Odisha news

କ୍ୟାନ୍ସର ରେ ପୀଡିତ ଅରୁଣ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

0
ଦଶପଲ୍ଲା ୨୯/୭ : ଦଶପଲ୍ଲା ଏନ ଏ ସି ସ୍ଥିତ ୯ ନଂ ୱାର୍ଡ ମହୁଲିଆ ଗ୍ରାମର ର ଅରୁଣ ଦାସ(୪୦) ମୁଖ କ୍ୟାନ୍ସର ରୋଗରେ ପୀଡିତ । ଗତ ୪ ମାସ ତଳେ ଏହି କ୍ୟାନ୍ସର ରୋଗ ଚିହ୍ନଟ ହୋଇଥିଲା । ଅଟୋ ଚଲାଇ ପରିବାର ପ୍ରତିପୋଷଣ କରୁଥିବା ଅରୁଣ ଏବେ କ୍ୟାନ୍ସର ରୋଗରେ ପୀଡିତ । ଅରୁଣ ଙ୍କୁ କ୍ୟାନ୍ସର ହୋଇଥିବା ଜଣା ପଡିବା ପରେ ଏବେ ତାଙ୍କ ପରିବାର ଅସହାୟ । ଏବେ ଅରୁଣ ରୋଗରେ ପୀଡିତ ହେବା ପରେ ପରିବାର ଅସହାୟ ହୋଇ ପଡିଛନ୍ତି । ସରକାର ଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ଅରୁଣ ଙ୍କ ପରିବାର ବାଦ ପଡିଥିବା ବେଳେ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ ବୀମା ଯୋଜନାରୁ ବି ବାଦ ପଡିଛନ୍ତି ଅରୁଣ ଙ୍କ ପରିବାର । ଜମିବାଡ଼ି ନଥିବା ପରିବାର ଏବେ ଖାଦ୍ୟ ସଙ୍କଟ ଦେଇ ଗତି କରୁଛନ୍ତି । ଅନ୍ୟ ପାର୍ଶ୍ୱରେ ଅରୁଣ ଙ୍କ କ୍ୟାନ୍ସର ଚିହ୍ନଟ ହେବା ପରେ କଟକ ସ୍ଥିତ ଆଚାର୍ଯ୍ୟ ହରିହର  କ୍ୟାନ୍ସର ହସ୍ପିଟାଲ ରେ ତାଙ୍କୁ ଚିକିତ୍ସା କରାଯାଇଛି । ଅରୁଣ ପାଟିରେ ଖାଇ ପାରୁ ନଥିବା ବେଳେ ନାକ ମାଧ୍ୟମରେ ପାଇପି ସଂଯୋଗ କରାଯାଇ ଖାଦ୍ୟ ପ୍ରଦାନ କରାଯାଉଛି । ମାତ୍ର ଇତିମଧ୍ୟରେ ପାଖରେ ଥିବା ସଞ୍ଚିତ ଅର୍ଥ ଶେଷ ହୋଇ ସାରିଥିବା ବେଳେ ଆଉ ଚିକିତ୍ସା ପାଇଁ ପାଖରେ ନାହିଁ ଅର୍ଥ । ଏବେ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବା ବେଳେ ଭଗବାନ ଙ୍କ ଭରସାରେ ପରିବାର । ଅରୁଣ ଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇଦେବା ସହ ତାଙ୍କ ପରିବାର କୁ ଖାଦ୍ୟ ସୁରକ୍ଷା ଯୋଜନା ରେ ସାମିଲ କରି ରାଜ୍ୟ ସରକାର ଙ୍କୁ ବିଜୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ସାମିଲ କରିବା ପାଇଁ ପରିବାର ପକ୍ଷରୁ ସରକାର ଓ ସ୍ଥାନୀୟ ପ୍ରଶାସନ ଙ୍କୁ ଗଣମାଧ୍ୟମ ମାଧ୍ୟମ ରେ ଅନୁରୋଧ କରାଯାଇଛି । ଅରୁଣ ଙ୍କୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ୯ ନଂ କାଉନସିଲର ସୁକଦେଵ ମିଶ୍ର  ଓ ଗ୍ରାମବାସୀ ଦାବି କରିଛନ୍ତି ।
Nalco
Leave A Reply