Odisha news

ଅଟୋ ସହ କାଠପଟା ଜବତ : ୩ ଗିରଫ

0
ଦଶପଲ୍ଲା୧୯/୬ : ଦଶପଲ୍ଲା ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୨୦ ଖଣ୍ଡ କାଠ ପଟା ଜବତ କରାଯାଇଥିବାବେଳେ ଏଥିରେ ସମ୍ପୃକ୍ତ ୩ ଜଣ ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଗିରଫ ୩ ଜଣ ହେଉଛନ୍ତି ବାଣୀଗୋଛା ଥାନା ଅନ୍ତର୍ଗତ ନୂଆଗାଁ ଗ୍ରାମର କିଶୋର ପାଣିଗ୍ରାହୀ,ଜୟଦେବ ନାୟକ,ଓ ଅଶୋକ ନାୟକ ବୋଲି ବନ ବିଭାଗ ସୂତ୍ରରୁ ଜଣା ପଡ଼ିଛି । ସୂଚନା ଯୋଗ୍ୟ ଯେ, ମଙ୍ଗଳବାର ରାତିରେ ଦଶପଲ୍ଲା ବନ ବିଭାଗ ପକ୍ଷରୁ ରାତ୍ର ପେଟ୍ରୋଲିଂ ଚାଲିଥିଲା ।
 ଏହି ସମୟ ରେ  ବାମ ଗ୍ରାମରୁ ଏକ ଅଟୋଯୋଗେ ନୂଆଗାଁ କୁ ଚୋରାରେ କାଠ ପଟା ଚୋରା ଚାଲାଣ ହେଉଥିବା ବେଳେ ବନ କର୍ମଚାରୀ ମାନେ ଏହାକୁ ଧରିବାରେ ସଫଳ ହୋଇଥିଲେ । ଏହି ଘଟଣାରେ ବନ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଅଟୋ ସହ କାଠ ପଟା ଜବତ କରାଯାଇଥିବା ବେଳେ ୩ ଜଣ ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । କାଠପଟା ଗୁଡିକର ଆନୁମାନିକ ମୂଲ୍ୟ ୫୦ ହଜ଼ାର ଟଙ୍କା ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଥିବା ବେଳେ ବନ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି ।
ଦଶପଲ୍ଲା୧୯/୬(ସବ୍ୟୁ): ଦଶପଲ୍ଲା ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୨୦ ଖଣ୍ଡ କାଠ ପଟା ଜବତ କରାଯାଇଥିବାବେଳେ ଏଥିରେ ସମ୍ପୃକ୍ତ ୩ ଜଣ ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଗିରଫ ୩ ଜଣ ହେଉଛନ୍ତି ବାଣୀଗୋଛା ଥାନା ଅନ୍ତର୍ଗତ ନୂଆଗାଁ ଗ୍ରାମର କିଶୋର ପାଣିଗ୍ରାହୀ,ଜୟଦେବ ନାୟକ,ଓ ଅଶୋକ ନାୟକ ବୋଲି ବନ ବିଭାଗ ସୂତ୍ରରୁ ଜଣା ପଡ଼ିଛି । ସୂଚନା ଯୋଗ୍ୟ ଯେ, ମଙ୍ଗଳବାର ରାତିରେ ଦଶପଲ୍ଲା ବନ ବିଭାଗ ପକ୍ଷରୁ ରାତ୍ର ପେଟ୍ରୋଲିଂ ଚାଲିଥିଲା ।

Leave A Reply