ଦଶପଲ୍ଲା୨୨/୩ : ନିର୍ବାଚନ ପାଇଁ ବିଗୁଲ ବାଜି ସାରିଛି । ଆସନ୍ତା ମେ ମାସ ୨୦ ତାରିଖରେ ଦଶପଲ୍ଲା ବିଧାନ ସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଘୋଷଣା ସରିଥିବା ବେଳେ ପ୍ରଶାସନ ପକ୍ଷରୁ ନିର୍ବାଚନ ପୂର୍ବରୁ ସେକ୍ଟର ଅଫିସର ଠାରୁ ଆରମ୍ଭ କରି ପ୍ରିଜାଇଡିଂ ଅଫିସର ଓ ପୋଲିଙ୍ଗ ଅଫିସର ମାନଙ୍କ କାର୍ଯ୍ୟ ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଛି । ପୂର୍ବ ପରି ରାଜ ନୈତିକ ମେଳି ଦେଖିବାକୁ ମିଳୁନଥିବା ବେଳେ ଆଶାୟୀ ପ୍ରାର୍ଥୀ ମାନେ ଟିକେଟ ଲବି ରେ ଲାଗି ରହିବା ସହ ନିଜ ନିଜ ର କ୍ୟାମ୍ପେନ ଆରମ୍ଭ କରିଛନ୍ତି । ଗୋଟିଏ ପଟେ ଶାସକ ବିଜେଡି ଓ ବିଜେପି ମେଣ୍ଟ କୁ ନେଇ ଚର୍ଚା ଆରମ୍ଭ ହୋଈଛି । ଯଦି ମେଣ୍ଟ ହୁଏ ତେବେ ଦଶପଲ୍ଲା ଆସନ କାହା ଭାଗରେ ପଡିବ ତାହାକୁ ନେଇ କର୍ମୀ ଓ ଭୋଟର ଆଶା ଆଶଙ୍କା ରେ । କେବଳ ମେଣ୍ଟ ନୁହେଁ ସବୁ ଦଳର କର୍ମୀ ଏବେ ଆଶଙ୍କାରେ । ବିଶେଷ ଭାବେ ଦେଖିବାକୁ ଗଲେ ବିଗତ ଚବିଶ ବର୍ଷ ଧରି ଦଶପଲ୍ଲା ଶାସନ ବିଜେଡି ହାତରେ ରହି ଆସୁଛି । ନେତା ପରିବର୍ତନ ହେଉଛି ମାତ୍ର ବିଜେଡି ଶାସନ କରୁଛି । ଦଶପଲ୍ଲା ରେ ଯିଏ ବି ବିଜେଡି ବିଧାୟକ ହୋଇଛନ୍ତି ସେ କେବଳ ପାଞ୍ଚ ବର୍ଷ ପାଇଁ ହୋଇଛନ୍ତି ଅର୍ଥାତ ୨୪ ବର୍ଷରେ ବିଜେଡି ରୁ ତିନିଜଣ କାଶୀନାଥ ମଲ୍ଲିକ, ପୂର୍ଣ୍ଣଚନ୍ଦ୍ର ନାୟକ,ଓ ବର୍ତମାନ ରବିଧାୟକ ରମେଶ ଚନ୍ଦ୍ର ବେହେରା ବିଜୟ ହୋଇ ବିଧାୟକ ହୋଇଛନ୍ତି । ବିଧାୟକ ରମେଶ ଚନ୍ଦ୍ର ବେହେରା ଏବେ ବିଧାୟକ ସହ ନୟାଗଡ ଜିଲ୍ଲା ବିଜେପି ସଭାପତି ଅଛନ୍ତି । ଚଳିତ ନିର୍ବାଚନ ରେ ପୁଣି ଥରେ ବିଜେଡି ରୁ ଟିକେଟ ପାଇ ନିର୍ବାଚନ ବୈତରଣୀରେ ବିଜୟ ହୋଇ ଇତିହାସ ସୃଷ୍ଟି କରିବା ଲକ୍ଷ୍ୟରେ ଥିବା ବେଳେ ବିଜେଡି ରେ ରହି ସ୍ୱାଭିମାନ ମଞ୍ଚ ଗଠନ କରି ଅନ୍ୟ ଏକ ଦଳ ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କୁ ଖୁଲମ ଖୋଲା ବିରୋଧ କରିଛନ୍ତି । ଏହି ସ୍ୱାଭିମାନ ମଞ୍ଚ ନୂତନ ଭାବେ ଚାକିରି ଛାଡି ରାଜନୀତି ରେ ଯୋଗ ଦେଇଥିବା ରବୀନ୍ଦ୍ର ସେଠି ଙ୍କୁ ସମର୍ଥନ କରି ଆସୁଛି । ରବୀନ୍ଦ୍ର ଙ୍କର ଉଭୟ ବିଜେଡି ଓ ବିଜେପି ର ଉପର ସ୍ତରରେ ଭଲ ହାତ ଥିବା କୁହାଯାଉଛି । ଅନ୍ୟ ପାର୍ଶ୍ୱରେ ପ୍ରଥମ ରୁ ସମାଜ ସେବା ନାଁ ରେ ବିଜେଡି ବ୍ୟାନର ତଳେ ରାଜ ନୈତିକ ନେତା ହେବା ପାଇଁ ସଂଗଠନ କରି ଆସୁଥିବା ଶ୍ରୀ ହରି ନାୟକ ବିଜେଡି ଟିକେଟ ପାଇଁ ଆଶାବାଦୀ ଥିବା ଚର୍ଚ୍ଚା ହେଉଛି । ଅତୀତ ରେ ବିଜେଡି ବିଜେପି ମେଣ୍ଟ ସମୟ ରେ ଦଶପଲ୍ଲା ଆସନ ବିଜେପି ପାଇଁ ସଂରକ୍ଷିତ ଥିବା ବେଳେ ଏବେର ମେଣ୍ଟ ଚର୍ଚ୍ଚାକୁ ଦେଖିଲେ ଦଶପଲ୍ଲା ଆସନ ବିଜେଡି ହାତକୁ ଯିବ ନା ବିଜେପି ହାତକୁ ଯିବ ତାହା କହିବା ଅସମ୍ଭବ । ଅନ୍ୟ ପାର୍ଶ୍ୱରେ ଏହା ବିଜେପି ଆସନ ହେଉ କିମ୍ବା ନ ହେଉ ବିଜେପି ପକ୍ଷରୁ ପୂର୍ବତନ ବିଧାୟକ ପୂର୍ଣ ଚନ୍ଦ୍ର ନାୟକ, କାଶୀନାଥ ମଲ୍ଲିକ, ରାଘବ ମଲ୍ଲିକ ଙ୍କ ସହ ବହୁ ଆସାଇ ପ୍ରାର୍ଥୀ ଏବେ ଟିକେଟ ଲବି ରେ ରହିଛନ୍ତି । କଂଗ୍ରେସ ପକ୍ଷରୁ ଆଇନି ଯିବି ବେଣୁଧର ନାୟକ ଙ୍କ ସମେତ ୨୭ ଜଣ କଂଗ୍ରେସ ଟିକେଟ ପାଇଁ ଆସାଇ ରହିଛନ୍ତି । ଅତୀତ ରେ ଦଶପଲ୍ଲା କଂଗ୍ରେସ ର ଗଡ଼ ଭାବେ ପରିଚିତ ଥିବା ବେଳେ ଦଶପଲ୍ଲା ରେ ବାରମ୍ବାର କଂଗ୍ରେସ ର ପ୍ରାର୍ଥୀ ପରିବର୍ତନ ଓ ସ୍ଥାନୀୟ ନେତା ଙ୍କୁ ଅଣଦେଖା ପାଇଁ ଦଶପଲ୍ଲା ରେ କଂଗ୍ରେସ ର ସ୍ଥିତି ଦୁର୍ବଳ ହୋଇ ପଡିଛି । ଏବେ ଦଶପଲ୍ଲା ଆସନ ଟି ଅନୁସୂଚିତ ଜାତି ମହିଳା ଙ୍କ ପାଇଁ ସଂରଖିତ କରିବାକୁ ଦାବି ହେଉଥିବା ବେଳେ ଯଦି ଦଶପଲ୍ଲା ଆସନ ଅନୁସୂଚିତ ଜାତି ମହିଳା ଙ୍କ ପାଇଁ ସଂରକ୍ଷିତ ହୁଏ ତେବେ ଦଶପଲ୍ଲା ରେ ପ୍ରଥମ ଥର ପାଇଁ ମହିଳା ନେତାଙ୍କୁ ଦେଖିବାକୁ ମିଳିବ । ତେବେ ସେ ଯାହା ହେଉନା କାଁହିକ ଆସନ୍ତା ନିର୍ବାଚନ ରେ ଦଶପଲ୍ଲା ନେତା କିଏ ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଆଶା ଆଶଙ୍କା ରେ ଦଳୀୟ କର୍ମୀ ।
