Odisha news

ପୋଖରୀରେ ବୁଡି ଦୁଇ ନା ବାଳକ ମୃତ

0

ଦଶପଲ୍ଲା / ନୂଆଗାଁ ୨୮/୭ : ନୟାଗଡ ଜିଲ୍ଲା ଅ ସୋରଡା ଭୋଇସାହି ଗ୍ରାମର ଦୁଇଜଣ ନାବାଳକ ପୋଖରୀରେ ରେ ବୁଡି ମୃତ୍ୟୁ ହୋଇଛି ।  ଗାଁ ମୁଣ୍ଡରେ ଥିବା ମହାଦେବ ମନ୍ଦିରରେ ବୁଡି ଦୁଇବାଳକ ମୃତ୍ୟୁ ହୋଇଛି ।  ସୂଚନା ଅନୁସାରେ  ସୋରଡା ଭୋଇ ସାହିର ମହେଶ ନାୟକକଙ୍କ ପୁଅ ରିତେଶ ନାୟକ  (୬ ବର୍ଷ) ଓ ବାବୁ ନାୟକ ଙ୍କ ପୁଅ ରାକେଶ ନାୟକ  (୬ ବର୍ଷ)  ଗ୍ରାମ ମୁଣ୍ଡରେ ଥିବା ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ ମାତ୍ର ସେମାନେ ଫେରିନଥିଲେ ଗ୍ରାମର ଲୋକମାନେ ସେହି ପୋଖରୀକୁ ଗାଧୋଇ ଯାଇଥିବା ବେଳେ  ଗଙ୍ଗା ନାମ୍ନୀ ଜଣେବ୍ୟକ୍ତିଙ୍କ ଗୋଡରେ ବୁଡିଯାଇଥିବା ପିଲାଙ୍କ ଦେହ ବାଜିଥିଲା । ଏହାଦେଖି ସେ ସଙ୍ଗେସଙ୍ଗେ ଗ୍ରାମବାସୀ ଙ୍କ ସହ ମିଶି  ଦୁଇଟି ପିଲା ଙ୍କୁ ପାଣିରୁ ଉଧାର କରିଥିଲେ । ପରେ ଅଟୋ ମାଧ୍ୟମରେ ଦଶପଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।  ସ୍ବାସ୍ଥ୍ୟ କେନ୍ଦ୍ର ରେ ଦଶପଲ୍ଲା ବ8ଧାୟକ ରମେଶ ଚନ୍ଦ୍ର ବେହେରା ପହଂଚି ପରିବାର ଲୋକଙ୍କୁ ସାନ୍ତ୍ୱନା ଦେଇଥିଲେ । ଏହି ଘଟଣାରେ  ନୂଆଗାଁ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ କରିଛି ।  ଦୁଇ ଶିଶୁ ଙ୍କ ମୃତ୍ୟୁ ପରିବାର ଓ ଗ୍ରାମବାସୀ ମାନଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି ।

Nalco
Leave A Reply