ଦଶପଲ୍ଲା ୯/୫ : ଚଳିତ ନିର୍ବାଚନ ପାଇଁ ପ୍ରଚାର ଜୋରଦାର ହୋଇଛି । ପ୍ରାର୍ଥୀ ମାନେ ସେମାନଙ୍କ ପ୍ରଚାର କୁ ଜୋରଦାର କରିଥିବା ବେଳେ ଦ୍ୱାର ଦ୍ୱାର ବୁଲି ଭୋଟର ଙ୍କୁ ଭୋଟ ଭିକ୍ଷା କରିଛନ୍ତି । ପୂର୍ବରୁ ବିଜେଡି ପ୍ରାର୍ଥୀ ରମେଶ ଚନ୍ଦ୍ର ବେହେରା ଓ ବିଜେପି ପ୍ରାର୍ଥୀ ରାଘବ ମଲ୍ଲିକ ପ୍ରଚାର ମୈଦାନ ଓଲାହିଥିବା ବେଳେ ଗୁରୁବାର ଦିନ ଦଶପଲ୍ଲା ର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ରଘୁନାଥ ଜୀଉ ଓ ଶ୍ରୀ ମହାବୀର ଙ୍କ ମନ୍ଦିରରେ ପୂଜାର୍ଚନା କରି ପ୍ରଚାର ମୈଦାନ କୁ ଓଳାହିଛନ୍ତି ଡ଼. ରବୀନ୍ଦ୍ର । ନିଜ ସମର୍ଥକ ଙ୍କୁ ଧରି ଏକ ବାଇକ ଶୋଭାଯାତ୍ରା କରିବା ସହ ଦଶପଲ୍ଲା ଏନ ଏ ସି ର ୧ନଂ,୨ନଂ ଓ ୪ ନଂ ୱାର୍ଡ କୁ ଯାଇ ଘର ଘର ବୁଲିଭୋଟର ଙ୍କ ଠାରୁ ଭୋଟ ଭିକ୍ଷା କରିଛନ୍ତି । ଡ. ରବୀନ୍ଦ୍ର ସେଠି ଜଣେ ଉଚ୍ଚ ଶିକ୍ଷିତ ହୋଇଥିବା ବେଳେ ଚାକିରୀ ଛାଡି ପ୍ରଥମ ଥର ପାଇଁ ନିର୍ବାଚନ ରଣାଙ୍ଗନ ରେ ଅବତୀର୍ଣ୍ଣ ହୋଇଛନ୍ତି । ଗତ କିଛି ଦିନ ତଳେ ସେ ବିଜେପି ରେ ଯୋଗ ଦେଇଥିବା ବେଳେ ଟିକେଟ ନ ମିଳିବାରୁ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ଟେଲିଫୋନ ଚିହ୍ନରେ ପ୍ରତିଦ୍ବନ୍ଦିତା କରୁଛନ୍ତି । ଅସନ୍ତୁଷ୍ଟ ବିଜେପି,ବିଜେଡି ଓ କଂଗ୍ରେସ କର୍ମୀ ଙ୍କୁ ଧରି ସେ ତାଙ୍କର ପ୍ରଚାର ଆରମ୍ଭ କରିଛନ୍ତି । ଏହି ସୂଯୋଗ କୁ ହାତଛଡ଼ା ନକରି ସ୍ଵାଧୀନ ପ୍ରାଥୀ ଡ଼ଃ ରବିନ୍ଦ୍ର କୁମାର ସେଠୀ ମାଜିମାତ କରିବାର ଦୃଢ ମନବଳ ଓ ଆଶା ରଖିଛନ୍ତି ।
