Odisha news

ବଜ୍ରପାତ : ବଳଦ, ଗାଇ,ଛେଳି ମୃତ

0

ଦଶପଲ୍ଲା୨୮/୭ : ଦଶପଲ୍ଲା ବ୍ଲକ କୁଯାମେଣ୍ଢି ପଂଚାୟତ ମୁଣ୍ଡୁଳା ରେ ବଜ୍ରପାତ ଘଟି ୮ ଟି ବଳଦ ୫ ଟି ଗାଇ ଓ ୪ ଟି ଛେଳିର ମୃତ୍ୟୁ ହୋଇଥିବା ବେଳେ ଏକ ଘୁଷୁରୀ ଆହତ ହୋଇଛି । ସୁଚନା ଯୋଗ୍ୟ ଯେ, ସବୁଦିନ ପରି ମୁଣ୍ଡୁଳା ଗ୍ରାମର ପ୍ରମୋଦ କୁମାର ପ୍ରଧାନ କନ୍ଧମାଳ ଜିଲ୍ଲା ଚକାପାଦ୍ ବ୍ଲକ ତଳ ମୁଣ୍ଡୁଳା ଗ୍ରାମର ,ଗାଇ,ବଳଦ, ଛେଳି, ଘୁଷୁରୀ ଙ୍କୁ ଚରାଇବା ପାଈଁ ଗ୍ରାମ ନିକଟସ୍ଥ ଜଙ୍ଗଲ କୁ ଯାଇଥିବା ବେଳେ ପ୍ରଥମେ ଏକ ବୋଡା ସାପ ଏକ ଛେଳି କୁ ଧରି ପକାଇବା ରୁ ସାପ କବଳରୁ ଛେଳେକି ଉଧାର କରିବାରେ ଲାଗିଥିବା ବେଳେ ଠିକ ମଧ୍ୟାହ୍ନ ସମୟ ରେ ଘଡ ଘଡି ସହ ବର୍ଷା ହୋଇଥିଲା ।

ଏହି ବର୍ଷା ସମୟ ରେ ଗାଁ ଗ୍ରାମ ଦେବତି ପୀଠ ନିକଟରେ ଥିବା ଏକ ଶାଳଗଛ ମୂଳେ ବଳଦ,ଗାଇ ଓ ଛେଳି ,ଘୁଷୁରୀ ଆଦି ଠିଆ ହୋଇଥିବା ବେଳେ ବଜ୍ରପାତ ହୋଇଥିଲା । ଏହି ବଜ୍ରପାତ ରେ ୮ ଟି ବଳଦ,୫ ଟି ଗାଇ ,୪ ଟି ଛେଳି ମୃତ୍ୟୁ ହୋଇଥିବା ବେଳେ ଗୋଟିଏ ଘୁଷୁରୀ ଆହତ ହୋଇଛି । ମାତ୍ର ସାପ ମୁଂହରୁ ଛେଳି ଛଡ଼ାଉଥିବା ଗଉଡ ପ୍ରମୋଦ ଅଳ୍ପକେ ରକ୍ଷା ପାଇ ଯାଇଛି । ଗ୍ରାମବାସୀଙ୍କ କହିବା ଅନୁଯାୟୀ ଗତବର୍ଷ ଏହି ସ୍ଥାନରେ ବଜ୍ରପାତ ହୋଇଥିଲା ମାତ୍ର କେହି ମୄତାହାତ ନ ହୋଇ ଶାଳ ଗଛଟି ମରି ଯାଇଥିଲା ।ପୁଣି ଚଳିତ ବର୍ଷ ସେହି ସ୍ଥାନରେ ବଜ୍ରପାତ ହେବାରୁ ଏଭଳି ଅଘଟଣ ଘଟିଲା ।

Nalco
Leave A Reply