Odisha news

ଜେଲ ଭିତରେ ନିଶା ସାମଗ୍ରୀ ଜବତ କଲା ପୋଲିସ 

0
ଦଶପଲ୍ଲା ୨୫/୮  : ଜେଲ ଭିତରେ ଚାଲିଛି ନିଶା କାରବାର । ଜେଲ ଭିତରେ ଥିବା ବିଚାର ଧୀନ ବନ୍ଦୀ ମାନଙ୍କ ପାଖକୁ ଆସୁଛି ନିଶା ସାମଗ୍ରୀ । କିଭଳି ଆସୁଛି ଏହି ନିଶା ସାମଗ୍ରୀ । ଏହାକୁ ନେଇ ନୟାଗଡ଼ ଏସ ପି ରାହୁଲ ଜୈନ ଙ୍କ ନିର୍ଦେଶ କ୍ରମେ ନୟାଗଡ଼ ଜେଲ ସହ ଜିଲ୍ଲା ର ସମସ୍ତ ଜେଲ ରେ ପୋଲିସ ପକ୍ଷରୁ କରାଯାଇଛି ଚଢ଼ାଉ । ଏହି ଚଢ଼ାଉ ସମୟ ରେ ପୋଲିସ କୁ ମିଳିଛି ପୁଳା ପୁଳା ନିଶା ସାମଗ୍ରୀ । ବଜ଼ାର ରେ ବିକ୍ରୟ ହେଉଥିବା ନିଶା ସାମଗ୍ରୀ ଗୁଟଖା ,ଖଇନି, ଧୁଆପତ୍ର ରେ ତିଆରି ମହାବୀର ଦୋକତା, ଭାଙ୍ଗ ଇତ୍ୟାଦି ଏବେ ବିଚାର ଧୀନ ବନ୍ଦୀ ଭାବେଥବା କଏଦୀ ମାନଙ୍କ ପାଖରେ । ତେବେ ଏହି ବିଚାର ଧୀନ ବନ୍ଦୀ ମାନଙ୍କ ପାଖକୁ ଏହି ନିଶା ସାମଗ୍ରୀ କିଭଳି ଆସୁଛି ଏହାକୁ ନେଇ ପୋଲିସ ଖୋଳଳତାଡ଼ ଆରମ୍ଭ କରିଥିବା ବେଳେ ଏଥିରେ ସମ୍ପୃକ୍ତ ବ୍ୟକ୍ତି ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ମିଳିଛି । ଜିଲ୍ଲା ପୋଲିସ ର ବରିଷ୍ଠ ଅଧିକାରୀ ମାନେ ଏହି ଚଢ଼ାଉ ରେ ସାମିଲ ହୋଇଥିବା ବେଳେ ଦଶପଲ୍ଲା ସବ ଜେଲ ରେ ଦଶପଲ୍ଲା ଥାନା ଆଇ ଆଇ ସି ମୁକେଶ ବେହେରା , ଅଡିସନାଲ ଏସ ପି ସନାତନ କାଲୋ, ଡ଼ିଏସପି ସୁକାନ୍ତ ପାତ୍ର, ନୂଆଗାଁ ଥାନା ଆଇ ଆଇ ସି ଶରତ ଚନ୍ଦ୍ର ସେଠି ଓ ଏକ୍ସଜୁକେଟିଭ ମାଜିଷ୍ଟ୍ରଟେ ତଥା ଅତିରିକ୍ତ ତହସିଲଦାର ଚନ୍ଦ୍ର ଶେଖର ବାରିକ ସଦଳ ବଳେ ଚଢ଼ାଉ କରିଥିଲେ । ଏହି ଚଢ଼ାଉ ସମୟ ରେ ଦଶପଲ୍ଲା ସବ ଜେଲ ରେ ଥିବା ବନ୍ଦୀ ଙ୍କ ନିକଟରୁ ମିଳିଛି ନିଶା ସାମଗ୍ରୀ । ଯାହାକୁ ନେଇ ପୋଲିସ ତାଯୁବ ହୋଇ ପଡ଼ିଥିବା ବେଳେ ଏହାକୁ ଜବତ କରିଛି ।  ଏହି ନିଶା କାରବାର ରେ କିଛି ଜେଲ କର୍ମଚାରୀ ସମ୍ପୃକ୍ତ ଥିବା , ଓ କଏଦୀ ମାନଙ୍କୁ ଦେଖି ଆସୁଥିବା ସମ୍ପର୍କୀୟ ମାନେ ଏହି ନିଶା ସାମଗ୍ରୀ ଦେଇଥାନ୍ତି ବୋଲି ଚର୍ଚ୍ଚା ହେଉଛି ସି ଜେଲ କତ୍ତୃପକ୍ଷ ଏବେ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ।
Nalco
Leave A Reply