Odisha news

ନିଖୋଜ ନା ବାଳିକା ଉଦ୍ଧାର : ଯୁବକ ଗିରଫ

0
ଦଶପଲ୍ଲା୧୦/୫ : ଦଶପଲ୍ଲା ଥାନା ସାନକୁରୁଡ଼ଙ୍ଗି ଗ୍ରାମରେ ଜଣେ ନାବାଳିକା ନିଖୋଜ ହେବା ର ୨୪ ଘଣ୍ଟା ମଧ୍ୟରେ ପୋଲିସ ନା ବାଳିକା କୁ ଉଦ୍ଧାର କରିଛି । ଏହି ଘଟଣାରେ ପୋଲିସ ଏକ ଅପହରଣ ମାମଲା ରୁଜୁ କରି ଜଣେ ଯୁବକ କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଯୁବକ ଙ୍କ ନାଁ ଭଗବାନ ପ୍ରଧାନ ଓ ତାଂକଘର ଟାକରା ଗ୍ରାମରେ । ସୂଚନା ଅନୁସାରେ ସ୍ଥାନୀୟ ତେଣ୍ଡାବାଡି ଗ୍ରାମର ଗଙ୍ଗାଧର ନାଏକ ଙ୍କ ସ୍ତ୍ରୀ  ର ମୃତ୍ୟୁ ପରେ ତାଙ୍କର ନା ବାଳିକା ଝିଅ ତାର ଆଇ ଘର ସାନକୁରୁଡ଼ଙ୍ଗୀ ରେ ରହି ଆସୁଥିଲା । ଏହି ସମୟ ରେ ସେ ନା ବାଳିକା ସହ ଭଗବାନ ଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିବା ବେଳେ ଭଗବାନ ଗତ ୮ ତାରିଖ ଦିନ ନା ବାଳିକା କୁ ଅପହରଣ କରି ନେଇଥିଲେ । ଏ ଘଟଣା ସମ୍ପର୍କ ରେ ନା ବାଳିକା ର ବାପା ଗଙ୍ଗାଧର ତାଙ୍କ ନାବାଳିକା ଝିଅ ନିଖୋଜ ସମ୍ପର୍କରେ ଦଶପଲ୍ଲା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ କୁ ଭିତି କରି ପୋଲିସ ୨୪ ଘଣ୍ଟା ମଧ୍ୟରେ ନା ନାବାଳିକାକୁ ଉଧାର କରିଥିବା ବେଳେ ଭଗବାନ କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଭଗବାନ ଙ୍କ ଜାମିନ ଆବେଦନ ନା ମଞ୍ଜୁର ହେବାରୁ ତାଙ୍କୁ ଦଶପଲ୍ଲା ସବ ଜେଲ କୁ ପଠାଇ ଦିଆଯାଇଛି ।
Ad2
Leave A Reply