Odisha news

କାର ଦୁର୍ଘଟଣା : ଚାଲିଗଲା ଦଶପଲ୍ଲା ର ଦୁଇ ସନ୍ତୋଷ ଙ୍କ ଜୀବନ

0

ଦଶପଲ୍ଲା୩/୮ : ମଙ୍ଗଳବାର କନ୍ଧମାଳ ଜିଲ୍ଲା ଖଜୁରିପଡା଼ ଥାନା ଅନ୍ତର୍ଗତ ସମ୍ବରଡ଼େଗା ଛକ ନିକଟରେ କାର ଦୁର୍ଘଟଣାରେ ଚାଲି ଯାଇଛି ଦଶପଲ୍ଲା ର ଜଣାଶୁଣା ଦୁଇ ସନ୍ତୋଷ ଙ୍କ ଜୀବନ । କାର ଦୁର୍ଘଟଣା ସ୍ଥଳରେ ସନ୍ତୋଷ କୁମାର ତାରିଣୀଆ ଙ୍କ ଜୀବନ ଚାଲି ଯାଇଥିବା ବେଳେ ଗୁରୁତର ଅବସ୍ଥାରେ ସନ୍ତୋଷ କୁମାର ସାହୁ ଙ୍କୁ ଭୁବନେଶ୍ୱର ସ୍ଥିତ ଆମ୍ରି ହସ୍ପିଟାଲ ରେ ଭର୍ତି କରାଯାଇଥିବା ବେଳେ ବୁଧବାର ଦିନ ତାଙ୍କର ମୃତ୍ୟୁ ହୋଇଛି ।ଏହି ଦୁର୍ଘଟଣା ରେ ଅନ୍ୟ ଦୁଇଜଣ ବଗଲା ବେହେରା ଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସ ରେ ଭର୍ତି କରାଯାଇଥିବା ବେଳେ ଆହାତ ରାଧାନାଥ ପଟ୍ଟନାଏକ ଙ୍କୁ ଫୁଲବାଣୀ ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିଛା କରାଯାଉଛି । ସୁଚନା ଯୋଗ୍ୟ ଯେ ସନ୍ତୋଷ କୁମାର ସାହୁ ଙ୍କ କାର ରେ ନିଜସ୍ୱ କାର୍ଯ୍ୟରେ ସନ୍ତୋଷ କୁମାର ସାହୁ, ସନ୍ତୋଷ କୁମାର ତାରିଣୀଆ,ରାଧାନାଥ ପଟ୍ଟନାଏକ,ବଗଲା ବେହେରା ଫୁଲବାଣୀ ଯାଉଥିବା ବେଳେ ଖଜୁରିପଡା଼ ଥାନା ସମ୍ବର ଡ଼େଗା ନିକଟରେ ଏକ ଗଛ ସହ କାର ର ଧକା ହୋଇଥିଲା । ଘଟଣା ସ୍ଥଳରେ କାର ସମ୍ମୁଖରେ ବସିଥିବା ସନ୍ତୋଷ ତାରିଣୀଆ କାର ରେ ଚିପି ହୋଇ ତାଙ୍କର ମୃତ୍ୟୁ ହୋଇଥିବା ବେଳେ କାର ଚଳାଉଥିବା ସନ୍ତୋଷ କୁମାର ସାହୁ ଙ୍କ ମୁଣ୍ଡରେ ଆଘାତ ଲାଗିବାରୁ ସେ ଗୁରୁତର ଆହତ ହୋଇଥିଲେ ଏହା ସହ ବଗଲା ବେହେରା ଓ ରାଧାନାଥ ପଟ୍ଟନାଏକ ଆହତ ହୋଇଥିଲେ । ଖଜୁରିପଡା଼ ଦମକଳ ବାହିନୀ ସ୍ୱଛାସେବି ଅନୁଷ୍ଠାନ ହ୍ୟୁମାନିଟି ର ସଦଶ୍ୟ ମାନେ ଦୁର୍ଘଟଣା ସ୍ଥାନରେ ପହଂଚି ଆହାତ ମାନଙ୍କୁ ଉଧାର କରି ଫୁଲବାଣୀ ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରିଥିବା ବେଳେ ଗୁରୁତର ଅବସ୍ଥାରେ ସନ୍ତୋଷ କୁମାର ସାହୁ ଙ୍କୁ ଭୁବନେଶ୍ୱର ଆମ୍ରି ହସ୍ପିଟାଲ ଓ ବଗଲା ଙ୍କୁ ଏମ୍ସ ରେ ଭର୍ତି କରାଯାଇଥିବା ବେଳେ ସନ୍ତୋଷ କୁମାର ସାହୁ ଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ ପୋଲିସ କାର କୁ ଜବତ କରିବା ସହ ଶବ ଜବତ କରି ବ୍ୟବଚ୍ଛେଦ କରିଛି। ଉଭୟ ସନ୍ତୋଷ କୁମାର ସାହୁ ଓ ସନ୍ତୋଷ କୁମାର ତାରିଣୀଆ ଦଶପଲ୍ଲା ଅଂଚଳରେ ବେଶ ଜଣା ଶୁଣା । ସନ୍ତୋଷ କୁମାର ତାରିଣୀଆ ଜଣେ ମେଳାପୀ ଓ ସାହାଯ୍ୟ କାରି ଲୋକ ହୋଇଥିବା ବେଳେ ସନ୍ତୋଷ କୁମାର ସାହୁ ଜଣେ ଧାର୍ମିକ ଓ ବିଭିନ୍ନ ସ୍ଥାନରେ ନିଜ ଅର୍ଥରେ ମନ୍ଦିର ନିର୍ମାଣ କରି ବେଶ ଲୋକପ୍ରିୟ ହୋଇ ପାରିଥିଲେ , ଜଣେ ଉଦିୟମାନ ଯୁବକ ଓ ଦଶପଲ୍ଲା ଯୁବକ ମାନଙ୍କ ପାଈଁ ସେ ଥିଲେ ଜଣେ ପ୍ରେରଣା ଦାୟୀ ଆଇକନ । ଉଭୟ ଙ୍କ ମୃତ୍ୟୁ ଖବର ପ୍ରସାର ହେବା ପରେ ଦଶପଲ୍ଲା ରେ ଶୋକର ଛାୟା ଖେଳି ଯାଇଛି

Nalco
Leave A Reply