Odisha news

ଭୀମ ପାଦ ଦର୍ଶନ କଲେ ଶହ ଶହ ଶ୍ରଦ୍ଧାଳୁ

0
ଦଶପଲ୍ଲା : ଚଳିତ ବର୍ଷ ଶେଷ ହୋଇଛି ଧର୍ମ ମାସ କାର୍ତ୍ତିକ । ଶେଷ ହୋଇଛି ପଞ୍ଚୁକ ପର୍ବ ଓ କାର୍ତ୍ତିକ ପୂର୍ଣ୍ଣମୀ । ଶେଷ ଦିନରେ ସକାଳୁ ସକାଳୁ  ବିଭିନ୍ନ ନଦୀ ପାଖରୀରେ ଶୁଭିଥିଲା ହୁଳ ହୁଳି ସହ ଆ..କା…ମା..ବୋଇ ର ଗୀତ । ଲୋକ ମାନେ କାଗଜ,ସୋଲ ଏବଂ କଦଳୀ ପଟୁଆରେ ଡଙ୍ଗା ତିଆରି କରି ନଦୀ ପୋଖରୀରେ ଭସାଇ ଥିଲେ ।  ଏହା ସହ କାର୍ତିକ ପୂର୍ଣ୍ଣିମା ର ପୁରାଣ ଗାନ କରିଥିଲେ ।  ସମସ୍ତ ମନ୍ଦିର ରେ ଠାକୁର ଙ୍କ ରୀତିନୀତି ରାତ୍ର ୪ ଘଂଟିକା ସମୟ ରୁ ଶେଷ ହୋଇଥିବା ବେଳେ ଧିରେଧିରେ ସମସ୍ତ ଦେବାଳୟ ରେ ଭକ୍ତ ମାନଙ୍କ ଭିଡ ଦେଖିବାକୁ ମିଳିଥିଲା । ବିଶେଷ ଭାବେ ମଧ୍ୟଖଣ୍ଡ ଓ ସାତପାଟଣା ରେ ରାଶ ଉତ୍ସବ ଧୁମ ଧାମ ରେ  ପାଳିତ ହୋଇଥିବାବେଳେ ବିଭିନ୍ନ ସ୍ଥାନରେ ନୃତ୍ୟଗୀତ ସହ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଏ ଅବସରରେ  ଦଶପଲ୍ଲା ର ପର୍ଯ୍ୟଟନ ସ୍ଥଳ ଭୀମରା ପାହାଡ଼ ରେ ଥିବା ଭୀମ ପାଦ ଦର୍ଶନ ପାଇଁ ଶ୍ରଢାଳୁ ଙ୍କ ଭିଡ଼ ଜମିଥିଲା । ଶହ ଶହ ଶ୍ରଧାଳୁ ପାହାଡ଼ ଚଢି ପାହାଡ଼ ଶୀର୍ଷ ରେ ଥିବା ଭୀମଙ୍କ ମନ୍ଦିର ର ରେ ଭୀମପାଦ ଦର୍ଶନ କରିଥିଲେ । ଏହା ସହ ଏହି ପାହାଡ଼ ତଳେ ଥିବା ରାଧାକୃଷ୍ଣ ମନ୍ଦିର ଦର୍ଶନ କରିବା ସହ ବୁଲିବୁଲି ଅନୁଷ୍ଠିତ ହେଉଥିବା ଯାତ୍ରା କୁ ଉପଭୋଗ କରିଥିଲେ । ପୁର ପଲ୍ଲୀ ରେ ଏହି କାର୍ତିକ ପୂର୍ଣ୍ଣମୀ ଉତ୍ସବ ପାଳିତ ହୋଇଥିବା ବେଳେ ଶାନ୍ତି ଶୃଙ୍ଖଳା ଶହ ଶେଷ ହୋଇଛି କାର୍ତ୍ତିକ ପୂର୍ଣ୍ଣମୀ ଉତ୍ସବ ।
Nalco
Leave A Reply