Odisha news

ଶ୍ରୀ ଶ୍ରୀ ରଘୁନାଥ ଜୀଉ ମନ୍ଦିର ହୁଣ୍ଡିରୁ ଚୋରି : ତାଲା ଭାଙ୍ଗି ନେଇଗଲେ ଟଙ୍କା

0

ଦଶପଲ୍ଲା୨୬/୫ : ଦଶପଲ୍ଲା ର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ରଘୁନାଥ ଜୀଉ ଙ୍କ ମନ୍ଦିର ପ୍ରାଙ୍ଗଣ ରେ ଥିବା ହୁଣ୍ଡି ରୁ ତାଲା ଭାଙ୍ଗି ହୁଣ୍ଡିରେ ଥିବା ସମସ୍ତ ଟଙ୍କା ଚୋରି ହୋଇଯାଇଥିବା ଦଶପଲ୍ଲା ଥାନାରେ ଅଭିଯୋଗ ହୋଇଛି । ମନ୍ଦିରର ପୂଜକ ରାଜେଶ କୁମାର ମିଶ୍ର ଦଶପଲ୍ଲା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ରୁ ଜଣାଯାଏ ୨୫ ତାରିଖ ସନ୍ଧ୍ୟା ସମୟ ରେ ମନ୍ଦିରପୂଜକ ମନ୍ଦିର ତାଲା ପକାଇ ଘରକୁ ଚାଲି ଯାଇଥିଲେ । ମାତ୍ର ୨୬ ତାରିଖ ସକାଳ ସମୟ ରେ ପୂଜକ ରାଜେଶ କୁମାର ମିଶ୍ର ଓ ମନ୍ଦିର ଟହଲିଆ ଗୋବିନ୍ଦ ଚନ୍ଦ୍ର ସୁନ୍ଦରା ମନ୍ଦିର ତାଲା ଖୋଲି ଶ୍ରୀ ମହାବୀର ମନ୍ଦିର ରେ ଥିବା ହୁଣ୍ଡି ର ଦୁଇଟି ତାଲା ଭଙ୍ଗା ଥିବା ଦେଖିବାକୁ ପାଇବା ସହ ହୁଣ୍ଡି ରେ ଥିବା ସମସ୍ତ ଅର୍ଥ ଚୋରି ହୋଇ ଯାଇଥିବା ଦେଖିବାକୁ ପାଇଥିଲେ । ଏ ସମ୍ପର୍କରେ ପୂଜକ ରାଜେଶ ଦଶପଲ୍ଲା ତହସିଲ ଦାର ଅର୍ଜୁନ ପ୍ରଧାନ ଙ୍କୁ ଜଣାଇବା ପରେ ତହସିଲ ଦାର ଙ୍କ ନିର୍ଦେଶ କ୍ରମେ ରାଜେଶ ଦଶପଲ୍ଲା ଥାନାରେ ଏତଲା ଦାୟର କରିଥିଲେ ।

ଏତଲା କୁ ଭିତି କରି ପୋଲିସ ଏକ ମୋକଦମ୍ମା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି । ମାତ୍ର ମହାବୀର ମନ୍ଦିର ଭିତରେ ମହାବୀର ଙ୍କ ସମ୍ମୁଖରେ ରଖାଯାଇଥିବା ହୁଣ୍ଡିରୁ ଚୋରି କୁ ନେଇ ଭକ୍ତ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏହାର ତଦନ୍ତ କରି ଚୋର କୁ ଧରିବାକୁ ଦାବି ହୋଇଛି । ସୂଚନା ଯୋଗ୍ୟଯେ ଗତ ୧୭ ତାରିଖରେ ଦଶପଲ୍ଲା ଏନ ଏ ସି ପାଟପୁର ପାଟଣା ର ଏକ ନିଶାଖୋର ଯୁବକ ମହାବୀର ଙ୍କ ଆସନ ସମୁଖ ଥାଳିରୁ ଏକ ବାଉଁଶ ମାଧ୍ୟମ ରେ ଥାଳି ରେ ଥିବା ଟଙ୍କା ନେବାପାଇଁ ଉଦ୍ୟମ କରୁଥିବା ବେଳେ ରାଜେଶ ଙ୍କ ଭାଇ ଗୁଗୁଲୁ ତାଙ୍କୁ ଧରି ଦଶପଲ୍ଲା ଥାନାରେ ଦେଇଥିଲେ ମାତ୍ର ପରବର୍ତୀ ସମୟ ରେ ସେ ଥାନାରୁ ଚମ୍ପଟ ମାରିଥିଲେ । କାରଣ ସେ ଜଣେ ନିଶାଗ୍ରସ୍ତ ମାନସିକ ରୋଗୀ ବୋଲି ପୋଲିସ ଠାରୁ ସୂଚନା ମିଳିଥିଲା । ମାତ୍ର ଏହାର ୯ ଦିନ ପରେ ମନ୍ଦିର ଭିତର ହୁଣ୍ଡିରୁ ତାଲା ଭାଙ୍ଗି ଚୋରି ଘଟଣା ଏବେ ପୋଲିସ ର ମୁଣ୍ଡ ବ୍ୟଥାର କାରଣ ପାଲଟିଥିବା ବେଳେ ଶ୍ରୀ ଶ୍ରୀ ରଘୁନାଥ ଜୀଉ ଓ ଶ୍ରୀ ମହାବୀର ମନ୍ଦିର ସୁରକ୍ଷା ନେଇ ପ୍ରଶ୍ନବାଚି ସୃଷ୍ଟି କରିଛି

Leave A Reply