Odisha news

ଚୋରା ବାଇକ ଜବତ ଘଟଣା ଜେଲ ରେ ଦମ୍ପତି : ପୁଣି ଦୁଇ ବାଇକ ଜବତ

0
ଦଶପଲ୍ଲା  : ନୟାଗଡ ଜିଲ୍ଲା ଦଶପଲ୍ଲା ପୋଲିସ  ବାଇକ ଚୋରି ଘଟଣା ରେ ସମ୍ପୃକ୍ତ ଥିବା ଦମ୍ପତି ଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ସେମାନଙ୍କ ଜାମିନ ନା ମଞ୍ଜୁର ହେବାରୁ ସେମାନଙ୍କୁ ଦଶପଲ୍ଲା ସବ ଜେଲ କୁ ପଠାଇ ଦିଆ ଯାଇଛି ।   ଏହା ସହ ପୁଣି ଦଶପଲ୍ଲା ପୋଲିସ ନେଳିଗୋଡା ନିକଟ କେନାଲ ହୁଡା ରୁ ଦୁଇଟି ବାଇକ ଜବତ କରିଛି । ଫଳରେ ଚୋରା ବାଇକ ଜବତ ଘଟଣା ରେ ପୋଲିସ ୩୩ ଟି ବାଇକ ଜବତ କରିଛି । କୁ ମିଳିଛି ବଡ ସଫଳତା । ଗୋଟିଏ କିମ୍ବା ଦୁଇଟି ନୁହେଁ ଏକାସାଥିରେ ଦଶପଲ୍ଲା ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଜବତ କରିଛି ।  ଏହି ଘଟଣାରେ ପୋଲିସ  ୪ ଜଣଙ୍କୁ ଗିରଫ କରିଥିବା ବେଳେ ୩ ଜଣ ଫେରାର ହୋଇ ଯାଇଛନ୍ତି ।  ପୂର୍ବରୁ  ସ୍ଥାନୀୟ ରଙ୍ଗମାଟିଆ ଗ୍ରାମର ତପନ ଖମାରି (୨୪),ନେଳିଗୋଡା ଗ୍ରାମର ଦିଲ୍ଲୀପ କୁମାର ପ୍ରଧାନ(୨୬),ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ପରେ ସ୍ଥାନୀୟ ହରିଡାବାଡ଼ି ଗ୍ରାମର ଅଜୟ ନାୟକ(୪୨), ଓ ତାଙ୍କ ସ୍ତ୍ରୀ ପ୍ରିୟଙ୍କା ନାୟକ(୩୬)ଙ୍କୁ ଗିରଫ କରିଥିଲା । ଶନିବାର ଦିନ ଦମ୍ପତି ଅଜୟ ଓ ତାର ସ୍ତ୍ରୀ ପ୍ରିୟଙ୍କା ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।  ସୂଚନା ଯୋଗ୍ୟ ଯେ, ଗତ ୧୩ ତାରିଖ ଦିନ ଦଶପଲ୍ଲା ଥାନା ଏ ଏସ ଆଇ ଶରତ ବେହେରା ଙ୍କ ନେତୃତ୍ୱରେ  ପୋଲିସ ପକ୍ଷରୁ ସାନ୍ଧ୍ୟ ପେଟ୍ରୋଲିଂ ଚାଲିଥିଲା ।  ଏହି ସମୟ ରେ  ଏକ ଗ୍ୟାରେଜ ରେ ଚୋରା ବାଇକ ବିକ୍ରୟ ପାଈଁ ମୂଳଚାଲ ଚାଲିଥିବା ସମ୍ପର୍କରେ  ଖବର ପାଇଥିଲେ । ପରେ ପୋଲିସ ପକ୍ଷରୁ କୁଆଁରିଆ ଛକ ନିକଟରେ ଥିବା ତପନ ଗ୍ୟାରେଜ ଉପରେ ପୋଲିସ ଚଢ଼ାଉ କରିଥିଲା । ଏହି ଚଢ଼ାଉ ସମୟ ରେ ପୋଲିସ  ତିନୋଟି ଚୋରା ବାଇକ ଜବତ କରିବା ସହ  ତପନ ଓ ଦିଲୀପ କୁ ଗିରଫ  କରି କୋର୍ଟ ଚାଲାଣ କରିଥିଲା । ପରେ ଏସ ପି ଙ୍କ ନିର୍ଦେଶ କ୍ରମେ  ଏକ ସ୍ପେସିଆଲ ଟିମ ଏ ଏସ ଆଇ ଧୀରେନ୍ଦ୍ର କୁମାର ପାତ୍ର ଙ୍କ ନେତୃତ୍ବରେ ଏକ ଟିମ ଗଠନ କରାଯାଇଥିଲା । ଏସ ଆଇ ଶ୍ରୀ ପାତ୍ର ଅଧିକ ତଦନ୍ତ କରିବାକୁ ଯାଇ ଦିଲୀପ କୁ ରିମାଣ୍ଡ ରେ ଆଣି ପଚରା ଉଚରା କରିଥିଲେ ।  ଏହି  ପଚରା ଉଚରା ସମୟ ରେ ଦିଲୀପ ବାଇକ ଚୋରି ସମ୍ପର୍କ ରେ କହିବା ସହ ଅଜୟ ଓ ତାର ସ୍ତ୍ରୀ ପ୍ରିୟଙ୍କା ମିଶି ଏକାଧିକ ବାଇକ ଚୋରି କରିଥିବା ସ୍ୱୀକାର କରିଥିଲା । ଏହି ଚୋରି ବାଇକ ସବୁ  ବାଲିଗୁଡା ଏବଂ କନ୍ଧମାଳ ଜିଲ୍ଲା  ବିକ୍ରୟ ହୋଇଥିବା ଦିଲ୍ଲୀପ ପୋଲିସ ନିକଟରେ ପ୍ରକାଶ କରିବା ପରେ  ପୋଲିସ ର ସ୍ୱତନ୍ତ୍ର ଟିମ କନ୍ଧମାଳ ଓ ବାଲିଗୁଡା ଗସ୍ତ କରିବା ସହ ଏଥିରେ ସମ୍ପୃକ୍ତ ଅଜୟ ଓ ତାର ସ୍ତ୍ରୀ ପ୍ରିୟଙ୍କା କୁ ଗିରଫ କରି ୨୩ ଟି ବାଇକ ଜବତ କରିବାରେ ସଫଳ ହୋଇଥିଲା ।  ଏ ସମ୍ପର୍କ ରେ ଗତ ଶୁକ୍ରବାର ଦିନ ନୟାଗଡ଼ ଏସ ପି ରାହୁଲ ଜୈନ ଏକ ସାମ୍ବାଦିକ ସମ୍ମିଳନୀ କରି ଚୋରା ବାଇକ ଜବତ ସମ୍ପର୍କ ରେ ସୂଚନା ଦେଇଥିବା ବେଳେ  ନୟାଗଡ଼ ଜିଲ୍ଲା ରେ  ଏହା ପ୍ରଥମ  ଓ ଦଶପଲ୍ଲା ପୋଲିସ ପାଇଁ ଏହା ବଡ ସଫଳତା ବୋଲି ପ୍ରକାଶ କରିଥିଲେ ।  ଏହି ଘଟଣା ଜିଲ୍ଲା ରେ ଚର୍ଚ୍ଚା ର ବିଷୟ ହୋଇଛି ।
Nalco
Leave A Reply