ଦଶପଲ୍ଲା ୬/୧୦ : ସ୍ଥାନୀୟ ଡିହଗାଁ ପଂଚାୟତ ଅଫିସ କାର୍ଯ୍ୟାଳୟ ପରିସରରେ ମହୁଚାଷ ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି । ସ୍ବେଛାସେବୀ ଅନୁଷ୍ଠାନ ଜୀବନ ରେଖା ପରିଷଦ ଓ ଇଡି ଆଇ ଆଇ ମିଳିତ ଆନୁକୂଲ୍ୟରେ ଏହି ତାଲିମ ଶିବିର ଅନୁଷ୍ଠିତ ହୋଇଛି । ଉଦ୍ଘାଟନୀ ଉଷୁଛବି ରେ ଅତିଥି ଭାବେ ଜର୍ମାନୀ ର ଅଛିମ ଗେବ୍ଲେର ,ଜୀବନ ରେଖା ପରିଷଦ ନିର୍ଦେଶକ ଡ. ମନୋରଞ୍ଜନ ମିଶ୍ର ,ଇଡିଆଇଆଇବି ର ପ୍ରୋଜେକ୍ଟ ଅଫିସର ସାଇକାନ୍ତ ସୂତ୍ରଧର , ସ୍ବେଛାସେବୀ ଅନୁଷ୍ଠାନ ଜନ ସାଧନା ର ସମ୍ପାଦିକା ଡ଼.ଶର୍ମିଷ୍ଠା ମହାନ୍ତି , ଜୀବନ ରେଖା ପରିଷଦ ଉପ ନିର୍ଦେଶକ ବିରାଜ କୃଷ୍ଣ ଉପାଧ୍ୟାୟ , ଓ ଜିପି ବ୍ୟାଙ୍କ ମ୍ୟାନେଜର, ଜେଆରପି ପ୍ରୋଜେକ୍ଟ କୋଡ଼ିନେଟର ବିଶ୍ୱଜିତ ସାହୁ , ଡିହଗାଓଁ ପଂଚାୟତ ସରପଞ୍ଚ ପ୍ରମୁଖ ଯୋଗ ଦେଇ ମହୁଚାଷ ସମ୍ପର୍କରେ ବକ୍ତବ୍ୟ ରଖିବା ସହ ମହୁଚାଷ ରେ କିଭଳି ଆମେ ଲାଭବାନ ହୋଇ ପାରିବା ସେ ସମ୍ପର୍କ ରେ ବକ୍ତବ୍ୟ ରଖୀଥିଲେ ୭ ଦିନ ଧରି ଏହି ତାଲିମ ଦିଆଜିବ । ଏହି କାର୍ଯ୍ୟକ୍ରମ କୁ ଆସେଞ୍ଚର ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ବେଳେ ଇଡିଆଇଆଇ ର ସହ ଯୋଗୀତା ରେ ଜୀବନ ରେଖା ପରିଷଦ ପକ୍ଷରୁ ପରିଚାଳନା କରାଯାଇଥିଲା ।