ଦଶପଲ୍ଲା : ଶୁକ୍ରବାର ଦିନ ଦଶପଲ୍ଲା ସରିଗଣ୍ଡା ଠାରେ ଏକ କାର ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ମୃତକଙ୍କ ନାମ ଉପେନ୍ଦ୍ର ଯାନୀ ଓ ତାଙ୍କ ଘର ସାରିଗଣ୍ଡା ଗ୍ରାମରେ । ଆହତ ଙ୍କ ନାମ ଗୌରା ଦଲାବେହେରା ଓ ତାଙ୍କ ଘର ଓଡସର ଗ୍ରାମରେ । ଉଭୟ ଡ୍ରେନ ଉପରେ ବସିଥିବା ବେଳେ ଏକ କାର ଭାରସାମ୍ୟ ହରାଇ ଉଭୟ ଙ୍କୁ ଧକ୍କା ଦେଇଥିଲା । ଧକ୍କା ଦେଇ କାରଟି ଖସି ପଳାଇ ଥିବା ବେଳେ ପୋଲିସ ଶବ ଜବତ କରି ଏହି ଘଟଣା ର ତଦନ୍ତ ଆରମ୍ଭ କରିଛି ।
