ର ବେହେରା, ଜୟନ୍ତୀ ଦାସ,ସସ୍ମିତା ପଟ୍ଟନାୟକ,ସଞ୍ଜୁ ପଣ୍ଡା ଏବଂ କୃଷକ ସଭାର ବ୍ଲକ କମିଟି ସମ୍ପାଦକ ଗଣେଶ୍ୱର ନାୟକ ସଭାପତି ବ୍ରଜ ବନ୍ଧୁ ପ୍ରଧାନ,ଯୁବ ସଂଗଠନର ନେତା ସୁଶାନ୍ତ ନାୟକ, ବିପିନ୍ ବିହାରୀ ବାଜୁ ଓ ପ୍ରଦୀପ କୁମାର ନାୟକ ପ୍ରମୁଖ ନେତୃତ୍ୱ ନେଇଥିଲେ

Nalco
Leave A Reply