Odisha news

ମୋବାଇଲ ଚୋରି ଅଭିଯୋଗ ରେ ଯୁବକ ଗିରଫ 

0
ଦଶପଲ୍ଲା ୮/୫ : ଦଶପଲ୍ଲା ଥାନା ଦୁର୍ଗାବଜାର  ପେଣ୍ଟର ଅଜୟ ମହାରଣା ଙ୍କ ମୋବାଇଲ ଚୋରି କରିବା ଅଭିଯୋଗ ରେ ପୋଲିସ ଜଣେ   ଯୁବକ କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଯୁବକ ଙ୍କ ନାଁ ଶ୍ରୀଧର ନାଏକ(୨୦) ଓ ତାଂକଘର ସ୍ଥାନୀୟ ଖାଲମଡା ଗ୍ରାମରେ ବୋଲି ପୋଲିସ ସୁତ୍ର ରୁ ଜଣାପଡିଛି ।  ସୂଚନା ଅନୁସାରେ, ଅଜୟ ଦୁର୍ଗାବଜ଼ାର ରେ ଏକ ଫଟୋ ଷ୍ଟୁଡିଓ କରିଛନ୍ତି । ସେହି ଷ୍ଟୁଡିଓ କୁ ଶ୍ରୀଧର ଯାଇଥିଲା । କୌଣସି କାରଣ ରୁ ଅଜୟ ଦୋକାନ ରେ ମୋବାଇଲ ଛାଡି ଘର ଭିତରକୁ ଯାଇଥିବା ବେଳେ ଦୋକାନ ରେ ଥିବା ମୋବାଇଲ କୁ ଶ୍ରୀଧର ଚୋରି କରି ନେଵାଥିଲା । ପରେ କିଛି ଲୋକ ଶ୍ରୀଧର କୁ ଧରି ତା ଠାରୁ ମୋବାଇଲ ଜବତ କରିବା ସହ ପୋଲିସ କୁ ହସ୍ତାନ୍ତର କରିଥଲେ । ଏହି ଘଟଣା ରେ ପୋଲିସ ଏକ ମାମଲା ରୁଜୁ କରି ଶ୍ରୀଧର ଙ୍କୁ କୋର୍ଟ ଚାଲାଣ କରିଛି ।
Ad2
Leave A Reply