Odisha news

ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ୨୩୪ ବୁଥ ରେ ଭୋଟ ଦେବେ ୧୯୦୫୩୮ ଭୋଟର

0
ଦଶପଲ୍ଲା୯/୫ : ଆସନ୍ତା ୨୦ ତାରିଖରେ ହେବ ବିଧାନସଭା ଓ ଲୋକସଭା ନିର୍ବାଚନ ।  ବିଧାନସଭା ଓ ଲୋକସଭା ଆସନପାଇଁ ପ୍ରାର୍ଥୀପତ୍ର ଦାଖଲ ଶେଷ ହୋଇଥିବା ବେଳେ ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି । ଦଶପଲ୍ଲା ବିଧାନସଭା ଆସନ ଓ କନ୍ଧମାଳ ଲୋକସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ପ୍ରାର୍ଥୀମାନେ ସେମାନଙ୍କ ପ୍ରଚାର ଆରମ୍ଭ କରିଥିବା ବେଳେ ପ୍ରଶାସନ ପକ୍ଷରୁ ନିର୍ବାଚନ କୁ ଶାନ୍ତି ଶୃଙ୍ଖଳା ସହ ଶେଷ କରିବା ପାଇଁ ଚାଲିଥିବା ପ୍ରକ୍ରିୟା ଶେଷ ପର୍ଯ୍ୟାୟ ରେ ପହଂଚିଛି । ଦଶପଲ୍ଲା ନିର୍ବାଚନ ମଣ୍ଡଳୀଟି ତିନୋଟି ବ୍ଲକ ଦଶପଲ୍ଲା,ଗଣିଆ ଓ ନୂଆଗାଁ ବ୍ଲକ କୁ ନେଇ ଗଠିତ । ଚଳିତ ନିର୍ବାଚନ ପାଇଁ ୨୩୪ ଟି ବୁଥ ରେ ଭୋଟ ଦେବେ ୧୯୦୫୩୮ ଜଣ ଭୋଟର । ଏଥି ମଧ୍ୟରେ ୯୮୫୮0 ଜଣ ପୁରୁଷ ଭୋଟର ଥିବା ବେଳେ ୯୧୯୪୮ ଜଣ ମହିଳା ଭୋଟର ରହିଛନ୍ତି । ସେହିପରି ତୃତୀୟ ଲିଙ୍ଗ ବା ଥାର୍ଡ ଜେଣ୍ଡର ସଂଖ୍ୟା ୧୦ ରହିଛି । ୨୩୪ ଟି ବୁଥ ମଧ୍ୟରୁ ଦଶପଲ୍ଲାରେ ୧୦୦ ଟି ବୁଥ ବା ମତଦାନ କେନ୍ଦ୍ର ଥିବା ବେଳେ ନୂଆଗାଓଁ ବ୍ଲକ ରେ ୯୩ ଟି ବୁଥ ଓ ଗଣିଆରେ ୪୧ ଟି ବୁଥ ବା ମତଦାନ କେନ୍ଦ୍ର ରହିଛି । ଏଥି ମଧ୍ୟରେ ମହିଳା ମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ୩ ଟି ବ୍ଲକ ରେ ୨୬ ଟି ସୁଖୀ ମତଦାନ କେନ୍ଦ୍ର ଖୋଲା ଯାଇଥିବା ବେଳେ ୬୫ ଟି ଇକୋ ଫ୍ରେଣ୍ଡଲି ମତଦାନ କେନ୍ଦ୍ର , ୪ ଟି ସବୁଜ ସୁନ୍ଦର ବୁଥ, ଦିବ୍ୟଙ୍ଗ ମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଗୋଟିଏ ବୁଥ ରହିଛି ।   ଗତ  ନିର୍ବାଚନରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ରେ ୧୨୮୩୬୭ ଜଣ ଭୋଟର ଭୋଟ ଦେଇଥିବାବେଳେ  ଚଳିତ ନିର୍ବାଚନ ରେ ଏହି ଭୋଟ ସଂଖ୍ୟା ବୃଦ୍ଧି ପାଇବା ସମ୍ଭାବନା ରହିଛି ।
Ad2
Leave A Reply