Odisha news

ସ୍ତ୍ରୀ ହତ୍ୟା ଅଭିଯୋଗରେ ସ୍ବାମି ଗିରଫ

0
ଦଶପଲ୍ଲା୭/୫ :  ବଧୁହତ୍ୟା ଅଭିଯୋଗ ରେ ପୋଲିସ ମହିଳା ଙ୍କ ସ୍ୱାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ସ୍ୱାମୀର ନାଁ ବିକାଶ ନାୟକ ଓ ତାଙ୍କ ଘର ଦଶପଲ୍ଲା ଥାନା ଅନ୍ତର୍ଗତ ପୁରୁଣା ଦଦପଲ୍ଲା ଗ୍ରାମରେ ବୋଲି ପୋଲିସ ସୁତ୍ର ରୁ ଜଣା ପଡ଼ିଛି । ସୂଚନା ଯୋଗ୍ୟ ଯେ ବିକାଶ ଦଶପଲ୍ଲା ଥାନା ଚକ୍ରଧରପୁର ଗ୍ରାମର ଲିଙ୍ଗା ଖିଲାର ଙ୍କ ଝିଅ ସୁଷମା ଖିଲାର ଙ୍କୁ ଭଲପାଇ ବିବାହ କରିଥିଲେ । ଉଭୟ ଙ୍କ ଜାତି ଅଲଗା ହୋଇଥିବା ବେଳେ ବିକାଶ ଙ୍କ ଔରସ ରୁ ସୁଷମା ଦୁଇଟି ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ଗତ ଏକ ବର୍ଷ ତଳେ ବିକାଶ ଅନ୍ୟ ଜଣେ ମହିଳା ଙ୍କୁ ବିବାହ କରିଥିବା ବେଳେ ଦ୍ୱିତୀୟ ସ୍ତ୍ରୀ ର ପ୍ରରୋଚନାରେ ବିକାଶ ସଦା ସର୍ବଦା ପ୍ରଥମ ସ୍ତ୍ରୀ  ସୁଷମା କୁ ନାନା ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ । ଗତ ପାଞ୍ଚ ତାରିଖ ରାତିରେ ସୁଷମା ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ତାର ଶଶୁର ଘର ଲୋକ ଦଶପଲ୍ଲା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ସୁସମାଙ୍କ ବାପା ଲିଙ୍ଗରାଜ , ଯୋଜନା ବଧ ଭାବେ ତାଙ୍କ ଝିଅ ସୁସମାକୁ ହତ୍ୟା କରାଯାଇଥିବା ଲିଙ୍ଗରାଜ ଦଶପଲ୍ଲା ଥାନାରେ ଅଭିଯୋଗ କରିଥିଲେ । ଏହି ଘଟଣା ରେ ପୋଲିସ ୬ତାରିଖ ଦିନ ସୁଷମା ଙ୍କ ମୃତ ଶରୀର କୁ ଜବତ କରି ଶବ ବ୍ୟବଚ୍ଛେଦ କରିଥିବା ବେଳେ ତାର ସ୍ୱାମୀ ବିକାଶ କୁ ଥାନାରେ ଅଟକ ରଖିଥିଲା । ଏହି ଘଟଣା ରେ ପୋଲିସ ସାଇଣ୍ଟିଫିକ ଟିମ ଘଟଣା ସ୍ଥାନରେ ପହଂଚି ତଦନ୍ତ କରିଥିବାବେଳେ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ କରିଥିଲା । ୭ ତାରିଖ ଦିନ ପୋଲିସ ଏହି ଘଟଣାରେ ଅଟକ ଥିବା ସୁଷମା ଙ୍କ ସ୍ୱାମୀ ବିକାଶ କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତାଙ୍କର ଜାମିନ ନାମଞ୍ଜୁର ହେବାରୁ ଦଶପଲ୍ଲା ସବ ଜେଲ କୁ ପଠାଇ ଦିଆଯାଇଛି ।
Ad2
Leave A Reply