ଦଶପଲ୍ଲା୧/୬ : ଦଶପଲ୍ଲା ବ୍ଲକ ବିଡାପାଯୁ ଉଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରଦୀପ୍ତ କୁମାର ରାଉତ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏ ଅବସରରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଏବିଓ ଗୋପବନ୍ଧୁ ଚୌଧୁରୀ ଯୋଗ ଦେଇ ଶ୍ରୀଯୁକ୍ତ ରାଉତ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ବିଦ୍ୟାଳୟ ର ଏସଏମସି ସଭାପତି ଶରତ କୁମାର ମାଝୀ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅନ୍ୟତମ ମଞ୍ଚାସିନ ଅତିଥି ଭାବେ ସି ଆର ସି ସି କାଳନ୍ଦୀ ଚରଣ ସାହୁ,ପ୍ରାଥମିକ ଶିକ୍ଷକ ସଂଘ ସଭାପତି ପ୍ରଶାନ୍ତ କୁମାର ମହାପାତ୍ର,କୋଷାଧ୍ୟକ୍ଷ ଜନାର୍ଦନ ମୁଦୁଲି,ପଦ୍ମ ଚରଣ ପ୍ରଧାନ ପ୍ରମୁଖ ଯୋଗ ଦେଇ ଶ୍ରୀଯୁକ୍ତ ରାଉତ ଙ୍କ ଶିକ୍ଷକତା ଉପରେ ଆଲୋକପାତ କରିଥିଲେ । ୧୯୮୨ ମସିହାରୁ ଶିକ୍ଷକତା ଆରମ୍ଭ କରିଥିବା ଶ୍ରୀଯୁକ୍ତ ରାଉତ ଦଶପଲ୍ଲା ବ୍ଲକ ର ଗରସା, କଉଡା, ଭୋଗରା, ନଛିପୁର, ପୁରୁଣା ଦଶପଲ୍ଲା ଆଦି ସ୍ଥାନରେ ଥିବା ବିଦ୍ୟାଳୟ ମାନଙ୍କରେ ଶିକ୍ଷକତା କରିବା ପରେ ଶେଷରେ ବିଡାପାଯୁ ଉଚ ପ୍ରାଥମିକ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରି ଚାକିରୀ ରୁ ଅବସର ନେଇଛନ୍ତି । ବିଶେଷ ଭାବେ ଦଶପଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ଭାବେ ସେ ଦୀର୍ଘ ସତର ବର୍ଷ ଧରି କାର୍ଯ୍ୟ ତୁଲାଇଥିଲେ । ଏହି ଅବସର କାଳୀନ ସମ୍ବର୍ଦ୍ଧନା ସଭାରେ ଏସ ଏମ ସି ସଭ୍ୟ ସଭ୍ୟା ବର୍ତମାନ ଓ ପୂର୍ବତନ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ ।
